ଜାଣନ୍ତୁ ଏଥର IPLରେ ସବୁଠାରୁ ମହଙ୍ଗା ଭାରତୀୟ ଖେଳାଳି କିଏ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଶୁକ୍ରବାର ୨୦୨୦ ଆଇପିଏଲ ଖେଳାଳି ମାନଙ୍କ ନିଲାମୀ ପାଇଁ ଏକ ସର୍ଟ ଲିଷ୍ଟ ଜାରି କରିଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ଆଗାମୀ ଆଇପିଏଲ ପାଇଁ ୮ ଟି ଫ୍ରାଞ୍ଛାଇଜି ଦଳ ଆସନ୍ତା ଡିସେମ୍ବର ୧୯ ତାରିଖରେ କଲିକତା ଠାରେ ନିଜ ନିଜ ଖେଳାଳିଙ୍କ ନିଲାମ ଡାକିବେ । ଏହି ଲିଷ୍ଟରେ ସମୁଦାୟ ୯୯୭ ରେଜିଷ୍ଟର୍ଡ ହୋଇଥିବା ଖେଳାଳି ମାନଙ୍କ ଭିତରୁ ୩୩୭ ଜଣଙ୍କୁ ସର୍ଟଲିଷ୍ଟ କରାଯାଇଛି । ନିଲାମୀ ପରେ ପୁଣି ଆଉ ଏକ ଫାଇନାଲ ଲିଷ୍ଟ ବାହାର କରାଯିବ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ ବେଶପ୍ରାଇଜ ୨ କୋଟି ଟଙ୍କା ଭିତରେ କୌଣସି ଭାରତୀୟ ଖେଳାଳିଙ୍କ ନାଁ ନାହିଁ ।

ipl

କିନ୍ତୁ ଅଷ୍ଟ୍ରେଲିଆର ପେଟ କମିନଶ, ଜୋସ ହେଜଳବୁଡି, ମିଶେଲ ମର୍ସ, ଗ୍ଲେନ ମ୍ୟାକ୍ସବେଳଙ୍କ ସମେତ ସାଉଥ ଆଫ୍ରିକାର କିଛି ଖେଳାଳିଙ୍କ ନାଁ ମଧ୍ୟ ଏଥିରେ ସାମିଲ ଅଛି । ଅନ୍ୟ ପକ୍ଷରେ ୧.୫ କୋଟିର ବେଶ ପ୍ରାଇଜରେ ଭାରତୀୟ ବ୍ୟାଟ୍ସମ୍ୟାନ ରବୀନ ଉଥାପାଙ୍କ ନାଁ ଅଛି । ଯେବେକି ପିୟୁଷ ଚାୱଲା, ୟୁସୁଫ ପଠାନ, ଜୟଦେବ ୟୁନାଦକଟଙ୍କ ପରି ଖେଳାଳି ମାନେ ୧ କୋଟିର ବେଶପ୍ରାଇଜରେ ସାମିଲ ଅଛନ୍ତି । ଭାରତୀୟ ଖେଳାଳି ଚେତ୍ତେଶ୍ୱର ପୂଜାରା ଓ ହନୁମାନ ବିହାରୀ ୫୦ ଲକ୍ଷର ତାଲିକାରେ ଅଛନ୍ତି ।

Leave A Reply

Your email address will not be published.