ରାଜ୍ୟ

ସରିଲା ରାଷ୍ଟ୍ରପତି ନିର୍ବାଚନର ଭୋଟିଂ ପ୍ରକ୍ରିୟା, ଗଣତିକୁ ଅପେକ୍ଷା

କେନ୍ୟୁଜ୍(ବ୍ୟୁରୋ): ଦେଶର ପରବର୍ତ୍ତୀ ପ୍ରଥମ ନାଗରିକ କିଏ ହେବେ? ନିଷ୍ପତ୍ତି ନେଇ ସାରିଛନ୍ତି ସାଂସଦ ଓ ବିଧାୟକ। ସରିଛି ରାଷ୍ଟ୍ରପତି ନିର୍ବାଚନ ଭୋଟିଂ। କିଏ ଜିତିବ, ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନା ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା। ଗଣତିକୁ ଅପେକ୍ଷା। କିନ୍ତୁ ସମର୍ଥନ ଦେଖିଲେ ଯଶୱନ୍ତଙ୍କଠାରୁ ଆଗରେ ଦ୍ରୌପଦୀ ମୁର୍ମୁ। ଓଡ଼ିଶା ମାଟିର ଝିଅଙ୍କୁ ରାଷ୍ଟ୍ରପତି କରିବାକୁ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଉତ୍ସାହ। ଉଭୟ ସଂସଦ ଓ ରାଜ୍ୟର ବିଧାନସଭାଗୁଡିକରେ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ୍‌ ଦେଇଥିଲେ। ଏହାସହ ସବୁ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମାନେ ମଧ୍ୟ ରାଷ୍ଟ୍ରପତି ଚୟନରେ ଭାଗ ନେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମତଦାନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ ହ୍ଵିଲଚେୟାରରେ ଆସି ମତଦାନ କରିଛନ୍ତି। ଯଶୱନ୍ତଙ୍କୁ ସମର୍ଥନ କରୁଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ମଧ୍ୟ ଭୋଟ୍‌ ଦେଇଛନ୍ତି।

ବିଭିନ୍ନ ରାଜ୍ୟର ବିଧାସଭାରେ ନିର୍ବାଚନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ହୋଇଥିଲା। ବିଧାନସଭାରେ ୧୪୫ ଜଣ ବିଧାୟକ ଭୋଟ୍‌ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ଲାଗି ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି। ୧୯୯୭ ଜୁନ ୧ରେ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ନବୀନ। ଜୁଲାଇ ୧୯୯୭ରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ସେତେବେଳେ କେ ଆର ନାରାୟଣନ ରାଷ୍ଟ୍ରପତି ହୋଇଥିଲେ। ଏଥର ଜଣେ ଓଡ଼ିଶାର ଆଦାବାସୀ ମହିଳାଙ୍କୁ ଜିତାଇବା ଲାଗି ଭୋଟ୍‌ ଦେଇଛନ୍ତି। ଅନେକ ବିଧାୟକ ପ୍ରଥମ ଥର ଲାଗି ରାଷ୍ଟ୍ରପତି ନିର୍ବାଚନରେ ଅଂଶ ଗ୍ରହଣ କରି ଖୁସି ପ୍ରକାଶ କରିଛନ୍ତି।

ସେପଟେ ଭୋଟିଂ ଅବ୍ୟବହିତ ପୂର୍ବରୁ ଦିଲ୍ଲୀରେ ବିଜୁ ଜନତା ଦଳ ସାଂସଦମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡିର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଯୋଗ ଦେଇଥିଲେ। ବିଜୁ ଜନତା ଦଳର ମୁଖ୍ୟ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ସମସ୍ତ ସାଂସଦ ଯେପରି ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦିଅନ୍ତି ତାହା ସୁନିଶ୍ଚିତ କରାଯାଇଥିଲା। ଏହାପରେ ସମସ୍ତ ବିଜେଡି ସାଂସଦ ଭୋଟ ଦେବାକୁ ଯାଇଥିଲେ। ବିଜେଡିର ଲୋକସଭାରେ ୧୨ ଏବଂ ରାଜ୍ୟସଭାରେ ୯ ସଦସ୍ୟ ଅଛନ୍ତି।

