Below header

SSC ପକ୍ଷରୁ ୧୦ ହଜାର ପଦବୀରେ ନିଯୁକ୍ତି, ଜାଣନ୍ତୁ କେବେ ଆସିବ ନୋଟିଫିକେସନ

ଷ୍ଟାଫ ସିଲେକ୍ସନ କମିଶନ(SSC) ତରଫରୁ ମଲ୍ଟି ଟାସ୍କିଂ ଷ୍ଟାଫ ୨୦୨୦ ଖାଲି ପଡିଛି ୧୦ ହଜାର ପଦବୀ । ଯେଉଁଥି ପାଇଁ ଖୁବଶୀଘ୍ର ନିଯୁକ୍ତି କରାଯିବ। ଫେବ୍ରୁଆରୀ ୨ ତାରିଖରେ ଏଥିପାଇଁ ନୋଟିଫିକେସନ ଜାରି କରାଯିବ। ମଲ୍ଟି ଟାସ୍କିଂ ଷ୍ଟାଫ ପଦବୀ ପାଇଁ ନୋଟିଫିକେସନ ଜାରି ହେବା ପରେ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ।

ssc job

ନୋଟିଫିକେସନ ଜାରି ହେବା ପରେ ଅନଲାଇନ ଆବେଦନ କରିପାରିବେ। ଅନଲାଇନ ଆବେଦନ କରିବା ସଂପୂର୍ଣ୍ଣ ବିବରଣ ଅଫିସିଆଲ ୱେବସାଇଟରେ ହେବ। ଏହି ପଦବୀରେ ଭର୍ତ୍ତି ପାଇଁ ଲିଖିତ ପରୀକ୍ଷା ଜୁଲାଇ ୧ ତାରିଖରେ କରାଯିବ। ସେହିଭଳି ଲିଖିତ ପରୀକ୍ଷାରେ ପାସ୍ ହେବା ପରେ ପ୍ରାର୍ଥୀଙ୍କୁ ସ୍କିଲ ଟେଷ୍ଟ ଦେବାକୁ ହେବ। ଅଧିକ ବିବରଣୀ ଜାଣିବା ପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.