Below header

ଦମଦାର ବ୍ୟାଟେରୀ ଓ ଷ୍ଟାଇଲିସ ଲୁକ ସହ ଭାରତୀୟ ବଜାରରେ ଲଞ୍ଚ ହେଲା Vivo Y51A, ଦେଖି ଦିଅନ୍ତୁ ଆଉ କଣ ରହିଛି ସ୍ପେଶାଲ ଫିଚର୍ସ

ବିଶ୍ୱର ଅନ୍ୟତମ ଅଗ୍ରଣୀ ମୋବାଇଲ ନିର୍ମାତା କମ୍ପାନୀ Vivo ଭାରତୀୟ ବଜାରରେ ନୂଆ ସ୍ମାର୍ଟଫୋନ Vivo Y51 Aକୁ ଲଞ୍ଚ କରିଛି । ଏଥିରେ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେନ୍ସର ବ୍ୟବସ୍ଥା ବି ରହିଛି । ଏହା ବ୍ୟତୀତ ଫୋନରେ କ୍ଵାଲକମ ସ୍ନାପଡ୍ରାଗନ ୬୬୨ ପ୍ରୋସେସର ସମେତ 5000mAh ବ୍ୟାଟେରୀ ଥିବା ବେଳେ ଏହା 18W ପର୍ଯ୍ୟନ୍ତର ଫାଷ୍ଟ ଚାରଜିଙ୍ଗ ସୁବିଧା ଦେଇପାରିବ । ଗତ ମାସ ଲଞ୍ଚ ହୋଇଥିବା Vivo Y51ର ଏହା ହେଉଛି ଲାଟେଷ୍ଟ ଭର୍ଜନ ।

ଭାରତୀୟ ବଜାରରେ ଏହାକୁ ମାତ୍ର ଗୋଟିଏ ଷ୍ଟୋରେଜ ଓ ରାମ ସହ ଲଞ୍ଚ କରାଯାଇଛି । ଯାହାର ମୂଲ୍ୟ ୧୭ ହଜାର ୯୯୦  ଟଙ୍କା ରଖାଯାଇଛି । ଏହାକୁ ୮ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ ଫ୍ୟାସିଲିଟି ସହ ମଧ୍ୟ କିଣାଯାଇପାରିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ଟାଇଟାନିକ ସଫାୟର ଓ କ୍ରିଷ୍ଟାଲ ସେମଫେନି ଦୁଇଟି ଦମଦାର ରଙ୍ଗରେ ଏହା ଉପଲବ୍ଧ ହେବ । ଉଭୟ ଅଫଲାଇନ ଓ ଅନଲାଇନ ଷ୍ଟୋର ମାନଙ୍କରେ ଏହାର ବିକ୍ରି ଆରମ୍ଭ ହୋଇଯାଇଛି ।

vivo

ଏହା ଆଣ୍ଡ୍ରଏଡ 11ରେ ଚାଲୁଥିବା ବେଳେ ୬.୫୮ ଇଞ୍ଚର ଫୁଲ ଏଚ୍ଡି ପ୍ଲସ ଡିଷ୍ପ୍ଲେ ସୁବିଧା ରହିଛି । ଯାହାର ରିଜୋଲୁସନ 1080X 2408 ପିକସଲ ହେବ । ଏହାର ସ୍କ୍ରିନ LCD କ୍ୱାଲିଟିର । ପ୍ରୋସେସର ଦୃଷ୍ଟିରୁ ଏଥିରେ ସ୍ନାପଡ୍ରାଗନ ୬୬୨ ପ୍ରସେସର, ୮ ଜିବି ରାମ, ୧୨୮ ଜିବି ଷ୍ଟୋରେଜ ସୁବିଧା ରହିଛି । ମେମୋରୀ କାର୍ଡ଼ ଜରିଆରେ ଯାହାକୁ ୧ ଟିବି ପର୍ଯ୍ୟନ୍ତ ବଢ଼ା ଯାଇପାରିବ । ଏସବୁ ବ୍ୟତୀତ ଏଥିରେ ଟ୍ରିପଲ ରିୟର କ୍ୟାମେରା ମଧ୍ୟ ରହିଛି । ଯାହାର ମେନ ଲେନ୍ସ ୪୮ ମେଗାପିକସଲ । ଦ୍ଵିତୀୟ ଲେନ୍ସ ୮ ମେଗା ପିକସଲର ଅଲ୍ଟ୍ରା ୱାଇଣ୍ଡ ଆଉ ତୃତୀୟ ଲେନ୍ସ ୨

ମେଗା ପିକସଲର ମାକ୍ରୋଲେନ୍ସ । କ୍ୟାମେରା ସହ ପୋଟ୍ରେଟ, ଫୋଟୋ, ଭିଡିଓ, ପାନୋରାମା ଲାଇଭ ଫୋଟୋ ସମେତ ସ୍ଲୋ ମୋସନ ପରି ଫିଚର ରହିଛି । ସେଲ୍ଫି ପାଇଁ ୧୬ ମେଗାପିକସଲ ଲେନ୍ସ ସୁବିଧା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.