 ଓଡ଼ିଶାରୁ ଜଣେ ବିଧାୟକ ସଂସଦରେ ଭୋଟ୍‌ ଦେଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସଂସଦ ଭବନ ପରିସରରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଭୋଟଦାନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ ପ୍ରଦୀପ୍ତ ନାୟକ। ଜେଲରେ ଥିବାରୁ ବିଧାୟକ ପ୍ରଶାନ୍ତ ଜଗଦେବ ଭୋଟ ଦେଇ ନାହାନ୍ତି। ସରିଛି ମତଦାନ। ଜୁଲାଇ ୨୧ରେ ଗଣତି ରହିଛି। ସ୍ପଷ୍ଟ ହେବ କିଏ ହେବ ପରବର୍ତ୍ତୀ ରାଷ୍ଟ୍ରପତି। ସମର୍ଥନ ଦେଖିଲେ ଜଣାପଡୁଛି, ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେଲେ ଓଡ଼ିଶା ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବ।

 

() ସରିଲା ରାଷ୍ଟ୍ରପତି ନିର୍ବାଚନର ଭୋଟିଂ ପ୍ରକ୍ରିୟା। ସଂସଦ ସହ ବିଭିନ୍ନ ରାଜ୍ୟର ବିଧାନସଭାରେ ମତଦାନ କରିଥିଲେ ସାଂସଦ ଓ ବିଧାୟକ। ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଦେଖିବାକୁ ମିଳିଥିଲା ଅଧିକ ଉତ୍ସାହ। ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଅଛନ୍ତି ଯଶୱନ୍ତ ସିହ୍ନା। ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଭୋଟଦାନରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ଲାଗି ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ ଦେଇଛନ୍ତି । ଓଡ଼ିଶା ବିଧାନସଭାରେ ୧୪୫ ବିଧାୟକ ଭୋଟ୍‌ ଦେଇଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପାର୍ଲାମେଣ୍ଟରେ ମତଦାନ କରିଛନ୍ତି। ଆସନ୍ତା ୨୧ ତାରିଖରେ ରହିଛି ଗଣତି ।

KNews Bureau

Recent Posts

ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ …

ରାତି ପାହିଲେ କପେ ଚା’ ନ ପିଇଲେ ଦିନ ଆରମ୍ଭ ହୁଏ ନାହିଁ । ମନ ଭଲ ଲାଗେ ନାହିଁ…

43 mins ago

ଆପଣଙ୍କୁ ମନୋଜଙ୍କ ନିବେଦନ, ଚିକିତ୍ସାରେ ତାଙ୍କୁ ସାହାଯ୍ୟ କରି ତାଙ୍କ ଜୀବନ ବଞ୍ଚାନ୍ତୁ

କଟକ (କେନ୍ୟୁଜ) : ବାପାର ମୁଣ୍ଡ ପାଖରେ ବସି ମଥାକୁ ଆଉଁସି ଦେଉଛି ଝିଅ । ଆଖିରୁ ବହିଯାଉଛି ଧାର…

2 hours ago

ଚଳନ୍ତା ଟ୍ରେନରୁ ଫୋନକୁ ଝାମ୍ପିନେଲା ଚୋର, ଅନାଇ ରହିଗଲେ ଯାତ୍ରୀ କିଛି କରିପାରିଲେନି

ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କୁ ଅନେକ ଥର ବିଭିନ୍ନ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । କେତେବେଳେ ଜିନିଷ ପତ୍ର…

2 hours ago

ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ, ଦେଢ ଲକ୍ଷରୁ ଅଧିକ ଭୋଟରେ ଜିତିଲେ

ଉତ୍ତର ପ୍ରଦେଶର ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ । ୨୦୧୪ ଓ ୨୦୧୯ରେ ମୋଦି ଏହି ଆସନରୁ ଏକତରଫା…

2 hours ago

ପିଚରେ ଧୂଆଁଧାର ବ୍ୟାଟିଂ କରୁଥିଲେ, ହେଲେ ଅଚାନକ ତଳେ ପଡିଗଲେ କ୍ରିକେଟର

ପିଚରେ ଧମାକେଦାର ବ୍ୟାଟିଂ କରୁଥିଲେ । ଛକା ଚଉକା ମାରୁଥିଲେ । ହେଲେ ଗୋଟେ ଛକା ମାରିବା ପରେ ଟଳିପଡିଲେ…

2 hours ago

ପଣସ ଖାଇବା ପରେ ଖାଉଛନ୍ତି କି ଏହି ୫ଟି ଜିନିଷ ? ସାବଧାନ ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା

ଗ୍ରୀଷ୍ମ ଋତୁରେ ଅତ୍ୟଧିକ ପଣସ ଖାଇବାକୁ ମିଳିଥାଏ । ତେବେ ଡାଇବେଟିସ୍‌ ଠାରୁ ଆରମ୍ଭ କରି ହାଇ ବ୍ଲଡ ପ୍ରେସର…

3 hours ago