ରାଜ୍ୟ

ଆର ପାରିରେ ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି,ଘରୋଇ ହସ୍ପିଟାଲ ବୁଜିଲେ ଆଖି, ଦୀର୍ଘଦିନ ହେବ ଥିଲେ ଅସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆର ପାରିରେ ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ଦୀର୍ଘଦିନ ଅସୁସ୍ଥ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ।  କିଛି ଦିନ ତଳେ ସେ ଭୁବନେଶ୍ବରକୁ ଆସି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିଛିଦିନ ଚିକିତ୍ସା ପରେ ହାଲକା ସୁସ୍ଥ ଅନୁଭବ କରିବାରୁ ଫେରିଆସିଥିଲେ। କିନ୍ତୁ ହଠାତ ସନ୍ଧ୍ୟା ୮ ଟା ସମୟରେ  ଅସୁସ୍ଥ ଅନୁଭବ କରିବାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କରା ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।

ଦିଲ୍ଲୀ ସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାରୁ ପ୍ରଶିକ୍ଷଣପ୍ରାପ୍ତ ବିଜୟ ମହାନ୍ତି ୧୯୭୬ରେ ନାଗଫାଶ ଚଳଚ୍ଚିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଉଚ୍ଚକୋଟୀର ଅଭିନୟ ପାଇଁ ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇଛନ୍ତି । ‘ଚିଲିକା ତୀରେ’ ଚଳଚିତ୍ରରେ ଅଭିନୟ ପାଇଁ ସେ ଜାତୀୟ ପୁରସ୍କାର ଲାଭ କରିଥିଲେ।

ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ନାୟକ, ଖଳନାୟକ ଓ ହାସ୍ୟ ଅଭିନେତା ଭାବେ ଓଡ଼ିଶାର ପ୍ରତି ଘରେ ଘରେ ସେ ପରିଚିତ । ଅନେକ ସିରିଏଲରେ ଅଭିନୟ କରିଛନ୍ତି । ସା଼ଢ଼େ ଚାରି ଦଶନ୍ଧି ଧରି ନିଜ ଅଭିନୟ ଯାଦୁରେ ସେ ବହୁ ପ୍ରଶଂସକ ସୃଷ୍ଟି କରିଛନ୍ତି ।

ପ୍ରାୟ ୧୭୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଅଭିନେତାଙ୍କର ସାରା ଓଡ଼ିଶା ଥିଲା ପ୍ରଶଂସକ । ତେଣୁ ପ୍ରଥମେ ଯେତେବେଳେ ତାଙ୍କର ଅସୁସ୍ଥତା ଖବର ପ୍ରଚାର ହେଲା ସମସ୍ତେ ମର୍ମାହତ ହୋଇଥିଲେ । ତାଙ୍କର ଆରୋଗ୍ୟ କାମନା କରି ପୂଜର୍ଚ୍ଚନା କରିଥିଲେ । ହେଲେ ମୃତ୍ୟୁକୁ ବା ରୋକିବ ବା କିଏ । ବିଭିନ୍ନ ଚଳଚ୍ଚିତ୍ରରେ ମୃତ୍ୟୁର ମିଛ ଅଭିନୟ କରିଥିବା ବିଜୟ ଆଜି ସତରେ ମୃତ୍ୟୁର ଶଯ୍ୟାରେ ଶୋଇ ଯାଇଛନ୍ତି ।
ବିଜୟଙ୍କ ପତ୍ନୀ ହେଉଛନ୍ତି ଅଭିନେତ୍ର ତନ୍ଦ୍ରା ମହାନ୍ତି । ଏହି ସିନେ ଦୁନିଆଁରେ ଅଭିନୟ କରୁ କରୁ ସେମାନେ ପ୍ରେମରେ ପଡ଼ିଥିଲେ ଓ ପରେ ବିବାହ କରିଥିଲେ । ଉଭୟ ମିଳିତ ଭାବେ ଅନେକ ସିନେମାରେ ଅଭିନୟ କରିଛନ୍ତି ।

Sasmita

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

15 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

25 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

34 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

49 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

58 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

1 hour ago