ରାଜ୍ୟ

ସେ ପରା ମା…. ନିଜ ପୁଅକୁ ବଞ୍ଚାଇବାକୁ ଯାଇ ବିଷାକ୍ତ ସାପର ଚୋଟ ଖାଇ ଆଖି ବୁଜିଲା ମା’

ଯାଜପୁର ଟାଉନ(କେନ୍ୟୁଜ୍): ଧନରେ ତୁ ମୋ ପାଇଁ ସବୁକିଛି। ତୁ ବଞ୍ଚିରହିବା ମୋ ପାଇଁ ସବୁଠାରୁ ବଡ଼। ଏଭଳି କିଛି ମନରେ ଭାବି ମାତୃ ଶବ୍ଦକୁ ସାର୍ଥକ କରିଛନ୍ତି ଜଣେ ମା’। ନିଜ ପୁଅକୁ ବିପଦରୁ ବଞ୍ଚାଇବା ପାଇଁ  ନିଜ ଜୀବନକୁ ବାଜି ଲାଗାଇ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।   ଏଭଳି ଦୁଃଖବ ଘଟଣା ଦେଖିବାକୁ  ମିଳିଛି ଯାଜପୁର ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଦେଉଳବାଡ ଗ୍ରାମରେ ।  ସୂଚନା ମୁତାବକ ଦଶରଥପୁର ବ୍ଲକ ରାହାସୋଇ ଗ୍ରାମ ବନମାଳି ଜେନାଙ୍କ ଝିଅ ପ୍ରୀୟଦର୍ଶିନୀ (୨୫)  ୨୦୧୯ ମସିହା ଅପ୍ରେଲ ମାସ ଉକ୍ତ ବ୍ଲକ ତଳିହା ପଞ୍ଚାୟତ ଦେଉଳବାଡ ଗ୍ରାମର ଚିନ୍ମୟ ରାଉତଙ୍କୁ ବିବାହ କରିଥିଲେ । ୨୦୨୦ ମଇ ମାସରେ ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।  ମା’ ପ୍ରୀୟଦର୍ଶିନୀ ଖୁବ୍ ସ୍ନେହ ଶ୍ରଦ୍ଧାରେ ପୁଅକୁ ଲାଳନ ପାଳନ କରିଆସୁଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା ।  ପ୍ରୀୟଦର୍ଶିନୀଙ୍କ ଏହି ଖୁସିରେ ଗ୍ରହଣ ଲାଗିଯାଇଥିଲା ।

ପୁଅକୁ ଶୁଆଇ ଦେଇ ଘର କାମରେ ବ୍ୟସ୍ତଥିବା ମା’ ପ୍ରୀୟଦର୍ଶିନୀ କିଛି ସମୟ ବ୍ୟବଧାନରେ ପୁଅ ଶୋଇବା ଘରକୁ ଆସି ଦେଖନ୍ତି ତ ଏକ ବିଷାକ୍ତ ନାଗ ସାପ ପୁଅ ନିକଟକୁ କ୍ଷୀପ୍ରଗତିରେ ମାଡି ଚାଲିଛି । ବିପଦ ପୁଅର ଅତି ନିକଟରେ  ପହଞ୍ଚିବାର ଦେଖି  ମା’ ପ୍ରୀୟଦର୍ଶିନୀ ପୁଅକୁ ବଞ୍ଚାଇବାକୁ ଯାଇ ନାଗ ସାପଟିକୁ ହାତରେ ଧରି ଟାଣିଆଣିବା ସମୟରେ ସାପ ପ୍ରୀୟଦର୍ଶିନୀଙ୍କ ଡାହାଣ ହାତକୁ କାମୁଡି ଦେଇଥିଲା  । ସାପ କାମୁଡିବା ପରେ ପ୍ରୀୟଦର୍ଶିନୀଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ତୁରନ୍ତ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ନେଇ ଯାଉଥିବା ରାସ୍ତାରେ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା । ଖବର ଜଣାପଡିବା ପରେ ଦେଉଳବାଡ ଗାଁ ସମେତ ସମଗ୍ର ଦଶରଥପୁର ବ୍ଲକ ଅଞ୍ଚଳରେ ଘଟଣାଟି ଦୁଃଖଦ ପରିବେଶ ସୃଷ୍ଟି  କରିଛି। ମା’ ନିଜ ସନ୍ତାନ ପାଇଁ  ମୃତ୍ୟୁବରଣ କରିବାକୁ ମଧ୍ୟ ପଛ ଘୁଞ୍ଚା ଦେଇନଥାଏ ତାହା ପ୍ରୀୟଦର୍ଶିନୀ ପ୍ରମାଣ କରି ଦେଖାଇଛନ୍ତି ।

ଘଟଣା ଘଟିବା ପରେ ଘଟଣା ପଡୋଶୀ ସ୍ନେକ୍ ହେଲ୍ପଲାଇନ୍‌କୁ ଯୋଗାଯୋଗ କରିବା ପରେ ହେଲ୍ପଲାଇନ୍‌ର ସଦସ୍ୟ ଚିତ୍ତରଞ୍ଜନ ପଣ୍ଡା ସାପଟିକୁ ନେଇଯାଇଥିଲେ । ସୂଚନା ଥାଉକି ଚଳିତ ମାସ ୫ ତାରିଖ ସୋମବାର ପ୍ରୀୟଦର୍ଶିନୀଙ୍କ ଶାଶୁଘର ନିକଟରେ ଏକ ଇଟା ଭାଟି ନିକଟରେ ୭ ରୁ ୮ଟି ସାପ ଅଣ୍ଡାକୁ ଶାଶୁଘର ପରିବାର ଲୋକେ ଉକ୍ତ ସ୍ଥାନରୁ ବାହାର କରି ଅନ୍ୟତ୍ର ଫିଙ୍ଗି ଦେଇଥିଲେ ।

KNews Bureau

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

59 seconds ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

10 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

13 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

47 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

48 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago