ସମ୍ବଲପୁରରେ କିଏ ଓ କାହିଁକି ମାଆ ଓ ୨ ଛୁଆଙ୍କୁ ମାରିଲା? ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବ
ତିନି ଜଣଙ୍କର ଗଳା କାଟି ଦିଆଯାଇଛି । ସମସ୍ତଙ୍କର ମୃତଦେହକୁ ଚାଦରରେ ଢଙ୍କା ଯାଇଛି । ୪ ଦିନ ହେବ ମୃତଦେହ ଗୁଡିକ ଘର ଭିତରେ ପଡିରହିଥିଲା । ସାଜିୟାଙ୍କ ସ୍ୱାମୀଙ୍କର ଦୁଇ ବର୍ଷ ଆଗରୁ ମୃତ୍ୟୁ ହୋଇଛି ।
![](https://knewsodisha.com/wp-content/uploads/2023/05/sambalpur-1.jpg)
ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ କିଏ ଓ କାହିଁକି ମାଆ ଓ ୨ ଛୁଆଙ୍କୁ ମାରିଲା ? ଟ୍ରିପଲ ମର୍ଡର କାରଣ କଣ ? ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତନାଘନା ତଦନ୍ତ କରୁଛନ୍ତି । ଏଯାଏ ଘର ଭିତରୁ ଉଦ୍ଧାର ହୋଇନି ମୃତଦେହ । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବ । ଗତକାଲି ଧନୁପାଲି ଥାନା ସୁନାପାଲି ଅଞ୍ଚଳର ବନ୍ଦ ଘରୁ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।
ମୃତକମାନେ ହେଲେ ସାଜିୟା ପରବିନ୍, ତାଙ୍କର ୮ବର୍ଷର ପୁଅ ଅବଦୁଲ୍ ରେହମାନ ଓ ୬ବର୍ଷର ଝିଅ ହୁମାୟାରା ତୟବା । ତିନି ଜଣଙ୍କର ଗଳା କାଟି ଦିଆଯାଇଛି । ସମସ୍ତଙ୍କର ମୃତଦେହକୁ ଚାଦରରେ ଢଙ୍କା ଯାଇଛି । ୪ ଦିନ ହେବ ମୃତଦେହ ଗୁଡିକ ଘର ଭିତରେ ପଡିରହିଥିଲା । ସାଜିୟାଙ୍କ ସ୍ୱାମୀଙ୍କର ଦୁଇ ବର୍ଷ ଆଗରୁ ମୃତ୍ୟୁ ହୋଇଛି । କିଏ ଓ କାହିଁକି ଏଭଳି ବର୍ବର କାଣ୍ଡ କଲା ? ହତ୍ୟା ପଛରେ ପୂର୍ବ ଶତ୍ରୁତା ନା ସମ୍ପତ୍ତି କାରଣରୁ କେହି ମାରି ଦେଲା ? ସାଜିଆଙ୍କର କାହା ସହ ପୂର୍ବରୁ କୌଣସି ବିବାଦ ରହିଥିଲା କି ? ବିଭିନ୍ନ ଦିଗରୁ ଖୋଳତାଡ କରୁଛୁ ଧନୁପାଲି ଥାନା ପୋଲିସ ।