ବଢିଲା ବଲିଉଡ ସିଙ୍ଗର ସୌରିନ ଭଟ୍ଟଙ୍କ ଅଡୁଆ, ଗିରଫ ହେବେ କି ସୌରିନ ? 

ବଲିଉଡ ସିଙ୍ଗର ସୌରିନ ଭଟ୍ଟଙ୍କ ବିରୋଧରେ କଟକର ଯୁବତୀ ଆଣିଥିବା ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଆସନ୍ତାକାଲି ରାଜ୍ୟ ବାହାରକୁ ଯିବ ପୋଲିସ ଟିମ।

ବଲିଉଡ ସିଙ୍ଗର ସୌରିନ ଭଟ୍ଟଙ୍କ ବିରୋଧରେ କଟକର ଯୁବତୀ ଆଣିଥିବା ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଆସନ୍ତାକାଲି ରାଜ୍ୟ ବାହାରକୁ ଯିବ ପୋଲିସ ଟିମ।

କଟକ କମିଶନରେଟ ପୋଲିସର ଏକ ଚାରି ଜଣିଆ ଟିମ କୋଲକାତା ଯାଇ ମହିଳାଙ୍କ ଅଭିଯୋଗ ନେଇ ତଦନ୍ତ କରିବେ। ଟିମ୍‌ରେ ମହିଳା ଥାନା ଅଧିକାରୀ ଓ ସ୍ପେଶାଲ ସ୍କାଡ ସଦସ୍ୟ ସାମିଲ ହୋଇଛନ୍ତି। ଗତ ୧୨ତାରିଖରେ କଟକର ଜଣେ ଯୁବତୀ ସୌରିନ ଭଟ୍ଟଙ୍କ ବିରୋଧରେ ମହିଳା ଥାନାରେ ଏତଲା ଦେଇଥିଲେ।

ଏହା ପରଠାରୁ ସୌରିନଙ୍କ ଫୋନ ସୁଇଚ ଅଫ ରହିଛି। ପୋଲିସ ପକ୍ଷରୁ ତାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଉଛି। ସିଡିଏ ଅଞ୍ଚଳରେ ସୌରିନ ଏକ ଘର ଭଡାରେ ନେଇଛନ୍ତି। କଟକ ଆସିଲେ ସୌରୀନ ସେହି ଘରେ ରହନ୍ତି। ପୋଲିସ ସେଠାକୁ ଯାଇ ତଦନ୍ତ କରିଛି। ଘର ମାଲିକଙ୍କୁ ନୋଟିସ କରାଯାଇଛି। ସିଡିଏ ଘରକୁ ଅଭିଯୋଗକାରିଣୀ ଯୁବତୀ ଅତୀତରେ ଯାଇଥିବା ତଦନ୍ତରୁ ଜଣାପଡ଼ିଛି।

ବିବାହର ପ୍ରଲୋଭନ ଦେଇ ନିର୍ଯାତନା ସୌରିନ ଦେଇଥିବା ନେଇ ବ୍ୟାଙ୍କରେ ଚାକିରୀ କରିଥିବା ଜଣେ ଯୁବତୀ ମହିଳା ଥାନାରେ ଏତଲା ଦେଇଥିଲେ। ଏହାସହ ସୌରିନ ତାଙ୍କଠାରୁ ୯ଲକ୍ଷ ଟଙ୍କା ଠକି ନେବା ସହ ଶାରିରୀକ ନିର୍ଯାତନା ଦେଇଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି ଯୁବତୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.