Below header

ବିବାହ ବନ୍ଧନରେ ବାନ୍ଧିହେଲେ ୟୁଜୁବେନ୍ଦ୍ର ଓ ଧନାଶ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ଡ୍ୟାନ୍ସ କୋରିଓ ଗ୍ରାଫର ତଥା ୟୁ ଟ୍ୟୁବର ଧନାଶ୍ରୀ ବର୍ମା ଓ କ୍ରିକେଟର ଯୁଜୁବେନ୍ଦ୍ର ଚହଲ ମଙ୍ଗଳବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ଗୁରୁଃଗ୍ରାମ ସ୍ଥିତ କର୍ମା ଲେକ ରିସୋର୍ଟରେ ଦୁହିଁଙ୍କ ବିବାହ ଅନୁଷ୍ଠିତ ହୋଇଥିବା ଜଣାଯାଇଛି । ସେମାନଙ୍କ ବିବାହ ସମୟର ଫଟୋ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ପିକରେ ଧନାଶୀ ଏକ ଖଇରିଆ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ନେଇ ନଜର ଆସିଥିବା ବେଳେ ଯୁଜୁବେନ୍ଦ୍ର ପିନ୍ଧିଛନ୍ତି ଏକ ଆଇଭରି ରଙ୍ଗର ସେରବାନି । ଏହା ସହ ମୁଣ୍ଡରେ ପିନ୍ଧିଛନ୍ତି ହାଲକା ଖଇରିଆ ରଙ୍ଗର ପଗଡି । ଅନ୍ୟପକ୍ଷରେ,ଏକ ସମ୍ବାଦ ପତ୍ରକୁ ସାକ୍ଷାତକାର ଦେବା ସମୟରେ ଧନଶ୍ରୀ କହିଥିଲେ ଚହଲ ତାଙ୍କୁ ପ୍ରଥମେ ବିବାହ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ସେ ମଧ୍ୟ ଏଥିରେ ଖୁସି ଖୁସିରେ ରାଜି ହୋଇଥିଲେ ।

yuzubendra chahal

ଏହା ସହ ସେମାନଙ୍କ ପ୍ରଥମ ସାକ୍ଷାତକାର ସମ୍ବନ୍ଧରେ ବି ବଖାଣି ଥିଲେ ଧନାଶ୍ରୀ । ତାଙ୍କ ଅନୁଯାୟୀ ସେମାନଙ୍କ ସମ୍ପର୍କ ଚଳିତ ବର୍ଷ ଏପ୍ରିଲ ମାସରେ ଏକ ଗୁରୁ- ଶିଷ୍ୟ ସମ୍ପର୍କରୁ ହିଁ ଆରମ୍ଭ ହୋଇଥିଲା । ଏହା ପରେ ଯୁଜୁବେନ୍ଦ୍ର ନିୟମିତ ଭାବରେ ଧନାଶ୍ରୀଙ୍କ ଡ୍ୟାନ୍ସ ଭିଡିଓ ଫଲୋ କରିବା ସହ ତାଙ୍କ କାମ ବାବଦରେ ବି ପୁଙ୍ଖାନୁପୁଙ୍ଖ ତଥ୍ୟ ରଖିଥିଲେ । ଏହା ବାଦ ଲକ ଡାଉନ ସମୟରେ ଯୁଜୁ ନାଚ ଶିଖିବାକୁ ଚେଷ୍ଟା ଚଳାଇଥିଲେ । ଏହି କାରଣରୁ ସେ ଧନାଶ୍ରୀଙ୍କ ସହ ଯୋଗାଯୋଗ କରିଥିଲେ ଓ ଏହା ପରେ ସେମାନଙ୍କ ସମ୍ପର୍କର ମୂଳଦୁଆ ପଡିଥିଲା । ନାଚ ଶିଖୁ ଶିକୁ ଧୀରେ ଧୀରେ ସେମାନଙ୍କ ଭିତରେ ସମ୍ପର୍କ ବଢିବା ସହ ଦୁହେଁ ସବୁଦିନ ପାଇଁ ସାଥି ହୋଇ ରହିବା ନେଇ ସ୍ଥିର କରିଥିଲେ ।

କହିରଖିବା ଉଚିତ ହେବକି, ଚଳିତ ବର୍ଷ ଅଗଷ୍ଟ ମାସରେ ପରିବାର ଲୋକଙ୍କ ଉପସ୍ଥିତିରେ ସେମାନଙ୍କ ନିର୍ବନ୍ଧ ହୋଇଥିଲା । ଏହାର ଫଟୋକୁ ବି ଯୁଜୁ ସୋସିଆଲ ମିଡିଆରେ ସେୟାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.