ବ୍ୟବସାୟ ଓ ଅର୍ଥନୀତି

କରୋନା ଆର୍ଥିକ ସଂକଟ ଭିତରେ ଜାଣନ୍ତୁ ଉମଙ୍ଗ ଆପ୍ ଜରିଆରେ କେମିତି ପିଏଫ ଆକାଉଣ୍ଟରୁ ଉଠାଇବେ ଟଙ୍କା

ନିକଟରେ ସରକାର ବେତନଭୋଗୀ କର୍ମଚାରଙ୍କୁ ଏକ ନିଶ୍ଚିତ ରାଶି ପଯ୍ୟର୍ନ୍ତ ପିଏଫ ଅଂଶଦାନ ନେବା ପାଇଁ ଅନୁମତି ଦେଇଛନ୍ତି। ଏହି ରାଶି ଦ୍ୱାରା କେରୋନା ଭାଇରସ ସଂକଟ ସମୟରେ ଆର୍ଥିକ ସମସ୍ୟାକୁ ଦୂର କରିହେବ। କୋଭିଡ ୧୯ର ଆର୍ଥିକ ଚିନ୍ତାକୁ ପୂରା କରିବା ପାଇଁ ଇପିଏଫଓ ଅନୁଯାୟୀ ପିଏଫ ରାଶି ଉଠାଇବାର କୌଣସି ଶେଷ ତାରିଖ ଦିଆଯାଇନାହିଁ। ଏହା ସେତେ ପଯ୍ୟର୍ନ୍ତ ଉପଲବ୍ଧ ହେବ ଯେତେବେଳେ ପଯ୍ୟର୍ନ୍ତ କରୋନା ସଂକଟ ଯାଇନାହିଁ।

ପିଏଫ ରାଶି ଉଠାଇବା ପ୍ରକ୍ରିୟାକୁ ପୂରା କରିବା ପାଇଁ ହେଲେ ଇପିଏଫଓ ୟୁନିଫାଇଡ୍ ପୋର୍ଟାଲରେ ଲଗଇନ କରିବାକୁ ହେବ ଏବଂ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN) ଏବଂ ପାସଓ୍ଵାର୍ଡ ବ୍ୟବହାର କରି ଆପଣଙ୍କୁ ନନ୍ ଫଣ୍ଡେବଲ ଅଗ୍ରୀମ ରାଶି ପାଇଁ ଅନୁରୋଧ କରିବାକୁ ହେବ। ସେହିପରି ବିକଳ୍ପିକ ଭାବରେ ଆପଣ ଉମଙ୍ଗ ଆପ୍ ଜରିଆରେ ମଧ୍ୟ ଉଠାଇପାରିବେ।

UMANG (ୟୁନିଫାଇଡ୍ ମୋବାଇଲ ଆପ୍ଲିକେସନ ଫର ନ୍ୟୁ ଏଜ୍ ଗର୍ଭନାନ୍ସ) ଆପ୍ ଏମିତି ଏକ ପ୍ଲାଟଫର୍ମ ଯାହା ମୁଖ୍ୟତଃ ଭାରତୀୟ ନାଗରିକଙ୍କ ପାଇଁ କେନ୍ଦ୍ରୀୟ ଏବଂ ସ୍ଥାନୀୟ ସରକାରୀ ଉଇଥଡ୍ରଆଲ ଏବଂ ଭବିଷ୍ୟ ନିଧି ସେବା ସହିତ ଅନ୍ୟ ନାଗରିକ କେନ୍ଦ୍ରିତ ସେବା ପାଇଁ ପାନ ଇଣ୍ଡିଆ ସେବାର ଉପଯୋଗ ପାଇଁ କରାଯାଏ।

UMANG ଆପକୁ ଆପଣ ୯୭୧୮୩୯୭୧୮୩କୁ ମିସଡ କଲ୍ କରି ଡାଉନଲୋଡ୍ କରିପାରିବେ। ଏହାଛଡା ଆପଣ ଏହି ଆପକୁ ଉମଙ୍ଗ ୱେବସାଇଟ କିମ୍ବା ପ୍ଲେ ଷ୍ଟୋରରୁ ମଧ୍ୟ ଡାଉନଲୋଡ୍ କରିପାରିବେ।

