ରାଜ୍ୟ

ଲିଭିନି ବାହା ଚିତା ହେଲେ ଚାଲିଗଲେ ସୁନୀତା, ଝିଅକୁ ହରାଇ ଭାଙ୍ଗିପଡିଛି ପୁରା ପରିବାର

ନରସିଂହପୁର (କେନ୍ୟୁଜ):  ଦିନେ କେତେ ଖୁସିରେ ନିଜ ସକ୍ଷମ ମୁତାବକ ଦେଇ ନେଇ ବାହା କରିଥିଲା ତା ସୁକୁମାରୀ ଅଲିଅଳି ଝିଅକୁ । ଝିଅର ସୁଖ ମନାସୀ କେତେ ଦୀପ ଜାଳିଥିଲା ଦିଅଁ ପାଖରେ । ହେଲେ ସୁଖ ମିଳିବ କଣ ସାରା ଜୀବନ କନ୍ଦାଇଦେଇ ଚାଲିଗଲା ଝିଅ । ମା’ଟି ଆଜି ଭାଙ୍ଗି ପଡିଛି ନିଜ ସୁନା ନାଖି ଝିଅକୁ ହରାଇ । କାନ୍ଦି କାନ୍ଦି ତା ଆଖିରୁ ଲୁହ ଶୁଖିଗଲାଣି । କହୁଛି ମୋ ଝିଅକୁ ମାରିଦେଇଛନ୍ତି ଶାଶୁ ଘର ଲୋକେ । କେମିତି ବା ସେ ଗ୍ରହଣ କରିବ ଯେ ତା ଝିଅ ଆଉ ଏ ଦୁନିଆରେ ନାହିଁ ବୋଲି।

କାନ୍ଥରେ ଲେଖା ଯାଇଥିବା ବାହା ଚିତା ଲିଭିନି । ହେଲେ ଲିଭି ଗଲା ଜୀବନ ଦୀପ । ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କାନପୁର ଥାନା ଚମ୍ପେଶ୍ଵର ଗଉଡ ସାହି ଗ୍ରାମରେ । ସୂଚନା ମୁତାବକ, ଗତ ୫ ବର୍ଷ ତଳେ ଫୁଲପଡା ନିବାସୀ ନୀଳମଣି ବେହେରାଙ୍କ ଝିଅ ସୁନିତା ବେହେରାଙ୍କୁ ବୈଦିକ ରୀତିରେ ଚମ୍ପେଶ୍ଵର ଗଉଡ ସାହି ଗ୍ରାମର ସୁଧାଂଶୁ ଦାସ ବିବାହ କରିଥିଲେ । ସୁ.ଖେ ଦୁଃଖରେ ଚାଲିଥିବା ଉଭୟଙ୍କ ସଂସାର । ଉଭୟଙ୍କର ଗୋଟେ ଝିଅ ବି ହୋଇଥିଲା । ହେଲେ ଝିଅ ହେବାର ୨ ବର୍ଷ ପରେ ଆରମ୍ଭ ହୋଇଥିଲା ଉଭୟଙ୍କ ଭିତରେ କଳହ ।

ବିଭିନ୍ନ ସମୟରେ ଗଣ୍ଡଗୋଳ ହେବା ସହ ଯୌତୁକ ପାଇଁ ଶାଶୁଘର ଲୋକ ହଇରାଣ ହରକତ କରିବା ସହ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିଲେ । ହେଲେ ଶେଷରେ ହଠାତ୍ କଣ ହେଲା କେଜାଣି ଘର ଭିତରୁ ଉଦ୍ଧାର ହୋଇଛି ସୁନୀତାଙ୍କ ମୃତ ଶରୀର । ଏନେଇ ଖବର ପାଇବା ପରେ ସୁନୀତାଙ୍କ ଘର ଲୋକ ଆସି ଘଟଣାସ୍ଥଳରେ ପହଁଚି ସହିତ ତାଙ୍କ ଝିଅକୁ ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି । ଏନେଇ କାନପୁର ଥାନାରେ କେସ୍ ରୁଜୁ କରାଯାଇଛି । କାନପୁର ଥାନା କେସ ନଂ 31/2024 ରେ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ବଡମ୍ବା ପଠାଇଛି । ଆଜି ସାଇଣ୍ଟିଫିକ୍ ଟିମ ଆସି ଅଧିକ ତଦନ୍ତ କରିବା ବୋଲି ପୋଲିସ ପକ୍ଷରୁ ସୂଚନା ଦିଅଆଯାଇଛି ।

କେମିତି, କାହିଁକି , କେଉଁ ପରିସ୍ଥିତିରେ ଗଲା ସୁନୀତାଙ୍କ ଜୀବନ । ସମସ୍ତଙ୍କ ମନରେ ଉଙ୍କି ମାରୁଛି ଏହି ଗୋଟିଏ ପ୍ରଶ୍ନ । ସୁନୀତାଙ୍କ ଘର ଲୋକ ଅଆଣିଥିବା ଅଭିଯୋଗକୁ ଖଣ୍ଡନ କରୁଛନ୍ତି ଶାଶୁ ଘର ଲୋକେ । ତେବେ ସତ କଣ ଏ କଥା ସାମ୍ନାକୁ ଆସିବା ନିହାତୀ ଜରୁରୀ । ଏଦିଗରେ ସଠିକ୍ ତଦନ୍ତ କରି ଉଚିତ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଜାରୁରୀ ।

Sonalisa

Recent Posts

କଙ୍ଗନା ରାଣାଓ୍ଵତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ମାରିଲେ ଚାପୁଡ଼ା, CISF ଯବାନ ଅଟକ

ଚଣ୍ଡିଗଡ଼ ବିମାନବନ୍ଦରରେ ବିଜେପିର ନବନିର୍ବାଚିତ ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କୁ ଚାପୁଡ଼ା । ଏଭଳି ଅଭିଯୋଗ ଆଣିଛନ୍ତି କଙ୍ଗନା…

8 mins ago

ନବୀନଙ୍କୁ ଝୁରୁଛନ୍ତି ବୃଦ୍ଧବୃଦ୍ଧା, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ବାହୁନି କାନ୍ଦୁଛନ୍ତି ଗାଁ ଲୋକେ

ଭୁବନେଶ୍ୱର : ନବୀନଙ୍କୁ ଝୁରୁଛନ୍ତି ବୃଦ୍ଧବୃଦ୍ଧା ।  ନବୀନଙ୍କ ଶାସନର ପତ୍ତନ ପରେ କାନ୍ଦୁଛନ୍ତି ଲୋକେ ।  ‘ପୁଅ ନପଚାରୁ…

20 mins ago

ଦିଲ୍ଲୀ ତିହାର ଜେଲ୍‌ରେ ଗ୍ୟାଙ୍ଗଓ୍ଵାର୍‌, ଜଣେ କଏଦୀଙ୍କୁ ଛୁରାମାଡ଼

ଦିଲ୍ଲୀର ତିହାର ଜେଲରେ ପୁଣି ଏକ ଗ୍ୟାଙ୍ଗଓ୍ଵାର ଘଟଣା ଘଟିଛି । ଦୁଇ ଗ୍ୟାଙ୍ଗ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ଜଣେ…

24 mins ago

କାହିଁକି ଗ୍ରୀଷ୍ମ ଅପେକ୍ଷା ଶୀତ ଋତୁରେ ଗଛରୁ ପତ୍ର ଅଧିକ ଝଡିଥାଏ ?

ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଯେତେବେଳେ ଗ୍ରୀଷ୍ମ ଋତୁ ଆସିଥାଏ, ସେତେବେଳେ ପ୍ରଚଣ୍ଡ ଖରା ହୋଇଥାଏ । ଯାହା…

44 mins ago

ଆଖିର ଲୁହକୁ ଓଠ ତଳେ ଚାପି ରଖି ମୁଖ୍ୟମନ୍ତ୍ରୀଙ୍କୁ ଝୁରୁଛନ୍ତି ସର ନାନୀ

ଝରକା ପାଖରେ ରହି ବାହାରକୁ ଚାହିଁ ଚୁପଚାପ କଣ କିଛି ଚିନ୍ତା କରୁଥିଲେ ସର ନାନୀ l ସର ନାନୀ…

46 mins ago

ମୁମ୍ବାଇ: ଚେମ୍ବୁର ଅଞ୍ଚଳରେ ଏଲ୍‌ପିଜି ସିଲିଣ୍ଡର ବିସ୍ଫୋରଣ, ୯ ଆହତ

ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏଲ୍‌ପିଜି ସିଲିଣ୍ଡର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି ।…

54 mins ago