ରାଜ୍ୟ

ଶୁଣିଲାଣି ପ୍ରଶାସନ: ନିଜ ପାଇଁ ନିଜେ ବ୍ରିଜ ତିଆରି କଲେ ଗାଁ ଲୋକେ

ରାଇରଙ୍ଗପୁର(କେନ୍ଯୁଜ୍): ସରକାର ଖଣି ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି I କିନ୍ତୁ ଆଜି ବି ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରାଜ୍ୟକୁ ମୋଟା ଅଙ୍କର ରାଜସ୍ୱ ଦେଉଥିବା ଅଞ୍ଚଳ I ବାରମ୍ବାର ପ୍ରଶାସନକୁ ଗୁହାରୀ କରି ବିଫଳ ହେବାପରେ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଉପରେ ଭରସା ଓ ବିଶ୍ବାସ ନକରି ନିଜ ପାଇଁ ନିଜେ ବ୍ରିଜ ନିର୍ମାଣ କରି ଉଦାହରଣ ପାଲଟିଛନ୍ତି ମୟୂରଭଞ୍ଜ ଜିଲ୍ଲା ସୁଲେଇପାଟ ଲୌହ ଖଣି ଅଞ୍ଚଳର ବାଲିକଠା ଓ ମୁରୁମଡ଼ିହି ଗ୍ରାମର ଲୋକେ I

ମୟୂରଭଞ୍ଜ ଜିଲ୍ଲାର ଲୌହଖଣି ଅଞ୍ଚଳ ସୁଲେଇପାଟ ଅଞ୍ଚଳଟି କୁସୁମୀ ବ୍ଲକର ମୟୂରଭଞ୍ଜ ପଞ୍ଚାୟତ ଅଧିନସ୍ଥ ହୋଇଥିଲେ ମଧ୍ୟ ବିଜାତଳା ବ୍ଲକର ୭ଟି ଗ୍ରାମର ଲୋକେ ଏହି ଅଞ୍ଚଳ ଉପରେ ନିର୍ଭରଶୀଳ I ସକାଳ ପାହିଲେ ମେଡିକାଲ କାମ , ମାଇନ୍ସ ଡ୍ୟୁଟି ,ବ୍ୟାଙ୍କ କାର୍ଯ୍ୟ , ହାଟ ବଜାର ,ସ୍କୁଲ ଓ ଥାନା କାମ ପାଇଁ ଶହ ଶହ ଲୋକେ ସୁଲେଇପାଟକୁ ଆସିଥାନ୍ତି I କିନ୍ତୁ ଯିବା-ଆସିବା ପାଇଁ ଖଡଖାଇ ନଦୀ ପାରିହେବାକୁ ପଡିଥାଏ I ନଦୀ ଉପରେ ବ୍ରିଜଟିଏ ନଥିବାରୁ ଖରାଦିନେ ଯେମିତି ସେମିତି ଚଳିଯା’ନ୍ତି କିନ୍ତୁ ବର୍ଷାଦିନ ଆସିଲେ କିମ୍ବା ଖଡଖାଇ ବନ୍ଧ ପାଣି ଛାଡିଲେ ସେମାନଙ୍କ ପାଇଁ ଏହି ନଦୀ ପାଲଟିଯାଏ ଅଭିଶାପ । ଯିବାଆସିବା ପାଇଁ ଭୋଗିବାକୁ ପଡେ ଅନେକ ସମସ୍ୟା। ବିପଦପୂର୍ଣ୍ଣ ଭାବେ ପ୍ରତିଦିନ ଛାତ୍ରଛାତ୍ରୀ ଓ ଜନସାଧାରଣ ଜୀବନକୁ ବାଜି ଲଗାଇ ନଦୀ ଆରପଟକୁ ଯାଇଥାନ୍ତି I ବର୍ଷା ଦିନରେ ୬ଫୁଟ ପାଣି ପ୍ରବାହିତ ହୋଇଥାଏ I ବ୍ରିଜ ନଥିବାରୁ ମାସ ମାସ ଧରି ଅନେକ ଗାଁର ସୁଲେଇପାଟ ଅଞ୍ଚଳ ସହ ଯୋଗାଯୋଗ ବିଛିନ୍ନ ହୋଇଯାଏ I ଆପାତକାଳୀନ ସମୟରେ ବୁଲାବାଟ ଡ୍ୟାମ ବ୍ରିଜ ଦେଇ ଯାତାୟାତ କରି ଅଧିକ ଖର୍ଚାନ୍ତ ହୋଇଥାନ୍ତି ଲୋକେ I

ବ୍ରିଜ ନିର୍ମାଣ ନେଇ ସରପଞ୍ଚଙ୍କ ଠାରୁ ବିଧାୟକ ଓ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରତିଶ୍ରୁତି ଛଡା ଆଉ କିଛି ମିଳିନଥିଲା I ଶେଷରେ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଉପରେ ଭରସା ଓ ବିଶ୍ବାସ ନକରି ନିଜେ କରିଛନ୍ତି ବ୍ରିଜ ନିର୍ମାଣ I ବାରମ୍ବାର ଗୁହାରୀ କରି ବିଫଳ ହେବା ପରେ ନଦୀ ପାର୍ଶ୍ବବର୍ତ୍ତୀ ଗ୍ରାମ ବାଲିକଠା ଓ ମୁରୁମଡ଼ିହି ଗ୍ରାମର ଲୋକେ ଚାନ୍ଦା ଆଦାୟ କରି ନିଜ ପାଇଁ ନିଜେ ବ୍ରିଜ ତିଆରି କଲେ I ଅଞ୍ଚଳର ଦୁଃଖ ପାଲଟିଥିବା ନଦୀ ଉପରେ ବ୍ରିଜ ନିର୍ମାଣ କରି ଉଦାହରଣ ସାଜିଛନ୍ତି ଏହି ଗ୍ରାମବାସୀ I ତେବେ ଏହା ଏକା ଅସ୍ଥାୟୀ ବ୍ରିଜ ହୋଇଥିବାରୁ ଏକ ସ୍ଥାୟୀ ବ୍ରିଜ ନିର୍ମାଣ କରବାକୁ ଦାବୀ କରିଛନ୍ତି ସ୍ଥାନୀୟଲୋକେ I

KNews Bureau

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

27 seconds ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

11 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

19 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

35 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

44 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

53 mins ago