ରାଜ୍ୟ

ସମ୍ବଲପୁରରେ କିଏ ଓ କାହିଁକି ମାଆ ଓ ୨ ଛୁଆଙ୍କୁ ମାରିଲା? ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ କିଏ ଓ କାହିଁକି ମାଆ ଓ ୨ ଛୁଆଙ୍କୁ ମାରିଲା ? ଟ୍ରିପଲ ମର୍ଡର କାରଣ କଣ ? ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତନାଘନା ତଦନ୍ତ କରୁଛନ୍ତି । ଏଯାଏ ଘର ଭିତରୁ ଉଦ୍ଧାର ହୋଇନି ମୃତଦେହ । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବ । ଗତକାଲି ଧନୁପାଲି ଥାନା ସୁନାପାଲି ଅଞ୍ଚଳର ବନ୍ଦ ଘରୁ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।

ମୃତକମାନେ ହେଲେ ସାଜିୟା ପରବିନ୍‌, ତାଙ୍କର ୮ବର୍ଷର ପୁଅ ଅବଦୁଲ୍‌ ରେହମାନ ଓ ୬ବର୍ଷର ଝିଅ ହୁମାୟାରା ତୟବା । ତିନି ଜଣଙ୍କର ଗଳା କାଟି ଦିଆଯାଇଛି । ସମସ୍ତଙ୍କର ମୃତଦେହକୁ ଚାଦରରେ ଢଙ୍କା ଯାଇଛି । ୪ ଦିନ ହେବ ମୃତଦେହ ଗୁଡିକ ଘର ଭିତରେ ପଡିରହିଥିଲା । ସାଜିୟାଙ୍କ ସ୍ୱାମୀଙ୍କର ଦୁଇ ବର୍ଷ ଆଗରୁ ମୃତ୍ୟୁ ହୋଇଛି । କିଏ ଓ କାହିଁକି ଏଭଳି ବର୍ବର କାଣ୍ଡ କଲା ? ହତ୍ୟା ପଛରେ ପୂର୍ବ ଶତ୍ରୁତା ନା ସମ୍ପତ୍ତି କାରଣରୁ କେହି ମାରି ଦେଲା ? ସାଜିଆଙ୍କର କାହା ସହ ପୂର୍ବରୁ କୌଣସି ବିବାଦ ରହିଥିଲା କି ? ବିଭିନ୍ନ ଦିଗରୁ ଖୋଳତାଡ କରୁଛୁ ଧନୁପାଲି ଥାନା ପୋଲିସ ।

KNews Bureau

Recent Posts

Smart AC କ’ଣ? ଏହି ଏସି କିଣିବା କାହିଁକି ଲାଭଦାୟକ ହୋଇଥାଏ?

ବର୍ତ୍ତମାନ ସମଗ୍ର ଭାରତରେ ଭୀଷଣ ହିଟୱେଭ ଚାଲିଛି । ଏପରି ପରିସ୍ଥିତିରେ, ଘର ହେଉ କିମ୍ବା ଅଫିସ୍ ହେଉ, ଏସି…

32 seconds ago

ଚେନ୍ନାଇରୁ ମୁମ୍ବାଇ ଯାଉଥିବା IndiGo ବିମାନକୁ ବୋମା ଧମକ, କ୍ରୁ ସଦସ୍ୟଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମାରେ ଉଡ଼ାଇ ଦେବାକୁ…

16 mins ago

କଣ୍ଟାବାଞ୍ଜି: ମାଲବୋଝେଇ ଟ୍ରେନ ଲାଇନଚ୍ୟୁତ, ଟ୍ରାକ୍ ବାହାରକୁ ପଳାଇଲା ୪ଟି ବଗି

କଣ୍ଟାବାଞ୍ଜି(କେନ୍ୟୁଜ୍‌): goodଯାହାଫଳରେ ଏହି ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିଲା । ଖୋଦ ସମ୍ବଲପୁର ଡିଭିଜନ ଡିଆରଏମ ଓ ରେଳବାଇ…

17 mins ago

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ଇଭିଏମ୍‌ ଏବଂ ଭିଭିପାଟ୍‌କୁ ପୋଖରୀରେ ଫିଙ୍ଗିଲେ ଲୋକ

ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି…

37 mins ago

ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ : ସିଇଓ

ମହାକାଳପଡ଼ା(କେନ୍ୟୁଜ୍‌): ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ । ପ୍ରେସ୍ ମିଟରେ ସ୍ପଷ୍ଟ କଲେ ମୁଖ୍ୟ…

39 mins ago

ଯୁଦ୍ଧ ଶେଷ କରିବାର ସମୟ ଆସିଛି : ବାଇଡେନ

ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…

51 mins ago