Below header

ନିଜେ ପୋଛି ଦେଲା ନିଜ ସିନ୍ଦୁର; ହେମଦସ୍ତାରେ ସ୍ୱାମୀ ମୁଣ୍ଡକୁ ଛେଚି ହତ୍ୟା କଲା ସ୍ତ୍ରୀ, ୩ମାସ ପରେ ସାମ୍ନାକୁ ଆସିଲା ସତ

ଭୁବନେଶ୍ବର :  ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ରକ୍ତର ଛିଟା । ସ୍ତ୍ରୀ ପୋଛି ଦେଲା ନିଜ ମଥା ସିନ୍ଦୁର। ଏଭଳି ଏକ ଜଘନ୍ଯ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ଗାଁରେ।

ସୂଚନା ମୁତାବକ, ଦୀର୍ଘ ଦିନ ହେବ ଗ୍ରାମବାସୀଙ୍କ ସମ୍ମୁଖରେ ସ୍ୱାମୀ ନିଧି ଗିରି ନିଖୋଜ ଥିବା ନେଇ କହି ଆସୁଥିଲା ସ୍ତ୍ରୀ। କିନ୍ତୁ ଶେଷରେ ୩ ମାସ ପରେ ନିଜ ଦୋଷ ନିଜେ ମାନିଛି ହତ୍ଯାକାରୀ ସ୍ତ୍ରୀ । ନିଜେ ଏଭଳି ଏକ ଜଘନ୍ୟ କାଣ୍ଡ ଘଟାଇଥିବା ସ୍ବୀକାର କରିଛି।

ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରାୟତଃ କଳହ ଲାଗୁଥିଲା । ଯାହା ଦିନେ ନେଇଥିଲା ଭୟଙ୍କର ରୂପ। ନିଜ ହିତାହିତ ଜ୍ଞାନ ଭୁଲି ଯାଇ ସ୍ତ୍ରୀ ଶେଷରେ ହେମଦସ୍ତାରେ ସ୍ୱାମୀ ମୁଣ୍ଡକୁ ଛେଚି ହତ୍ୟା କରିଥିଲା।  କେବଳ ସେତିକି ନୁହେଁ ପ୍ରମାଣ ନଷ୍ଟ ପାଇଁ ଘର ନିକଟରେ ମୃତଦେହକୁ ପୋତି ମଧ୍ୟ ଦେଇଥିଲା। ତେବେ ଦୀର୍ଘ ୩ ମାସ ପରେ ଏହି ହତ୍ଯାକାଣ୍ଡ ଉପରୁ ପରଦା ହଟିଛି। ପୋଲିସ୍ ଏନେଇ ତଦନ୍ତ କରିବା ସହିତ ମାଟି ତଳୁ ଗଳିତ ଶବ ଉଦ୍ଧାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.