କାଲି ମାସର ଦ୍ୱିତୀୟ ଶନିବାର, ଛୁଟିରେ ପ୍ରତିବନ୍ଧକ ସାଜିବନି ତ ପାଣିପାଗ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତକାଲି ଠାରୁ ପାଗରେ ପରିବର୍ତ୍ତନ ଘଟିଛି । ମେଘୁଆ ପାଗ ସାଙ୍ଗକୁ ସକାଳେ ଘନ କୁହୁଡ଼ି ସାରା ଅଞ୍ଚଳକୁ ଘେରି ଯାଉଛି । ଇଏ ହେଉଛି ରାଜଧାନୀ ଭୁବନେଶ୍ୱରର ପାଣିପାଗ । ଆଗାମୀ କାଲି ମଧ୍ୟ ଏଭଳି ପାଗ ଦେଖିବାକୁ ମିଳି ପାରେ । କୋରାପୁଟ, ମାଲକାନଗିରି, ଗଜପତି ଆଦି ରାଜ୍ୟର ଦକ୍ଷିଣାଞ୍ଚଳରେ ମେଘୁଆ ପାଗ ସାଙ୍ଗକୁ ବେଳେ ବେଳେ ସାମାନ୍ୟ ବର୍ଷା ବି ଦେଖିବାକୁ ମିଳିଛି । ସେହିଭଳି ପାଗ ଆସନ୍ତାକାଲି ଉପକୂଳ ଅଞ୍ଚଳରେ ବି ଦେଖିବାକୁ ମିଳି ପାରେ । ଗତକାଲିଠାରୁ ତାପମାତ୍ରା ଆଉ ଟିକେ ଖସିଛି । ଆଉ ଯଦି ସାମାନ୍ୟ ବର୍ଷା ହୁଏ ତାହାହେଲେ ତାପମାତ୍ରା ଆହୁରି ଖସିବ । ଓଡ଼ିଶାରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ କୁହୁଡ଼ିଆ ପାଗ ରହିବ ।

WEATHER-2ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବିହାର ଓ ଛତିଶଗଡ଼ରେ ବର୍ଷା ହେବ ଏବଂ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିବ । ତାର କିଛି ପ୍ରଭାବ ଓଡ଼ିଶ ଉପରେ ପଡ଼ିବ । ଉତ୍ତର ପାକିସ୍ତାନ ଉପରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ର ପ୍ରଭାବରେ ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର ଏବଂ ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ବର୍ଷା ଓ ବରଫ ପାତ ହେବ । ଆଜି ମଧ୍ୟ ଏହିସବୁ ରାଜ୍ୟର କେତେକ ଅଞ୍ଚଳରେ ବରଫପାତ ଏବଂ ବର୍ଷା ସହ କୁଆପଥର ପଡ଼ିବାର ଦେଖାଯାଇଛି ।

Leave A Reply

Your email address will not be published.