Below header

ବିଚ୍ ରାସ୍ତା ଉପରେ ମହିଳା କନେଷ୍ଟବଳଙ୍କ ଦାଦାଗିରି, ଅଟୋ ଡ୍ରାଇଭରଙ୍କ ଉପରେ ବର୍ଷିଲା ଚାପୁଡା ଉପରେ ଚାପୁଡା

ମହାକାଳପଡା: ପୋଲିସ ବାଲାଙ୍କ କାରରେ ଅଟୋ ଘସି ହୋଇଯିବାରୁ କାରର କିଛି ଅଂଶ ସ୍କ୍ରାଚ୍ ହୋଇଗଲା । ଏହି ଘଟଣାକୁ ନେଇ ଜଣେ କନେଷ୍ଟବଳ ବିଚ୍ ରାସ୍ତା ଉପରେ ଜଣେ ଅଟୋ ଡ୍ରାଇଭରକୁ ମାଡ଼ ମାରିବା ଭିଡ଼ିଓ ଭାଇରାଲ ହୋଇଛି ।

ସୂଚନା ମୁତାବକ ଜଣେ ମହିଳା କନେଷ୍ଟବଳ କାର ଯୋଗେ ଯାଉଥିବା ସମୟରେ ଜମ୍ବୁ –ମାର୍ଶାଘାଇ ରାସ୍ତାର ନନ୍ତାର ଛକ ନିକଟରେ ତାଙ୍କ କାରଟି ଏକ ଡ଼ାଲା ଅଟୋ ସହିତ ସାମାନ୍ୟ ଘସି ହୋଇଯାଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ମହିଳା କନେଷ୍ଟବଳ ଜଣଙ୍କ କାରରୁ ଓହ୍ଲାଇ ଅଟୋ ଡ଼୍ରାଇଭରକୁ ରାସ୍ତା ଉପରେ ସର୍ବସମ୍ମୁଖରେ ମାଡ଼ ମାରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ରାମନଗର ଅଂଚଳର ଅଟୋ ଡ଼୍ରାଇଭର ବିଶ୍ୱଜିତ୍ ସଂପୃକ୍ତ ମହିଳା କନେଷ୍ଟବଳଙ୍କ ବିରୋଧରେ ଜମ୍ବୁ ମେରାଇନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । 

ଅନ୍ଯପଟେ ଏହି ଅଭିଯୋଗକୁ ନେଇ ଭାଇରାଲ ହୋଇଥିବା ଘଟଣାକୁ  ଗୁରୁତର ନେଇ ନୂତନ ଏସ୍‌ପି ତଦନ୍ତ କରିବେ ବୋଲି ଥାନା ପକ୍ଷରୁ କୁହାଯାଇଛି । ଅନ୍ଯପଟେ ଏନେଇ କନେଷ୍ଟବଳ ମ୍ଯାଡାମଙ୍କର କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.