Categories: ରାଜ୍ୟ

ଭିଜିଲାନ୍ସ ଜାଲରେ ବାଲିଗୁଡ଼ାର ରାଜସ୍ବ ନିରୀକ୍ଷକ ତାରିଣୀ ପରିଛା

କନ୍ଧମାଳ (କେନ୍ୟୁଜ୍) : ବାଲିଗୁଡ଼ା ଥାନା ବଡ଼ଗାଁର ଶୁକଦେବ ମଲିକଙ୍କ ନିକଟରୁ ଟ୍ରାସ ପାଇଁ ଏକ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ନିରୀକ୍ଷକ ତାରିଣୀ ପରିଛା । ବଡଗାଁର ଶୁକଦେବ ବାରମ୍ବାର ବାଲିଗୁଡ଼ା ରାଜସ୍ବ ନିରୀକ୍ଷକ ତାରିଣୀ ପରିଛାଙ୍କୁ ନେହୁରା ହୋଇଥିଲେ। କିନ୍ତୁ ସବୁ ଜାଣି ମଧ୍ୟ ଆରଆଇ ତାରିଣୀ ପରିଛାଙ୍କୁ ସେ ହଇରାଣ କରୁଥିଲେ।

ବାରମ୍ବାର ଟଙ୍କା ମାଗିବା ସହ ବିନା ଟଙ୍କାରେ କୌଣସି କାମ ହୋଇପାରିବ ନାହିଁ ବୋଲି ସିଧାସଳଖ ମନା କରିଥିଲେ ସେ। ଏ ନେଇ ଶୁକଦେବ ଭିଜିଲାନ୍ସକୁ ଜଣାଇବା ପରେ ଆଜି ବାଲିଗୁଡ଼ା ଆରଆଇ କାର‌୍ୟ୍ୟଳୟକୁ ଜାଗାର ଟ୍ରାସ ମ୍ୟାପ ପାଇଁ ଆସିଥିଲେ । ପୂର୍ବ ଭଳି ଆଜି ଆରଆଇ ଏକ ହଜାର ଟଙ୍କା ମାଗିଥିଲେ। ଠିକ୍ ସେହି ସମୟରେ ଭିଜିଲାନ୍ସ ହାତରେ ସେ ଘଟଣାସ୍ଥାଳରେ ଧରାପଡ଼ିଥିଲେ। ଫୁଲବାଣୀ ଭିଜିଲାନ୍ସର ଡିଏସପି ରବିକାନ୍ତ ସୁନା, ଇନପ୍ସେକ୍ଟର ପି.ଛତ୍ରିଆଙ୍କ ମିଳିତଟିମ୍ ଏହି ଚଢ଼ାଉରେ ସାମିଲ କରିଥିଲେ।

KNews Bureau

Recent Posts

ରଜରେ କୁମାରୀ ବେଶରେ ଦର୍ଶନ ଦେଲେ ମା’ ବାଲି ହରଚଣ୍ଡୀ, ଆରମ୍ଭ ହୋଇଛି ଚାରି ଦିନିଆ ପ୍ରସିଦ୍ଧ ରଜ ଯାତ୍ରା

ବ୍ରହ୍ମଗିରି(କେନ୍ୟୁଜ): ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ମା’ ବାଲି ହରଚଣ୍ଡିଙ୍କ ପୀଠରେ ଆରମ୍ଭ ହୋଇଛି ଚାରି ଦିନିଆ ପ୍ରସିଦ୍ଧ…

14 mins ago

ରାଜ୍ୟରେ ଆଇନ ଶୃଙ୍ଖଳା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଗୁଣାତ୍ମକ ମନୋଭାବ ନେଇ କାମ କରିବାକୁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ…

15 mins ago

ଟି୨୦ ବିଶ୍ୱକପ ୨୦୨୪: ଭାରତ ବନାମ କାନାଡା, ପଡିପାରେ ବର୍ଷା ପ୍ରଭାବ

ଭାରତ ଏବଂ କାନାଡା ମଧ୍ୟରେ ଆଜି ଟି୨୦ ବିଶ୍ୱକପ ମ୍ୟାଚ ଖେଳାଯିବ । ଭାରତ ଟି୨୦ ବିଶ୍ୱକପରେ ୩ଟି ମ୍ୟାଚ…

20 mins ago

ଛତିଶଗଡ଼: ନାରାୟଣପୁରରେ ପୋଲିସ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିପାତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । କୁତୁଲ…

43 mins ago

କାଉ ବଂଶ ଲୋପ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନିଆ ସରକାର, ଜାଣନ୍ତୁ କାହିଁକି

ଭାରତୀୟ କାଉଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଛନ୍ତି କେନିଆ ସରକାର । କେନିଆ ବନ୍ୟପ୍ରାଣୀ ସେବା (କେଡବ୍ଲ୍ୟୁଏସ୍) କହିଛି ଯେ…

1 hour ago

ନିଟ୍‌ ପେପର ଲିକ୍‌ ମାମଲା : ପାଟନା EOU କଡ଼ା କାର୍ଯ୍ୟାନୁଷ୍ଠାନ, ୯ ଛାତ୍ରଙ୍କୁ ପଚରାଉଚରା ପାଇଁ ପଠାଇଲା ନୋଟିସ

ନିଟ୍‌ ପେପର ଲିକ୍‌ ମାମଲାରେ ପାଟନା EOU କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୯ ପରୀକ୍ଷାର୍ଥୀଙ୍କ ପାଖକୁ ନୋଟିସ ପଠାଇଛି…

2 hours ago