ପାକିସ୍ତାନ: ଇସ୍‌ଲାମାବାଦ-ଲାହୋର ରାଜପଥରେ ଓଲଟିଲା ବସ୍‌; ୧୩ ଯାତ୍ରୀଙ୍କ ମୃତ୍ୟୁ

ପାକିସ୍ତାନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୨ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ଇସଲାମାବାଦ-ଲାହୋର ରାଜପଥରେ ଏହି ଦୁର୍ଘଟଣା ଘଟିଛି। ମିଡିଆ ରିପୋର୍ଟ ମୁତାବକ, ଏହି ଦୁର୍ଘଟଣା ପାଇଁ ଡ୍ରାଇଭର ଏବଂ ବସ୍ ମାଲିକଙ୍କୁ ଦାୟୀ କରାଯାଉଛି। କୁହାଯାଉଛି ଯେ ବସ୍ ଯେତେବେଳେ ରାୱଲପିଣ୍ଡି ଛାଡ଼ିଥିଲା, ସେହି ସମୟରେ ହିଁ ବସ୍‌ରେ ତ୍ରୁଟି ଦେଖାଯାଇଥିଲା। ବସ୍‌ଟି ଠିକ୍‌ ଭାବେ ଚାଲୁ ନ ଥିଲା। ଯଦିଓ ପରିବହନ କମ୍ପାନୀର କହିବା ହେଲା କି, ସୁରକ୍ଷିତ ଯାତ୍ରା ପାଇଁ ବସ୍‌ ଭଲ ସ୍ଥିତିରେ ଥିଲା।

ତେବେ ଏହି ଘଟଣାରେ ବସ୍‌ ଡ୍ରାଇଭର ଏବଂ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୋଲିସ ଅଧିକାରୀମାନେ କଲ୍ଲାର କହାର ଥାନାରେ ମାମଲା ପଞ୍ଜୀକୃତ କରିଛନ୍ତି। ସେପଟେ ଏହି ବସ୍ ଦୁର୍ଘଟଣାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଟ୍ୱିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.