ରାଜ୍ୟ

ଜଗା ଦର୍ଶନ ପୂର୍ବରୁ ସ୍ୱର୍ଗଦ୍ୱାର ପାଲଟିଲା ଶେଷ ଠିକଣା, ଆଉ ଏ ଆଖୁ କିଣୁ କିଣୁ ପଛପଟୁ ମାଡିଆସିଲା ଗାଡି

ଭୁବନେଶ୍ୱର (କେନ୍ୟୁଜ) : ପଛେ ପଛେ ଆସୁଥିଲା ମୃତ୍ୟୁ ଜଣାନଥିଲା ମିଳିବ ଏମିତି ଯମ ଦଣ୍ଡ, ପୁଣ୍ୟ କମାଇବା ପାଇଁ ଆସିଥିଲେ ଗଞ୍ଜାମ ରୁ ଭୁବନେଶ୍ୱର । ଭାବିଥିଲେ ଲିଙ୍ଗରାଜ ମନ୍ଦିରରେ ବଡ଼ ବଡୁଆଙ୍କୁ ଡାକିବେ ଆଉ ତା ବାସିଦିନ ଯାଇ ଜଗାର ଦର୍ଶନ କରିବେ, କିନ୍ତୁ ସବୁ କଳ୍ପନା ଜଳ୍ପନା ଉପରେ ପଡିଗଲା ପୂର୍ଣ୍ଣଛେଦ । ଜଗା ଦର୍ଶନ ପୂର୍ବରୁ ସ୍ୱର୍ଗଦ୍ୱାର ପାଲଟିଲା ଶେଷ ଠିକଣା । ପୁରା ପରିବାରଙ୍କୁ ନେଇ ଆସିଥିବା ଜୁରିନାଥ ହରାଇ ବସିଲେ ନିଜ ସ୍ତ୍ରୀଙ୍କୁ । ଆଉ ମୃତକଙ୍କ ମାଙ୍କ କଥା କଣ କହିବା, ଦିନେ ସୁସଜ୍ଜିତ ଗାଡ଼ିରେ ଝିଅକୁ ବିଦା କରିଥିଲେ ଶାଶୂ ଘରକୁ କିନ୍ତୁ ଆଜି ଝିଅକୁ ନେଇ ସ୍ୱର୍ଗଦ୍ୱାର ଯାଉଛନ୍ତି ଦାହ କରିବାକୁ । ସେଦିନର କାନ୍ଦ ଆଉ ଆଜିର କାନ୍ଦ ଭିତରେ ଆକାଶ ପାତାଳ ତଫାତ । ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଫାଟିଯିବ ।

ଲିଙ୍ଗରାଜ ମନ୍ଦିର ସାମ୍ନାରେ ଛିଡା ହୋଇ ପୂଜା ପାଇଁ ଆଖୁ କିଣୁଥିବା ବେଳେ ହଠାତ କି ପଛପଟୁ ଧକ୍କା ଦେଲା ଏକ କଳା ରଙ୍ଗର କାର । ଆଉ ସେଇଠି ଟଳିପଡିଲେ ସ୍ତ୍ରୀ । ନିଜେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ।

ଏ ଦୃଶ୍ୟ ଯେତିକି ଯନ୍ତ୍ରଣା ଦାୟକ ସେତିକି ହୃଦୟସ୍ପର୍ଶୀ । କାନ୍ଦୁଛନ୍ତି ହସ୍ପିଟାଲରୁ ସଦ୍ୟ ଡିସଚାର୍ଜ ହୋଇଥିବା ସ୍ୱାମୀ, କାନ୍ଦୁଛି ପୁରା ପରିବାର । ପିଲାମାନେ କେବେ ସ୍ୱପ୍ନରେ ବି ଚିନ୍ତା କରିନଥିବେ ଯେ ଏମିତି ତାଙ୍କୁ ତାଙ୍କ ମାଆ ଛାଡି ଚାଲିଯିବେ ବୋଲି । ତାଙ୍କୁ ନେଇ ଆସିଥିବା ଗାଡି ପୁରୀ ତ ଗଲା କିନ୍ତୁ, ଶ୍ରୀମନ୍ଦିର ନୁହେଁ ସ୍ୱର୍ଗଦ୍ୱାର । ତେବେ ସଂପୂର୍ଣ୍ଣ ଘଟଣା ଥିଲା ଏମିତି ।

ଗଂଜାମ ଜିଲ୍ଲା ଦିଗପହଣ୍ଡିର ଏକ ଦମ୍ପତି ନିଜ ପରିବାର ସହ ପୟା ଶ୍ରଦ୍ଧା ଦେବା ପାଇଁ ଆସିଥିଲେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର । କଥାରେ ଅଛି ଲିଙ୍ଗରାଜ ସମ୍ମୁଖରେ ବଡବଡୁଆଙ୍କୁ ଡାକିଲେ ପୂନ୍ୟ ମିଳିଥାଏ । ଆଉ ସେ ପୁନ୍ୟ ଟିକକ ପାଇବା ପାଇଁ ଓ ବଡବଡୁଆଙ୍କୁ ମନେ ପକାଇବା ପାଇଁ ସ୍ୱାମୀ ସ୍ତ୍ରୀ ସାଙ୍ଗ ହୋଇ ପରିବାର ଲୋକଙ୍କୁ ଧରି ଆସିଥିଲେ ଲିଙ୍ଗରାଜ ମନ୍ଦିର । ହେଲେ ଲିଙ୍ଗରାଜ ସମ୍ମୁଖରେ ଭୋଗ ଦେବାବେଳେ ଏ ଭୋଗରେ କୁଆଡେ ଆଖୁ ନିହାତି ପଡିବା ଦରକାର । ସେଥିପାଇଁ ଆଖୁ କିଣିବା ପାଇଁ ଯାଇଥିଲେ ସ୍ୱାମୀ ସ୍ତ୍ରୀ । ପାଖରେ ଥିବା ଦୋକାନରୁ ସ୍ୱାମୀ ସ୍ତ୍ରୀ ଆଖୁ କିଣୁଥିଲେ, କିନ୍ତୁ ସେଇଠାରେ ଅନାଇ ବସିଥିଲା ମୃତ୍ୟୁ । ଆଉ ଏ ଆଖୁ କିଣୁ କିଣୁ ବ୍ୟାକ୍‌ ଗିୟର ପକାଇ ପଛପଟୁ ମାଡିଆସିଲା ଏକ କଳା ରଙ୍ଗର ଗାଡି । କେହି କିଛି ବୁଝିବା ପୂର୍ବରୁ ସ୍ୱାମୀ ସ୍ତ୍ରୀଙ୍କ ଉପରକୁ ଚଢ଼ି ଯାଇଥିଲା । ସ୍ତ୍ରୀ ସେଇଠାରେ ହିଁ ସ୍ୱାମୀଙ୍କ ହାତ ଛାଡିଦେଇ ଚାଲିଗଲେ ଆରପାରିକୁ । ଆଉ ସ୍ୱାମୀ ଗୁରୁତର ଅବସ୍ଥାରେ ଗଲେ ହସ୍ପିଟାଲକୁ । ଆଉ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ଓ ସେ ହସ୍ପିଟାଲରୁ ଡିସ ଚାର୍ଜ ହୋଇଛନ୍ତି । କିନ୍ତୁ ଘରକୁ ନ ଯାଇ ଯାଇଛନ୍ତି କ୍ୟାପିଟାଲ ହସ୍ପିଟାଲ । କାରଣ ସେଠି ଅଛନ୍ତି ତାଙ୍କ ମୃତ ପତ୍ନୀ । ଆଉ ମୃତ ପତ୍ନୀଙ୍କ ଶେଷକୃତ୍ୟ ପାଇଁ ସେ ଯିବେ ସ୍ୱର୍ଗଦ୍ୱାର ।

ମୃତ ମହିଳା ହେଲେ ସୁଲୋଚନା ମହାନ୍ତି। ଗୁରୁତର ସ୍ୱାମୀ ହେଉଛନ୍ତି ଜୁରିନାଥ ବେବର୍ତା। ସୁଲୋଚନା କୁକୁଡାଖଣ୍ଡି ବ୍ଲକ ବାଳକୃଷ୍ଣ ପୁର ପ୍ରାଇମେରି ସ୍କୁଲରେ ଶିକ୍ଷକତା କରୁଥିଲେ । ସେ ବ୍ରହ୍ମପୁର ତୁଳସୀ ନଗର ତୃତୀୟ ଲେନରେ ରୁହନ୍ତି। ସ୍ୱାମୀ ଜୁରିନାଥ ମଧ୍ୟ ଜଣେ ଶିକ୍ଷକ, କିନ୍ତୁ ସାରାଜୀବନ, ଜୀବନ ଦର୍ଶନର ବାର୍ତ୍ତା ବାଣ୍ଟୁଥିବା ଏ ଦମ୍ପତିନଙ୍କ ଜୀବନରେ ଏମିତି ଅଚାନକ ଘୋଟି ଆସିଲା କଳା ବାଦଲ । କହିରଖିବାକୁ ଚାହିଁବୁ ଯେ ଏହି ଗାଡିର ଚାଳକ ମଦ ପିଇଥିଲେ । ଯିଏ କି ବ୍ୟାକ୍‌ ଗିୟର ଦେବା ସମୟରେ ଚଢ଼ାଇଦଲେ ଏ ଦମ୍ପତିଙ୍କ ଉପରେ । ଆଉ ଘଟଣା ଘଟାଇ ତୁରନ୍ତ ହିଁ ଘଟଣାସ୍ଥଳରୁ ହିଁ ଛୁ ମାରିଲେ ଚାଳକ । ଗାଡି ଛାଡି ଛୁ ମାରିଲେ ବି ଗାଡି ନମ୍ବରରୁ ମିଳିଗଲା ପରିଚୟ । ଗାଡ଼ି ଟି ପୁରୁଣା ଭୁବନେଶ୍ୱର ଅଞ୍ଚଳର ଗୌତମ ମିଶ୍ରଙ୍କର ବୋଲି ଜଣାପଡିଛି। ଯିଏ କି ଫେରାର ହୋଇଥିଲେ ବି ଧରାପଡିଛନ୍ତି ପୋଲିସ ହାତରେ । ଯାହାପରେ ପୋଲିସ୍‌ କରୁଛି ଅଧିକ ତନାଘନା ।

ତେବେ ମୃତ ସୁଲଚନାଙ୍କ ପରିବାରକୁ କ୍ଷତି ପୂରଣ ଦେବ କିଏ ? ଜଣେ ଏତେ ସୁନ୍ଦର ଶିକ୍ଷୟିତ୍ରୀଙ୍କୁ ଗୋଟିଏ ସ୍କୁଲ ହରାଇଲା ଓ ଗୋଟିଏ ପଡ଼ିବାରର ଏତେ ବଡ କ୍ଷତିର ପୂରଣ କେମିତି ହେବ ଏବଂ ମୃତ ସୁଲୋଚନାଙ୍କ ପରିବାକୁ ଉଚିତ ନ୍ୟାୟ ମିଳିବ ତ । ତାହା ଏବେ ସମସ୍ତଙ୍କ ମନରେ ।

Pritiparna

Recent Posts

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋ…

1 min ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

1 hour ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

1 hour ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago

ଆଜିର ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 hours ago