ଉମଙ୍ଗ ଆପ୍ ଜରିଆରେ ପିଏଫ ଟଙ୍କା ଉଠାଇବାର ପୂରା ପ୍ରକ୍ରିୟା ଜାଣନ୍ତୁ

  • ପ୍ରଥମେ ଉମଙ୍ଗ ଆପ୍ ଖୋଲନ୍ତୁ।
  • ଇପିଏଫଓକୁ ଚୟନ କରନ୍ତୁ।
  • “Request for Advance (COVID-19)” ଉପରେ ସିଲେକ୍ଟ କରନ୍ତୁ।
  • ଏହାପରେ ନିଜର ୟୁଏଏନର ସମ୍ପୂର୍ଣ୍ଣ ବିବରଣୀ ଦିଅନ୍ତୁୁ। ଏହାପରେ ଓଟିପି ପାଇବା ପାଇଁ ‘Get OTP’ ଉପରେ କ୍ଲିକ କରନ୍ତୁ। ନିଜ ଖାତାରେ ଲଗଇନ୍ କରିବା ପାଇଁ ଏହି ଓଟିପିର ଉପଯୋଗ କରନ୍ତୁ।
  • ଓଟିପି ଦେଇ ଲଗଇନ୍ ଉପରେ କ୍ଲିକ କରନ୍ତୁ। ଥରେ ଲଗଇନ୍ ହେଲା ପରେ ଆପଣଙ୍କୁ ନିଜ ଖାତାର ଶେଷ ଚାର ଅଙ୍କ ଦେବାକୁ ହେବ। ଏହାପରେ ଡ୍ରପ ଡାଉନ ମେନ୍ୟୁ ଦ୍ୱାରା ମେମ୍ବର ଆଇଡି ଚୟନ କରନ୍ତୁ।
  • ଏହାପରେ “Proceed for claim” ଉପରେ କ୍ଲିକ୍ କରନ୍ତୁ।
  • ନିଜର ଠିକଣା ଦିଅନ୍ତୁ ଏବଂ ନେକ୍ସଟ ଉପରେ କ୍ଲିକ କରନ୍ତୁ।
  • ଏହାପରେ ଇମେଜ୍ ଚେକକୁ ନିଜ ଖାତା ସଂଖ୍ୟା ଏବଂ ତାହା ଉପରେ ମୁଦ୍ରିତ ନାମ ସହିତ ଅପଲୋଡ୍ କରନ୍ତୁ। ଥରେ ଏଥିରେ ଠିକ୍ ଠିକ୍ ବିବରଣୀ ଦେଲା ପରେ ଯାଇ ଆପଣଙ୍କ କ୍ଲେମ ସକସେସ ହେବ।

ଯଦି ଆପଣଙ୍କ ପାଖରେ ଦୁଇରୁ ଅଧିକ UAN ନମ୍ବର ରହିଛି, ତାହାଲେ ସମସ୍ତ PF ନମ୍ବରକୁ ବର୍ତ୍ତମାନର UAN ସହ ଯୋଡି ପିଏଫ ଖାତାକୁ ଟ୍ରାନ୍ସଫର କରିଦେବା ଠିକ୍ ହେବ। ଏଥିପାଇଁ ଆପଣଙ୍କୁ ଆରମ୍ଭରୁ ଟ୍ରାନ୍ସଫର କ୍ଲେମ ଫାଇଲ କରିବାକୁ ହେବ ଏବଂ ଏହାପରେ କୋଭିଡ ୧୯ ପାଇଁ ପିଏଫ ଆଡଭାନ୍ସ ନେବାକୁ ହେବ। ଏହା ଆପଣଙ୍କୁ ପିଏଫ ଅଗ୍ରୀମରେ ଅଧିକ ମାତ୍ରାରେ ଲାଭ ଉଠାଇବାରେ ସାହାଯ୍ୟ କରିବ।

କେତେ ଅଧିକ ଉଠାଇପାରିବେ ଟଙ୍କା

ଆପଣଙ୍କ ପିଏଫ ବାଲାନ୍ସ ଯେତେ ବି ଥାଉ ନା କାହିଁକି, ଇପିଏଫ ଆଡଭାନ୍ସ ପାଇଁ ଅଧିକତମ ସୀମା ନାହିଁ। ଉଦାହରଣ ସ୍ୱରୂପ ଯଦି ବ୍ୟକ୍ତିଙ୍କ ମାସିକ ବେତନ ୨୦୦୦୦ ଟଙ୍କା ଅଟେ, ତାହାଲେ ଅଗ୍ରୀମ ରାଶି ୬୦୦୦୦ ଟଙ୍କା ଅଟେ। ଯଦି ବ୍ୟକ୍ତିଙ୍କ ମାସିକ ବେତନ ୩୦୦୦୦ ରହିଛି ତାହାଲେ ଅଗ୍ରୀମ ରାଶି ୭୫୦୦୦ ଟଙ୍କା ପଯ୍ୟର୍ନ୍ତ ସାମିଲ ରହିବ। ସେହିପରି ଯେଉଁ ବ୍ୟକ୍ତିଙ୍କ ପିଏଫ ବାଲାନ୍ସ ୧ ଲକ୍ଷରୁ ଟଙ୍କାରୁ ଅଧିକ ତାଙ୍କ ପାଇଁ ଅଧିକତମ ସୀମା ଅଲଗା ହେବ।

Pritiparna

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

18 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

20 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

23 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

29 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

44 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago