ଭୁବନେଶ୍ବର : ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ରକ୍ତର ଛିଟା । ସ୍ତ୍ରୀ ପୋଛି ଦେଲା ନିଜ ମଥା ସିନ୍ଦୁର। ଏଭଳି ଏକ ଜଘନ୍ଯ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ଗାଁରେ।
ସୂଚନା ମୁତାବକ, ଦୀର୍ଘ ଦିନ ହେବ ଗ୍ରାମବାସୀଙ୍କ ସମ୍ମୁଖରେ ସ୍ୱାମୀ ନିଧି ଗିରି ନିଖୋଜ ଥିବା ନେଇ କହି ଆସୁଥିଲା ସ୍ତ୍ରୀ। କିନ୍ତୁ ଶେଷରେ ୩ ମାସ ପରେ ନିଜ ଦୋଷ ନିଜେ ମାନିଛି ହତ୍ଯାକାରୀ ସ୍ତ୍ରୀ । ନିଜେ ଏଭଳି ଏକ ଜଘନ୍ୟ କାଣ୍ଡ ଘଟାଇଥିବା ସ୍ବୀକାର କରିଛି।
ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରାୟତଃ କଳହ ଲାଗୁଥିଲା । ଯାହା ଦିନେ ନେଇଥିଲା ଭୟଙ୍କର ରୂପ। ନିଜ ହିତାହିତ ଜ୍ଞାନ ଭୁଲି ଯାଇ ସ୍ତ୍ରୀ ଶେଷରେ ହେମଦସ୍ତାରେ ସ୍ୱାମୀ ମୁଣ୍ଡକୁ ଛେଚି ହତ୍ୟା କରିଥିଲା। କେବଳ ସେତିକି ନୁହେଁ ପ୍ରମାଣ ନଷ୍ଟ ପାଇଁ ଘର ନିକଟରେ ମୃତଦେହକୁ ପୋତି ମଧ୍ୟ ଦେଇଥିଲା। ତେବେ ଦୀର୍ଘ ୩ ମାସ ପରେ ଏହି ହତ୍ଯାକାଣ୍ଡ ଉପରୁ ପରଦା ହଟିଛି। ପୋଲିସ୍ ଏନେଇ ତଦନ୍ତ କରିବା ସହିତ ମାଟି ତଳୁ ଗଳିତ ଶବ ଉଦ୍ଧାର କରିଛି।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…