ବୌଦ୍ଧ(କେନ୍ୟୁଜ୍): ବୌଦ୍ଧରେ ଅଘଟଣ। ଦେଶୀ ବନ୍ଧୁକରେ ପତ୍ନୀଙ୍କୁ ଗୁଳିକରି ହତ୍ୟା କଲା ମଦ୍ୟପ ସ୍ୱାମୀ । ଅଭିଯୁକ୍ତକୁ କାବୁ କରି ପୋଲିସର ଜିମା ଦେଲେ ଗ୍ରାମବାସୀ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଗେରେଡ଼ି ସାହି ଗ୍ରାମର ରୋହିତ ମଲ୍ଲିକ ଓ ପତ୍ନୀ ଗୀତାଞ୍ଜଳି ମଲ୍ଲିକଙ୍କ ମଧ୍ୟରେ ଘରୋଇ କଳହ ଲାଗିରହିଥିଲା । ଉଭୟେ ଅନେକ ସମୟ ଧରି ବଚସା ହୋଇଥିଲେ । ଏଥିରେ ଉକ୍ଷିପ୍ତ ହୋଇ ରୋହିତ ଏକ ଦେଶୀ ବନ୍ଧୁକରେ ପତ୍ନୀଙ୍କ ଉପରକୁ ଗୁଳି ଚଳାଇଥିଲେ ।
ଫଳରେ ଘଟଣାସ୍ଥଳରେ ହିଁ ଗୀତାଞ୍ଜଳି ଟଳି ପଡ଼ିଥିଲେ। ଘଟଣା ଘଟାଇ ଅଭିଯୁକ୍ତ ଫେରାର ହେବାକୁ ପ୍ରୟାସ କରୁଥିବା ବେଳେ ଗ୍ରାମବାସୀ ଅଭିଯୁକ୍ତକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ହରଭଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛି । ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଯାଇଥିବା ଜଣାପଡିଛି।
ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…