photo : facebook
ବଲିଉଡ ସିଙ୍ଗର ସୌରିନ ଭଟ୍ଟଙ୍କ ବିରୋଧରେ କଟକର ଯୁବତୀ ଆଣିଥିବା ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଆସନ୍ତାକାଲି ରାଜ୍ୟ ବାହାରକୁ ଯିବ ପୋଲିସ ଟିମ।
କଟକ କମିଶନରେଟ ପୋଲିସର ଏକ ଚାରି ଜଣିଆ ଟିମ କୋଲକାତା ଯାଇ ମହିଳାଙ୍କ ଅଭିଯୋଗ ନେଇ ତଦନ୍ତ କରିବେ। ଟିମ୍ରେ ମହିଳା ଥାନା ଅଧିକାରୀ ଓ ସ୍ପେଶାଲ ସ୍କାଡ ସଦସ୍ୟ ସାମିଲ ହୋଇଛନ୍ତି। ଗତ ୧୨ତାରିଖରେ କଟକର ଜଣେ ଯୁବତୀ ସୌରିନ ଭଟ୍ଟଙ୍କ ବିରୋଧରେ ମହିଳା ଥାନାରେ ଏତଲା ଦେଇଥିଲେ।
ଏହା ପରଠାରୁ ସୌରିନଙ୍କ ଫୋନ ସୁଇଚ ଅଫ ରହିଛି। ପୋଲିସ ପକ୍ଷରୁ ତାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଉଛି। ସିଡିଏ ଅଞ୍ଚଳରେ ସୌରିନ ଏକ ଘର ଭଡାରେ ନେଇଛନ୍ତି। କଟକ ଆସିଲେ ସୌରୀନ ସେହି ଘରେ ରହନ୍ତି। ପୋଲିସ ସେଠାକୁ ଯାଇ ତଦନ୍ତ କରିଛି। ଘର ମାଲିକଙ୍କୁ ନୋଟିସ କରାଯାଇଛି। ସିଡିଏ ଘରକୁ ଅଭିଯୋଗକାରିଣୀ ଯୁବତୀ ଅତୀତରେ ଯାଇଥିବା ତଦନ୍ତରୁ ଜଣାପଡ଼ିଛି।
ବିବାହର ପ୍ରଲୋଭନ ଦେଇ ନିର୍ଯାତନା ସୌରିନ ଦେଇଥିବା ନେଇ ବ୍ୟାଙ୍କରେ ଚାକିରୀ କରିଥିବା ଜଣେ ଯୁବତୀ ମହିଳା ଥାନାରେ ଏତଲା ଦେଇଥିଲେ। ଏହାସହ ସୌରିନ ତାଙ୍କଠାରୁ ୯ଲକ୍ଷ ଟଙ୍କା ଠକି ନେବା ସହ ଶାରିରୀକ ନିର୍ଯାତନା ଦେଇଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି ଯୁବତୀ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…