Categories: ରାଜ୍ୟ

କାଲି ମାସର ଦ୍ୱିତୀୟ ଶନିବାର, ଛୁଟିରେ ପ୍ରତିବନ୍ଧକ ସାଜିବନି ତ ପାଣିପାଗ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତକାଲି ଠାରୁ ପାଗରେ ପରିବର୍ତ୍ତନ ଘଟିଛି । ମେଘୁଆ ପାଗ ସାଙ୍ଗକୁ ସକାଳେ ଘନ କୁହୁଡ଼ି ସାରା ଅଞ୍ଚଳକୁ ଘେରି ଯାଉଛି । ଇଏ ହେଉଛି ରାଜଧାନୀ ଭୁବନେଶ୍ୱରର ପାଣିପାଗ । ଆଗାମୀ କାଲି ମଧ୍ୟ ଏଭଳି ପାଗ ଦେଖିବାକୁ ମିଳି ପାରେ । କୋରାପୁଟ, ମାଲକାନଗିରି, ଗଜପତି ଆଦି ରାଜ୍ୟର ଦକ୍ଷିଣାଞ୍ଚଳରେ ମେଘୁଆ ପାଗ ସାଙ୍ଗକୁ ବେଳେ ବେଳେ ସାମାନ୍ୟ ବର୍ଷା ବି ଦେଖିବାକୁ ମିଳିଛି । ସେହିଭଳି ପାଗ ଆସନ୍ତାକାଲି ଉପକୂଳ ଅଞ୍ଚଳରେ ବି ଦେଖିବାକୁ ମିଳି ପାରେ । ଗତକାଲିଠାରୁ ତାପମାତ୍ରା ଆଉ ଟିକେ ଖସିଛି । ଆଉ ଯଦି ସାମାନ୍ୟ ବର୍ଷା ହୁଏ ତାହାହେଲେ ତାପମାତ୍ରା ଆହୁରି ଖସିବ । ଓଡ଼ିଶାରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ କୁହୁଡ଼ିଆ ପାଗ ରହିବ ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବିହାର ଓ ଛତିଶଗଡ଼ରେ ବର୍ଷା ହେବ ଏବଂ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିବ । ତାର କିଛି ପ୍ରଭାବ ଓଡ଼ିଶ ଉପରେ ପଡ଼ିବ । ଉତ୍ତର ପାକିସ୍ତାନ ଉପରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ର ପ୍ରଭାବରେ ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର ଏବଂ ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ବର୍ଷା ଓ ବରଫ ପାତ ହେବ । ଆଜି ମଧ୍ୟ ଏହିସବୁ ରାଜ୍ୟର କେତେକ ଅଞ୍ଚଳରେ ବରଫପାତ ଏବଂ ବର୍ଷା ସହ କୁଆପଥର ପଡ଼ିବାର ଦେଖାଯାଇଛି ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

6 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

7 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

48 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago