ରାଜ୍ୟ

ଏବେ କଞ୍ଚା ପରିବା ରେଟ୍ ଅମୂଲମୂଲ ! ଯାହାକୁ ଧରିବ କିଲୋ ୧୦୦ ନହେଲେ ୩୦୦

ଭୁବନେଶ୍ୱର (କେନ୍ୟୁଜ): ଘାଇଲା କରୁଛି ମହଙ୍ଗା ମାଡ଼। ଗ୍ରାହକଙ୍କ ଉପରେ ବାଜିଛି ମହଙ୍ଗା ଛାଟ। ପରିବା ରେଟ୍‌ ହୁ ହୁ ହୋଇ ବଢିଚାଲିଥିବାବେଳେ ବଢିଛି କମର୍ସିଆଲ୍‌ ସିଲିଣ୍ଡର ଦାମ୍‌। ଭୁବନେଶ୍ୱର ମାର୍କେଟରେ ପରିବା ରେଟ୍‌ ଆକାଶ ଛୁଆଁ। ପକେଟରେ ହଜାର ଟଙ୍କା ଥିଲେ ବି ପୁରୁନି ବ୍ୟାଗ୍‌। ସବୁର ଦାମ୍‌ ୧୦୦ ଉପରେ। ପ୍ରଥମେ ଟମାଟୋ ସେଞ୍ଚୁରୀ ମାରିଥିଲା ଏବେ ସବୁ ରେଟ୍‌ ୧୦୦ ଉପରେ। ସ୍ଥିତି ଏପରି ହେଲାଣି ଯେ ପରିବା କିଣିବାକୁ ଡର ଲାଗୁଛି। ପୂର୍ବରୁ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଥିଲା ଏବେ ୮୦ରୁ ୧୦୦ରେ ବିକୁଛନ୍ତି ବେପାରୀ। ବାଇଗଣ ୮୦, ପୋଟଳ ୮୦, ବିନ୍ସ କିଲୋ ପିଛା ୨୦୦, ସଜନା ଛୁଇଁ ୧୨୦, ଝୁଡ଼ଙ୍ଗ ୧୦୦ ଓ କଲରା ଦାମ୍‌ ରହିଛି ୧୦୦ଟଙ୍କା। ଅଦା କିଲୋ ୩୦୦ ଟଙ୍କା ଓ କଞ୍ଚାଲଙ୍କା ୪୦୦ ଟଙ୍କାରେ ବିକ୍ରି ହେଉଛି।

ମୌସୁମୀ ଓ ଲଘୁଚାପ ବର୍ଷା ପ୍ରଭାବରେ ଗଛରେ ବାଇଗଣ, ପୋଟଳ, ଭେଣ୍ଡି ଆଦି ପରିବା ନଷ୍ଟ ହୋଇଛି । ଗଛରୁ ଫୁଲ, ଫଳ ମଧ୍ୟ ଝଡ଼ି ପଡ଼ିଛି । ଅନ୍ୟପଟେ ବର୍ଷା ଯୋଗୁଁ ପରିବା ଅମଳ ହୋଇନଥିବାରୁ ବଜାରକୁ ପର୍ଯ୍ୟାପ୍ତ ପରିମାଣର ପରିବା ଆସିପାରିନାହିଁ । ଯାହା ଫଳରେ ପରିବା ବୃଦ୍ଧି ପାଉଥିବା କୁହାଯାଉଛି ।

ଆମ ରାଜ୍ୟ ଟମାଟୋ ଲାଗି ବାଙ୍ଗାଲୋର ଓ ନାସିକ ଉପରେ ନିର୍ଭର କରିଥାଏ । ବର୍ଷା ଓ ବନ୍ୟା ଯୋଗୁ ଫସଲ ନଷ୍ଟ ଏବଂ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଏହିପରି ଦରଦାମ୍ ଅହେତୁକ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଖୁଚୁରା ବ୍ୟବସାୟୀ ମନମାନି କରି ଗ୍ରାହକଙ୍କ ଠାରୁ ନିଜ ଇଚ୍ଛାମୁତାବକ ଦରଦାମ୍ କଷି ନେଉଛନ୍ତି ।

Barsha

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

29 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

43 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

58 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago