ବାଧ୍ଯ କରିଛି ପରିସ୍ଥିତି: ପାଠ ପଢିଛନ୍ତି ବିଏ, ହେଲେ ଗୀତ ଗାଇ କରୁଛନ୍ତି ଭିକ୍ଷା ବୃତ୍ତି

କରଞ୍ଜିଆ : ସମୟ ମଣିଷକୁ କେଉଁଠୁ ନେଇ କେଉଁଠି ପହଁଚାଇ ଦିଏ, ତାହାକୁ ପରିଳ୍ପନା କରିବା ଅସମ୍ଭବ । ଏମିତି ଅନେକ ଲୋକ ନିଜର ଆଶାକୁ ପୂରଣ କରିବା ପାଇଁ ପ୍ରତିଦିନ ସଂଘର୍ଷ କରିଚାଲିଛନ୍ତି । ପ୍ରତିଭା ଥାଇ ବି ଆର୍ଥିକ ଅଭାବରୁ ଅଧାବାଟରେ ଅଟକିରହିଛନ୍ତି । ତେବେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର କଥା କହିଲେ ଏଠାରେ ଅନେକ କଳାକାର ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିଛନ୍ତି ।

prakshଏମିତି ଏକ ପ୍ରତିଭା ହେଉଛନ୍ତି ପ୍ରକାଶ ନାଏକ। ତାଙ୍କ ଗୀତ ଶୁଣିଲେ ଯେ କେହିବି ଭାବ ବିହ୍ଵଳିତ ହୋଇ ପଡିବେ । ସେ ଜନ୍ମରୁ ଦୃଷ୍ଟିହୀନ। କିନ୍ତୁ ପାଠ ପଢ଼ିଛନ୍ତି ବିଏ । ଜଣେ ଶିକ୍ଷକ ହେବାର ଆଶା ନେଇ ସିଟି ତାଲିମ ମଧ୍ୟ ନେଇଛନ୍ତି । କିନ୍ତୁ କରୋନା ମାହାମାରୀ ଯୋଗୁଁ ତାଙ୍କ ପରିବାର ଆର୍ଥିକ ଅନଟନ ଦେଇ ଗତି କରୁଛି ତାଙ୍କ ପରିବାର ।

prakash nailଯାହାଫଳରେ ସେ ବାଧ୍ୟ ହୋଇ ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚେକେଶ୍ଵରୀ ମନ୍ଦିର ସମ୍ମୁଖରେ ଭିକ୍ଷା ବୃତ୍ତି କରୁଛନ୍ତି ।  ନାଁ ତାଙ୍କର ପ୍ରକାଶ ନାଏକ ।  ଘର ହେଉଛି ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅନ୍ତର୍ଗତ ଅର୍ଜୁନବିଲା ଗାଁ ରେ । ଖିଚିଂ ମନ୍ଦିର ସମ୍ମୁଖରେ ଗୀତ ଗାଇ ନିଜ ପରିବାର ଚଳାଉଛନ୍ତି ପ୍ରକାଶ । ସ୍ୱପ୍ନ ଅଛି କଣ୍ଠଶିଳ୍ପୀ ହେବାକୁ । ଗତ ଗାଇବା ତାଙ୍କୁ କେହି ଶିଖାଇ ନାହାନ୍ତି । କିନ୍ତୁ ମୋବାଇଲ ଗୀତ ଶୁଣି ସେ ଗୀତ ଗାଁଆନ୍ତି । ତେବେ ଯଦି ପ୍ରକାଶଙ୍କୁ କୌଣସି ସହାୟତା ମିଳନ୍ତା, ତାହେଲେ ସେ ନିଜ ପ୍ରତିଭାକୁ ଆହୁରୀ ବିକଶିତ କରିବା ସହିତ ନିଜର ଭବିଷ୍ଯତକୁ ସୁନ୍ଦର ଭାବେ ଗଢି ତୋଳି ପାରନ୍ତେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.