ଟେକ୍

ଆଉ ମେକାନିକ୍‌ ପାଖକୁ ଯିବାକୁ ପଡ଼ିବନି, ଏହି ଆପ୍‌ ସାହାଯ୍ୟରେ ଘରେ ବସି ଜାଣିପାରିବେ ମୋବାଇଲରେ କ’ଣ ରହିଛି ତ୍ରୁଟି

ଯୁଗ ସହ ତାଳ ଦେଇ ଏବେ ଲୋକମାନେ ମଧ୍ୟ ଆଧୁନିକ ହୋଇଗଲେଣି। ଏବେ ଲୋକଙ୍କ ପାଖରେ କିଛି ଥାଉ କି ନଥାଉ ହାତରେ କିନ୍ତୁ ମୋବାଇଲ ରହିଥିବ। ଏହା ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଛି। କିଛି ସମୟ ପାଇଁ ଯଦି ମୋବାଇଲ ହାତରେ ନ ଥିବ ତେବେ ଜୀବନ ଦୁର୍ବିସହ ମନେ ହୁଏ। ଯଦି ସ୍ମାର୍ଟଫୋନ୍‌ ଖରାପ ହୋଇଗଲା ତେବେ ସବୁ ଅଟକି ଗଲା ଭଳି ମନେ ହୁଏ। ଅଧିକାଂଶ ସ୍ମାର୍ଟଫୋନ୍‌ରେ ହ୍ୟାଙ୍ଗ ହେବା ଭଳି ସମସ୍ୟା ଦେଖାଦିଏ। ଫଳରେ କାମ କରିବା ବେଳେ ବାଧା ଉପୁଜେ। ବିଶେଷ କରି ପୁରୁଣା ଫୋନ୍‌ରେ ଏହି ସମସ୍ୟା ଟିକେ ଅଧିକ ଦେଖାଦିଏ। ଆପଣଙ୍କ ଫୋନ୍‌ରେ ବି ଯଦି ଏଭଳି ସମସ୍ୟା ଦେଖାଦେଉଛି ତେବେ କେବଳ ଏକ ଆପ୍‌ ବ୍ୟବହାର କରି ଆପଣ ନିଜେ ହିଁ ସମସ୍ୟା କ’ଣ ତାହା ଜାଣିପାରିବେ। ଆସନ୍ତୁ ଜାଣିବା କେମିତି…

ଫୋନ୍‌ ଚେକ୍‌ ଆଣ୍ଡ ଟେଷ୍ଟ ଆପ୍‌:

ଫୋନ୍‌ ଚେକ୍‌ ଆଣ୍ଡ ଟେଷ୍ଟ ଆପ୍‌ ମାଧ୍ୟମରେ ଆପଣ ଫୋନ୍‌ରେ କି କି ସମସ୍ୟା ଦେଖାଦେଉଛି ତାହା ଚେକ୍‌ କରିପାରିବେ। ଯଦି ଫୋନ୍‌ରେ ହାର୍ଡ େଓ୍ଵୟାର ସହ ଜଡ଼ିତ କିଛି ସମସ୍ୟା ରହିଛି ତେବେ ଏହି ଆପ୍‌ ସାହାଯ୍ୟରେ ଚେକ୍‌ କରିପାରିବେ। ଏହା ସାହାଯ୍ୟରେ ସ୍ମାର୍ଟଫୋନ୍‌ରେ ଲୋ ମେମୋରୀ, ବ୍ୟାଟେରୀ ଚାର୍ଜିଂ ସକେଟ୍‌, କ୍ୟାମେରା, ଓ୍ଵାଇ ଫାଇ ରେଡିଓ ଚେକ୍‌, ଅଡିଓ ଟେଷ୍ଟ, ଡିସ୍‌ପ୍ଲେ ଟେଷ୍ଟ, ଜିପିଏସ୍‌ ଟ୍ରେକିଂ ଓ ଲୋକେସନ୍‌ ଟେଷ୍ଟିଂ, ଥର୍ମାଲ ଷ୍ଟ୍ରେସ୍‌, ସିପିୟୁ, ଷ୍ଟୋରେଜ୍‌ ଆଦି ନିଜେ ଯାଞ୍ଚ କରିପାରିବେ।

ଫୋନ୍‌ ଡକ୍ଟର ପ୍ଲସ୍‌ ଆପ୍‌:

ଏହା ବ୍ୟତୀତ ସ୍ମାର୍ଟଫୋନ୍‌ ଠିକ୍‌ ଭାବେ କାମ କରୁଛି କି ନାହିଁ ତାହା ଆପଣ ଫୋନ୍‌ ଡକ୍ଟର ପ୍ଲସ୍‌ ଆପ୍‌ରେ ବି ଚେକ୍‌ କରିପାରିବେ। ଫୋନ୍‌ର ହାର୍ଡେଓ୍ଵୟାରକୁ ଯାଞ୍ଚ କରିବାକୁ ଏଥିରେ ଅନେକ ସିରିଜ୍‌ ଦିଆଯାଇଛି। ଏହି ଆପ୍‌ ସାହାଯ୍ୟରେ ସ୍ମାର୍ଟଫୋନ୍‌ର ସେନ୍ସର ମୁଭମେଣ୍ଟ ଭଳି ଗାୟରୋସ୍କୋପ୍ସ, ଏକ୍ସଲେରୋମିଟର, ପ୍ରୋକ୍ସିମିଟି ସେନ୍‌ସର ଆଦି ଯାଞ୍ଚ କରିପାରିବେ।

ଏହି ଆପ୍‌ ସାହାଯ୍ୟରେ ଯୁଜର ନିଜ ଘରେ ବସି ଫୋନ୍‌ରେ କ’ଣ ତ୍ରୁଟି ରହିଛି ତାହା ଯାଞ୍ଚ କରିପାରିବେ। ଏଥିପାଇଁ କୌଣସି ମେକାନିକ୍‌ ପାଖକୁ ଯିବାକୁ ପଡ଼ିବନାହିଁ। ୟୁଜର ଏହି ଆପ୍‌କୁ ପ୍ଲେ ଷ୍ଟୋରରୁ ସିଧାସଳଖ ଡାଉନ୍‌ଲୋଡ୍‌ କରି ବ୍ୟବହାର କରିପାରିବେ।

WCW 11

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

8 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago