ରାଜ୍ୟ

ବାଧ୍ଯ କରିଛି ପରିସ୍ଥିତି: ପାଠ ପଢିଛନ୍ତି ବିଏ, ହେଲେ ଗୀତ ଗାଇ କରୁଛନ୍ତି ଭିକ୍ଷା ବୃତ୍ତି

କରଞ୍ଜିଆ : ସମୟ ମଣିଷକୁ କେଉଁଠୁ ନେଇ କେଉଁଠି ପହଁଚାଇ ଦିଏ, ତାହାକୁ ପରିଳ୍ପନା କରିବା ଅସମ୍ଭବ । ଏମିତି ଅନେକ ଲୋକ ନିଜର ଆଶାକୁ ପୂରଣ କରିବା ପାଇଁ ପ୍ରତିଦିନ ସଂଘର୍ଷ କରିଚାଲିଛନ୍ତି । ପ୍ରତିଭା ଥାଇ ବି ଆର୍ଥିକ ଅଭାବରୁ ଅଧାବାଟରେ ଅଟକିରହିଛନ୍ତି । ତେବେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର କଥା କହିଲେ ଏଠାରେ ଅନେକ କଳାକାର ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିଛନ୍ତି ।

ଏମିତି ଏକ ପ୍ରତିଭା ହେଉଛନ୍ତି ପ୍ରକାଶ ନାଏକ। ତାଙ୍କ ଗୀତ ଶୁଣିଲେ ଯେ କେହିବି ଭାବ ବିହ୍ଵଳିତ ହୋଇ ପଡିବେ । ସେ ଜନ୍ମରୁ ଦୃଷ୍ଟିହୀନ। କିନ୍ତୁ ପାଠ ପଢ଼ିଛନ୍ତି ବିଏ । ଜଣେ ଶିକ୍ଷକ ହେବାର ଆଶା ନେଇ ସିଟି ତାଲିମ ମଧ୍ୟ ନେଇଛନ୍ତି । କିନ୍ତୁ କରୋନା ମାହାମାରୀ ଯୋଗୁଁ ତାଙ୍କ ପରିବାର ଆର୍ଥିକ ଅନଟନ ଦେଇ ଗତି କରୁଛି ତାଙ୍କ ପରିବାର ।

ଯାହାଫଳରେ ସେ ବାଧ୍ୟ ହୋଇ ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚେକେଶ୍ଵରୀ ମନ୍ଦିର ସମ୍ମୁଖରେ ଭିକ୍ଷା ବୃତ୍ତି କରୁଛନ୍ତି ।  ନାଁ ତାଙ୍କର ପ୍ରକାଶ ନାଏକ ।  ଘର ହେଉଛି ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅନ୍ତର୍ଗତ ଅର୍ଜୁନବିଲା ଗାଁ ରେ । ଖିଚିଂ ମନ୍ଦିର ସମ୍ମୁଖରେ ଗୀତ ଗାଇ ନିଜ ପରିବାର ଚଳାଉଛନ୍ତି ପ୍ରକାଶ । ସ୍ୱପ୍ନ ଅଛି କଣ୍ଠଶିଳ୍ପୀ ହେବାକୁ । ଗତ ଗାଇବା ତାଙ୍କୁ କେହି ଶିଖାଇ ନାହାନ୍ତି । କିନ୍ତୁ ମୋବାଇଲ ଗୀତ ଶୁଣି ସେ ଗୀତ ଗାଁଆନ୍ତି । ତେବେ ଯଦି ପ୍ରକାଶଙ୍କୁ କୌଣସି ସହାୟତା ମିଳନ୍ତା, ତାହେଲେ ସେ ନିଜ ପ୍ରତିଭାକୁ ଆହୁରୀ ବିକଶିତ କରିବା ସହିତ ନିଜର ଭବିଷ୍ଯତକୁ ସୁନ୍ଦର ଭାବେ ଗଢି ତୋଳି ପାରନ୍ତେ।

Sonalisa

Recent Posts

ଓଡ଼ିଶା ନିର୍ବାଚନ ଫଳାଫଳ ୨୦୨୪: ଏବେ ଯାଏ ଫଳାଫଳ, ଗଣତି ଜାରି

ଭୁବନେଶ୍ୱର (କେନ୍ୟୁଜ): ଚାଲିଛି ଭୋଟ ଗଣତି । ସାମନାକୁ ଆସିଛି ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା ଓ…

37 mins ago

ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ …

ରାତି ପାହିଲେ କପେ ଚା’ ନ ପିଇଲେ ଦିନ ଆରମ୍ଭ ହୁଏ ନାହିଁ । ମନ ଭଲ ଲାଗେ ନାହିଁ…

1 hour ago

ଆପଣଙ୍କୁ ମନୋଜଙ୍କ ନିବେଦନ, ଚିକିତ୍ସାରେ ତାଙ୍କୁ ସାହାଯ୍ୟ କରି ତାଙ୍କ ଜୀବନ ବଞ୍ଚାନ୍ତୁ

କଟକ (କେନ୍ୟୁଜ) : ବାପାର ମୁଣ୍ଡ ପାଖରେ ବସି ମଥାକୁ ଆଉଁସି ଦେଉଛି ଝିଅ । ଆଖିରୁ ବହିଯାଉଛି ଧାର…

2 hours ago

ଚଳନ୍ତା ଟ୍ରେନରୁ ଫୋନକୁ ଝାମ୍ପିନେଲା ଚୋର, ଅନାଇ ରହିଗଲେ ଯାତ୍ରୀ କିଛି କରିପାରିଲେନି

ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କୁ ଅନେକ ଥର ବିଭିନ୍ନ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । କେତେବେଳେ ଜିନିଷ ପତ୍ର…

3 hours ago

ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ, ଦେଢ ଲକ୍ଷରୁ ଅଧିକ ଭୋଟରେ ଜିତିଲେ

ଉତ୍ତର ପ୍ରଦେଶର ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ । ୨୦୧୪ ଓ ୨୦୧୯ରେ ମୋଦି ଏହି ଆସନରୁ ଏକତରଫା…

3 hours ago

ପିଚରେ ଧୂଆଁଧାର ବ୍ୟାଟିଂ କରୁଥିଲେ, ହେଲେ ଅଚାନକ ତଳେ ପଡିଗଲେ କ୍ରିକେଟର

ପିଚରେ ଧମାକେଦାର ବ୍ୟାଟିଂ କରୁଥିଲେ । ଛକା ଚଉକା ମାରୁଥିଲେ । ହେଲେ ଗୋଟେ ଛକା ମାରିବା ପରେ ଟଳିପଡିଲେ…

3 hours ago