ବ୍ଯାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ କରୋନା ପଜିଟିଭ ଚିହ୍ନଟ, ଥାଇଲାଣ୍ଡରେ ଖେଳୁଥିଲେ ଚାମ୍ପିଅନସିପ୍

ବ୍ଯାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ସାଇନା ବ୍ଯାଡମିଣ୍ଟନ ଟୁର୍ନାମେଣ୍ଟ ପାଇଁ ଥାଇଲ୍ଯାଣ୍ଡ ଯାଇଥିଲେ। ତାଙ୍କୁ ସେଠାରେ ହସପିଟାଲରେ କ୍ବାରେଣ୍ଟାଇନ କରିଦିଆଯାଇଛି। କରୋନା ପଜିଟିଭ ଚିହ୍ନଟ ହେବା ସାଇନାଙ୍କ ପାଇଁ ଏକ ବଡ଼ ଝଟକା। ୧୨ରୁ ୧୭ ଜାନୁଆରୀ ମଧ୍ୟରେ ଥାଇଲାଣ୍ଡ ଓପନ ଟୁର୍ନାମେଣ୍ଟ ଖେଳାଯିବାର ଥିଲା। ଏହା ପରେ ୧୯ରୁ ୨୪ ଜାନୁଆରୀ ମଧ୍ୟରେ ଟୋୟାଟା ଥାଇଲାଣ୍ଡ ଓପନ ମଧ୍ୟ ଖେଳାଯିବାର ରହିଥିଲା।

କରୋନା ଯୋଗୁଁ ପାଖାପାଖି ୧୦ ମାସ ପର୍ଯ୍ଯନ୍ତ ସମସ୍ତ ଖେଳ ପ୍ରଭାବିତ ହୋଇଥିଲା। ଏହା ମଧ୍ୟରେ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଥିବା ଥାଇଲାଣ୍ଡ ଓପର ସୁପର ୧୦୦୦ ଟୁର୍ନାମେଣ୍ଟରେ ଖେଳିବାକୁ ନେଇ ବହୁତ ଉତ୍ସାହିତ ରହିଥିଲେ। ଏହା ପୂର୍ବରୁ ସାଇନା ବ୍ଯାକଂକରେ ହେବାକୁ ଥିବା ଟୁର୍ନାମେଣ୍ଟ ପୂର୍ବରୁ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ଖୁସି ନଥିଲେ। ସାଇନା କୋଭିଡ-୧୯ ପ୍ରୋଟୋକଲ ଅନୁଯାୟୀ ଲାଗିଥିବା ପ୍ରତିବନ୍ଧକ ଉପରେ ଟ୍ବିଟ୍ ମଧ୍ୟ କରିଥିଲେ। ଏବେ କରୋନା ପଜିଟିଭ ହେବା ପରେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେନି ସାଇନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.