RAW ର ନୂଆ ମୁଖ୍ୟ ହେଲେ ରବି ସିହ୍ନା, ୨ ବର୍ଷ ପାଇଁ ଦିଆଯାଇଛି ଦାୟିତ୍ବ

ଭାରତର ଗୁଇନ୍ଦା ଏଜେନ୍ସୀ RAW ର ନୂଆ ମୁଖ୍ୟ ହୋଇଛନ୍ତି ଆଇପିଏସ୍‌ ଅଧିକାରୀ ରବି ସିହ୍ନା । ତାଙ୍କୁ ୨ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି । ଅପରେସନ ମ୍ୟାନ୍‌ ଭାବେ ସେ ବେଶ୍‌ ଜଣାଶୁଣା ।

ଭାରତର ଗୁଇନ୍ଦା ଏଜେନ୍ସୀ RAW ର ନୂଆ ମୁଖ୍ୟ ହୋଇଛନ୍ତି ଆଇପିଏସ୍‌ ଅଧିକାରୀ ରବି ସିହ୍ନା । ତାଙ୍କୁ ୨ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି । ଛତିଶଗଡ କ୍ୟାଡର ୧୯୮୮ ବ୍ୟାଚର ଆଇପିଏସ୍‌ ରବି ସିହ୍ନା ବର୍ତ୍ତମାନ ମନ୍ତ୍ରୀମଣ୍ଡଳ ସଚିବାଳୟରେ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରତ । ଏକ ଆଦେଶରେ କୁହାଯାଇଛି ଯେ, ମନ୍ତ୍ରୀମଣ୍ଡଳର ନିଯୁକ୍ତି ସମିତି ସିହ୍ନାଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ପାଇଁ RAW ର ସଚିବ ରୂପେ ନିଯୁକ୍ତି ପାଇଁ ମଞ୍ଜୁରୀ ଦିଆଯାଇଛି ।

ରବି ସିହ୍ନା ସାମନ୍ତ କୁମାର ଗୋଏଲଙ୍କ ସ୍ଥାନ ନେଇଛନ୍ତି। ସାମନ୍ତଙ୍କ କାର୍ଯ୍ୟକାଳ ଜୁନ୍ ୩୦, ୨୦୨୩ ରେ ଶେଷ ହେବାକୁ ଯାଉଛି । ତେବେ ରବି ସିହ୍ନାଙ୍କୁ ସୋମବାର ଦିନ ଭାରତର RAW ର ନୂତନ ମୁଖ୍ୟ ଭାବରେ ନିଯୁକ୍ତି କରାଯାଇଛି ବୋଲି ମନ୍ତ୍ରଣାଳୟର ନିର୍ଦ୍ଦେଶରେ କୁହାଯାଇଛି।

ବର୍ତ୍ତମାନର ମୁଖ୍ୟ ସାମନ୍ତ ଗୋଏଲ ହେଉଛନ୍ତି ପଞ୍ଜାବ କ୍ୟାଡରର ଆଇପିଏସ୍। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପାକିସ୍ତାନର ବାଲାକୋଟ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଏହା ବ୍ୟତୀତ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ କୁ ହଟାଇ ଦିଆଯାଇଛି।

ରବି ସିହ୍ନାଙ୍କ ଜନ୍ମ ବିହାରର ଭୋଜପୁର ଜିଲ୍ଲାରେ । ସେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରେ ପଢା ସଂପୂର୍ଣ୍ଣ କରିଛନ୍ତି । ୧୯୮୮ରେ ୟୁପିଏସସି ପରୀକ୍ଷାରେ ପାସ୍‌ ହେବା ପରେ ତାଙ୍କୁ ଆଇପିଏସ୍‌ ପଦବୀ ମିଳିଥିଲା । ଆଇପିଏସ୍ ରବି ସିହ୍ନା ବର୍ତ୍ତମାନ କ୍ୟାବିନେଟ୍ ସଚିବାଳୟରେ ପ୍ରିନ୍ସିପାଲ୍ ଷ୍ଟାଫ୍ ଅଫିସର (PSO) ରହିଛନ୍ତି । ଏହି ପଦବୀ ସ୍ବତନ୍ତ୍ର ସଚିବ ପଦବୀ । ଏବେ ତାଙ୍କୁ RAW ର ମୁଖ୍ୟ ଭାବେ ଦାୟିତ୍ବ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.