ନାଗ ନେଉଛି ପ୍ରତିଶୋଧ, ୩୧ ବର୍ଷରେ ୭୨ ଥର କାମୁଡିବା ପରେ ମଧ୍ୟ ଜୀବନ୍ତ ରହିଛନ୍ତି ସୁବ୍ରମଣ୍ଯମ

ଦୈନନ୍ଦିନ ଜୀବନରେ ଆପଣ ନିଶ୍ଚୟ ସାପ କାମୁଡ଼ିବା ସମ୍ବନ୍ଧୀୟ ଅନେକ ଖବର ଶୁଣିଥିବେ । କିନ୍ତୁ ନାଗର ଏପରି ଏକ ପ୍ରତିଶୋଧ ଘଟଣା କେବେ ଶୁଣିନଥିବେ ଯେ, ଜଣେ ବ୍ୟକ୍ତିଙ୍କୁ ୩୨ ବର୍ଷ ଭିତରେ ୭୨ ଥର କାମୁଡ଼ିଛି । ତେବେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ସାପମାନେ ତାଙ୍କର ପ୍ରତିଶୋଧ ନିଅନ୍ତି । ଆନ୍ଧ୍ର ପ୍ରଦେଶରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ବ୍ୟକ୍ତି ୩୨ ବର୍ଷରେ ୭୨ ଥର ସାପ କାମୁଡ଼ାର ଶିକାର ହୋଇଛନ୍ତି । ଆଉ ସବୁଠୁ ବଡକଥା ହେଲା ଏହି ବ୍ୟକ୍ତି ଜୀବିତ ଅଛନ୍ତି ।

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର କୁମାର ଗୁଣ୍ଟା ଗାଁରେ ରହୁଥିବା ସୁବ୍ରମଣ୍ୟମ୍ କହିଛନ୍ତି ଯେ, ତାଙ୍କୁ ୭୨ ଥର ସାପ କାମୁଡ଼ିଛି । ଯେତେବେଳେ ସେ ପଞ୍ଚମ ଶ୍ରେଣୀରେ ପଢୁଥିଲେ ତାଙ୍କୁ ପ୍ରଥମ ଥର ପାଇଁ ସାପ କାମୁଡ଼ି ଦେଇଥିଲା । ଏହାପରେ ଏମିତି କୌଣସି ବର୍ଷ ନାହିଁ ଯେଉଁ ବର୍ଷ ସେ ସାପ କାମୁଡାରୁ ବର୍ତ୍ତି ଯାଇଛନ୍ତି ।

andhra man

ଏହି ଆହୁରି ମଧ୍ୟ କହିଛନ୍ତି, ପ୍ରତିବର୍ଷ ଅମାବାସ୍ୟାରେ ସାପ ନିଶ୍ଚିତ ଭାବରେ ତାଙ୍କ ଦ୍ୱାର ସାମ୍ନାରେ ଦେଖାଯାଏ । ଏହି ଦିନ ସେମାନେ ଭୟଭୀତ ହୋଇ ନିଜ ଘରୁ ବାହାରକୁ ଯିବାକୁ ଚାହାଁନ୍ତି ନାହିଁ । ଗତ ୩୨ ବର୍ଷ ଧରି ସୁବ୍ରମଣ୍ୟମ୍ ସହିତ ଏହି ଘଟଣା ଘଟୁଛି । ଏହାକୁ ନେଇ ସେ ଅତ୍ୟନ୍ତ ଦୁଖ ଅନୁଭବ କରନ୍ତି ଏବଂ ସାପମାନେ ତାଙ୍କଠାରୁ ପ୍ରତିଶୋଧ ନେଉଛନ୍ତି ବୋଲି ସେ କହିଛନ୍ତି ।

ସାପର ଭୟ ହେତୁ ସେ ନିଜ କାମ ପାଇଁ ବାହାରକୁ ଯାଇପାରନ୍ତି ନାହିଁ ବୋଲି ସୁବ୍ରମଣ୍ୟମ କହିଛନ୍ତି । ଜଣେ କୃଷକ ହୋଇଥିବାରୁ ସାପ କାମୁଡ଼ିବା ପରେ ତାଙ୍କ ପାଇଁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବା କଷ୍ଟକର ହୋଇପଡୁଛି । ଏହି ଅସାଧାରଣ ପରିସ୍ଥିତିରୁ ତାଙ୍କୁ ବାହାର କରିବା ପାଇଁ ସେ ପ୍ରତିଦିନ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କରନ୍ତି ।

ଭାରତରେ ପ୍ରତିବର୍ଷ ୬୦ ହଜାର ଲୋକ ସାପ କାମୁଡିବାରେ ମରନ୍ତି। ସମଗ୍ର ବିଶ୍ବରେ ପ୍ରତିବର୍ଷ ଲକ୍ଷେ ଲୋକ ସାପ କାମୁଡାରେ ମରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.