ରାଜ୍ୟ

କେବେ ଧରାପଡିବ ହାପି? କେବେ ହେବ ଜୋକର୍ଷ ଗ୍ୟାଙ୍ଗର ମୂଳପୋଛ..

ଭୁବନେଶ୍ୱର(କେନ୍ୟୁଜ): ସେଦିନ ଥିଲା ୨୮ ଅଗଷ୍ଟ, ରାତି ପାଖାପାଖି ୯ଟା ୪୬ । ସ୍ଥାନ ଭୁବନେଶ୍ୱର ଶିଶୁପାଳଗଡ଼ । ରାସ୍ତା ଉପରେ ଖୁଲାମ ଖୋଲା ଗୋଡ଼ାଇ ଗୋଡ଼ାଇ ହାଣି ପକାଇଥିଲେ କିଛି ଯୁବକ । ହାତରେ ଖଣ୍ଡା, ଭୁଜାଲି ଧରି ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ । ନା ଗାଁ ବାଲାଙ୍କୁ ଭୟ ଥିଲା ନା ପୋଲିସକୁ । ସ୍ପୋର୍ଟ୍ସ ବାଇକ ଚଢ଼ି ଆସି ଘଟାଇଥିଲେ ନୃଂଶସ କାଣ୍ଡ । ଘଣ୍ଟା ଘଣ୍ଟା ଧରି ଏମାନେ ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ ଗାଁରେ ଆତଙ୍କ ଖେଳାଇ ଚାଲିଥିଲେ ।

ତେବେ ରାଜଧାନୀରେ ନୂଆ କରି ମୁଣ୍ଡ ଟେକୁଥିବା ଏହି ହାପି ଗ୍ୟାଙ୍ଗର ୨ ସଦସ୍ୟକୁ ଗିରଫ କରିଛି ଧଉଳି ଥାନା ପୋଲିସ୍ । ଗତ ୨୮ ତାରିଖରେ ଶିଶୁପାଳ ଗଡ ଗାଁ ଭିତରେ ହାପି ଗ୍ୟାଙ୍ଗର ୪ ଟି ବାଇକରେ ୯ ଜଣ ମୁଖାପିନ୍ଧା ଯୁବକଙ୍କ ଆତଙ୍କରାଜ ସାମ୍ନାକୁ ଆସିଥିଲା। ହାତରେ ଖଣ୍ଡା, ବନ୍ଧୁକ ଭଳି ମାରଣାସ୍ତ୍ର ଧରି ଶିଶୁପାଳ ଗଡ଼ ଛକରୁ ଗାଁ ପର୍ଯ୍ୟନ୍ତ ଖେଳାଇ ଥିଲା ଆତଙ୍କରାଜ୍ । ୫ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ସିସିଟିଭିରେ କଏଦ ହେଇଥିଲା ଘଟଣାବେଳର ସମସ୍ତ ଚିତ୍ର ।

ବିଚ୍ ରାସ୍ତାରେ ଆକ୍ରମଣ କରିବା ସହ ବାଇକକୁ ଖଣ୍ଡାରେ ହାଣି ପକାଇଥିଲେ। ନା ଥିଲା ଆଖିରେ ଡର ନା ଥିଲା ପୋଲିସକୁ ଭୟ । ଏହି ଆକ୍ରମଣ କରିବା ସହ ଭଙ୍ଗା ରୁଜା ଘଟଣା ତଦନ୍ତ କରୁଥିଲା ଧଉଳି ପୋଲିସ୍ । ଘଟଣାର ୬ ଦିନ ପରେ ୨ ଜଣକୁ ଗିରଫ କରିଛି ପୋଲିସ୍ । ୨ ଜଣ ହେଲେ ଗୋପୀନାଥ ରାଉତ ଓ ଓମ୍ ପ୍ରକାଶ ମହାନ୍ତି । ସେମାନଙ୍କ ଠାରୁ ବିଭିନ୍ନ ଅପରାଧିକ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଖଣ୍ଡା ଜବତ କରିଛି ପୋଲିସ୍ ।

ଖାଲି ସେତିକି ନୁହେଁ ଅଭିଯୁକ୍ତ ମାନେ ଭୟଙ୍କର ରିଲସ କରି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛନ୍ତି । ମିଛ ଭିଡିଓରେ ସତ ଆତଙ୍କର ଦୃଶ୍ୟ ସମ୍ନାକୁ ଆସିଛି । ଭିଡିଓରେ ଜଣଙ୍କ ପରେ ଜଣଙ୍କୁ ଗୁଳି କରି ଉଡ଼ାଇ ଦେଉଛନ୍ତି । ଆଉ ଅତି ନିର୍ମମ ଭାବେ ଛୁରୀରେ ଭୁଷିଭୁଷି ହତ୍ୟା କରୁଛନ୍ତି । ତେବେ ହାପି ସୋସିଆଲ ମିଡ଼ିଆ ରେ ଜୋକର୍ଷ ଗ୍ୟାଙ୍ଗ ନାରେ ଖୋଲିଛି ଆଇଡି। ସେଥିରେ ହେଉଥିଲା ଆତଙ୍କ ଖେଳାଇଲା ଭଳି ଭିଡିଓ ପୋଷ୍ଟ। ମୁଖ୍ୟ ଅଭିଯୁକ୍ତ ହାପି ସହ ୬ ଜଣ ଏବେ ଫେରାର ଥିବାବେଳେ ବିଭିନ୍ନ ଜାଗାରେ ପୋଲିସ ଚଢାଉ ଜାରି ରଖିଛି ।

ଏପଟେ ହାପି କମ୍ ବୟସର ପିଲାଙ୍କୁ ନିଜ ଗ୍ୟାଙ୍ଗରେ ସାମିଲ କରୁଥିବା ପୋଲିସ୍ ଜାଣିବାକୁ ପାଇଛି । ବିଶେଷ କରି ୧୮- ୨୫ ବର୍ଷ ବୟସର ଯୁବକ ମାନଙ୍କୁ ଟାର୍ଗେଟ କରେ ହାପି। ହାପି ନାରେ ରହିଛି ଲୁଟ୍, ହତ୍ୟା ଭଳି ସଙ୍ଗୀନ ଅଭିଯୋଗ । ପୂର୍ବରୁ ଗିରଫ ବେଳେ ପୋଲିସ୍ କର୍ମଚାରୀଙ୍କ ହାତକୁ କାମୁଡି ଦେଇଥିଲା ହାପି । ହାପି ଧରା ପଡିବା ପରେ ଜୋକର୍ଷ ଗ୍ୟାଙ୍ଗ ମୂଳପୋଛ କରିବ ପୋଲିସ୍ ।

 

Sonalisa

Recent Posts

ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନି ରଥର…

17 mins ago

ଗ୍ରୀଷ୍ମ ଋତୁରେ ଶରୀରରେ ଦେଖାଦେଇ ପାରେ ଭିଟାମିନ୍‌ Dର ଅଭାବ, ବୟସ୍କ ଲୋକଙ୍କୁ ରହିଥାଏ ଅଧିକ ବିପଦରେ

ବର୍ତ୍ତମାନ ସମସ୍ତ ସ୍ଥାନରେ ପ୍ରବଳ ଖରା ହେଉଛି । ଲୋକମାନଙ୍କ ପାଇଁ ଏହି ଗରମ ସହିବ ବହୁତ କଷ୍ଟକର ହୋଇପଡିଛି…

20 mins ago

ଆଜି ହେଉଛି ତିନି ଦିନିଆ ରଜ ଉତ୍ସବର ଶେଷ ଦିନ, ଆସନ୍ତାକାଲି ବସୁମତି ସ୍ନାନ

ରଜ ପାଇଁ ଉତ୍ସବ ମୁଖର ହୋଇଉଠିଛି ପୁର ପଲ୍ଲୀ । ଗାଁ ଦାଣ୍ଡରେ ରଜର ମହମହ ବାସ୍ନା । ବିଶେଷ…

24 mins ago

ଜମି ଜମା ବିବାଦକୁ ନେଇ କରୁଣ ପରିଣିତି, ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା

ମୟୁରଭଞ୍ଜ : ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭୁଲିଗଲା ସବୁ ସମ୍ପର୍କ । ପିଲାଦିନେ ଯେଉଁ…

35 mins ago

ଫ୍ରିରେ ଏସି ଚଲାଇବାକୁ ଚାହୁଁଛନ୍ତି କି ? ଘର ଛାତ ଉପରେ ଲଗାନ୍ତୁ ଏହି ମେସିନ୍‌

ଆପଣ ଏହି ଗରମରେ ନିଜ ଘରେ ନିଶ୍ଚିତ ଭାବେ ଏସି ଲଗାଇଥିବେ । ଏସିର ବିଲ୍‌ ବି ଅଧିକ ଆସୁଥିବ…

37 mins ago

ଆସନ୍ତାକାଲି ଇଦ ଉଲ ଜୁହା ପର୍ବ, ୪୦ରୁ ଉର୍ଦ୍ଧ୍ବ ମସଜିଦରେ ସମୂହ ନମାଜ ପାଠ

କଟକ : ଆସନ୍ତାକାଲି ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଉତ୍ସାହର ସହିତ ପାଳନ କରିବାକୁ ଯାଉଛନ୍ତି ଇଦ ଉଲ ଜୁହା…

42 mins ago