ରାଜ୍ୟ

ହୃଦୟ ବିଦାରକ ଘଟଣା: ଟ୍ରାକ୍ଟର ଟ୍ରଲିରୁ ଖସି ମହିଳା ମୃତ, ବର୍ତ୍ତିଗଲା ସାଙ୍ଗରେ ଥିବା ୪ ବର୍ଷର ପୁଅ

ବାଂଶପାଳ: ରଖିବ ହରି ତ ମାରିବ କିଏ, ଆଉ ମାରିବ ହରି ତ ରଖିବ କିଏ। ଘଟଣାଟି ଜାଣିବା ପରେ ସତର ହୃଦୟ ଫାଟିପଡିବ। ଟ୍ରାକ୍ଟରରେ ଯାଉଥିବାବେଳେ ହଠାତ୍ ଡାଲାରୁ ଖସି ପଡିଲେ ମା’ ପୁଅ | ହେଲେ ସବୁଦିନ ପାଇଁ ଆଖି ବୁଜି ଦେଲା ମା । ସାଙ୍ଗରେ ଥିବା ୪ ବର୍ଷର ପୁଅ ମରଣ ମୁହଁରୁ ବର୍ତ୍ତିଗଲା। ପୋଲ ଉପରେ ମା’ ସବୁଦିନ ପାଇଁ ଶୋଇ ପଡିଥିବା ବେଳେ ସେ ନ ଉଠିବାରୁ ପାଖରେ ଥିବା ପୁଅ ମା’…ମା’ ଡାକି କାନ୍ଦୁଥିଲା । ଏଭଳି ଏକ ହୁଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଚଂଳରେ।

ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ ସିଂପୁର ବଇଁଗା ନଦୀ ପୋଲ ଉପରେ ଆଜି ଘଟିଥିବା ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ସାଙ୍ଗରେ ଥିବା ୪ ବର୍ଷର ପୁଅ ସାମାନ୍ୟ ଆହତ ହୋଇଥିଲା। ମୃତ ମହିଳା ଜଣକ କୁଶକଳା ଗ୍ରାମର ସେକାଂ ଧାନଓ୍ୱାରଙ୍କ ସ୍ତ୍ରୀ ପାନସୁରୀ ଧାନଓ୍ୱାର (୨୫)।ଆଜି ପାନସୁରୀ ନିଜ ୪ ବର୍ଷର ପୁଅ ପ୍ରକାଶ ସାଙ୍ଗରେ ନିଜ ବାପଘର ରତେଇଖଣିକୁ ଏକ ଟ୍ରାକ୍ଟର ଡାଲାରେ ବସି ଯାଉଥିଲେ। ଘରଠାରୁ ମାତ୍ର ୨ କିଲୋମିଟର ଦୁରରେ ସତେ ଯେମିତି ଯମ ଜଗିରହିଥିଲା। ଟ୍ରାକ୍ଟରଟି ଦ୍ରୁତ ଗତିରେ ମାଡି ଚାଲିଥିଲା ବେଳେ ସିଂପୁର ବଇଗାଁ ନଦୀ ପୋଲ ରାସ୍ତା ଠିକ୍ ନଥିବାରୁ ଉଭୟ ମା ପୁଅ ଛିଟିକି ପଡିଥିଲେ। ଫଳରେ ମା ପାନସୁରୀଙ୍କ ପେଟ ଉପରେ ଟ୍ରାକ୍ଟରର ପଛ ଚକା ଚଢିଯାଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ମାର ମୃତ୍ୟୁ ସଂପର୍କରେ ବୁଝି ପାରୁନଥିବା ପୁଅ ପ୍ରକାଶ ପାଖକୁ ଆସି ମା’କୁ ଉଠାଇ ବାକୁ ଚେଷ୍ଟା କରିଥିଲା। ହେଲେ ତା ମା ସବୁ ଦିନ ପାଇଁ ଶୋଇ ପଡିଥିଲା। ମା ଉଠୁନଥିବାରୁ ଜୋରରେ କାନ୍ଦୁଥିଲା ପ୍ରକାଶ। ଯାହାର ଭିଡିଓ ଭାଇରାଲ ହେଉଛି । ଦୁର୍ଘଟଣା ନେଇ ଖବର ପାଇବା ପରେ ଗ୍ରାମବାସୀ ପୋଲ ନିକଟରେ ପହଁଚି ଥିଲେ ।

ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବାବେଳେ ନୟାକୋଟ ଥାନା ପୋଲିସ ପହଚିଂ ଶବକୁ ଜବତ କରିବା ସହ ଟ୍ରାକ୍ଟରକୁ ଜବତ କରିଛି। ଘଟଣା କୁ ନେଇ ସ୍ଥାନୀୟ ଅଚଂଳରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ ପାଇଁ ଦାବି ହେଉଛି।

Sonalisa

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

15 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

17 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

53 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago