ରାଜ୍ୟ

କୁକୁଡ଼ା ଆଣିବାରେ ବିଳମ୍ବ କଲା ସ୍ୱାମୀ, ପ୍ରେମିକ ସହ ମିଶି ସ୍ୱାମୀର ଜୀବନ ନେଇଗଲା ସ୍ତ୍ରୀ

ଉଦଳା: ପ୍ରେମ କଣ ସତରେ ମଣିଷକୁ ଏମିତି ଅନ୍ଧ କରିଦିଏ । ସ୍ତ୍ରୀ ଭୁଲିଯାଏ ତା ସିନ୍ଦୂରକୁ । ଏତେ ନିର୍ଦ୍ଦୟ ହୋଇପାରେ କେମିତି । ପ୍ରେମିକ ଆଗରେ ସ୍ୱାମୀକୁ କରିପାରେ ତୁଚ୍ଛ । ସ୍ୱାମୀର ଜୀବନ ନେବାକୁ ସ୍ତ୍ରୀର ହାତ ଗଲା କିପରି । ପ୍ରେମିକ ଦିଅର ସହ ମିଶି ସ୍ୱାମୀର ଜୀବନ ନେଇଯାଇଛି ଜଣେ ସ୍ତ୍ରୀ । ଏମିତି ଅଭାବନୀୟ ଘଟଣା ଉଦଳା ଥାନା ଅନ୍ତର୍ଗତ ନୟାରଙ୍ଗାମାଟିଆରୁ ସାମ୍ନାକୁ ଆସିଛି ।

ଗାଁରେ ଚାଲିଥିଲା ଜାହିରା ପୂଜା । କୁକୁଡ଼ା ଆଣିବାରେ ବିଳମ୍ବ କରିଥିଲେ ମୃତକ ରାଇସେନ ମୁର୍ମୁ । ଯାହାକୁ ନେଇ ସମ୍ପର୍କୀୟ ଭାଇ ଚନ୍ଦ୍ରମୋହନ ହେମ୍ବ୍ରମ ସହିତ ରାଇସେନଙ୍କର ଝଗଡା ହୋଇଥିଲା । କିନ୍ତୁ ଏହି ଝଗଡ଼ାରେ ସ୍ୱାମୀ ପକ୍ଷ ନ ନେଇ ଦିଅରର ପକ୍ଷ ନେଇଥିଲେ ରାଇସେନ୍‌ଙ୍କ ସ୍ତ୍ରୀ ପାନା ମୁର୍ମୁ । ଶେଷରେ ପ୍ରେମିକ ପକ୍ଷରେ ରହି ସ୍ୱାମୀକୁ କାଠ ଫାଳିଆରେ ବାଡେଇ ବାଡ଼େଇ ମାରିଦେଇଥିଲେ । ଏହି ଘଟଣା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଭୟଙ୍କର ମଧ୍ୟ । କିନ୍ତୁ ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗତକାଲି ନୟାରଙ୍ଗାମାଟିଆ ଗ୍ରାମରେ ଚାଲିଥିଲା ଜାହିରା ପୂଜା । ଜାହିରା ପୂଜାରେ କୁକୁଡ଼ା ଆଣିବାରେ ବିଳମ୍ବ କରିଥିଲେ ମୃତକ ରାଇସେନ ମୁର୍ମୁ ଏହାପରେ ଭାଇ ଭାଇ ଭିତରେ ହୋଇଥିଲା ଖଣ୍ଡ ଯୁଦ୍ଧ । ଭିଡ଼ା ଭିଡ଼ି ହୋଇ ଲାଗିଯାଇଥିଲେ ଉଭୟେ । ଆଉ ପାଖରେ ଠିଆ ହୋଇଥିଲେ ସ୍ତ୍ରୀ ପାନା ମୁର୍ମୁ । ତେବେ ସମ୍ପର୍କୀୟ ଭାଇ ଚନ୍ଦ୍ରମୋହନ ହେମ୍ବ୍ରମ ସହିତ ରାଇସେନଙ୍କର ପାଟିତୁଣ୍ଡ କିଛି ସମୟ ମଧ୍ୟରେ ଭୟଙ୍କର ରୂପ ନେଇଥିଲା ଦୁହେଁ ପରସ୍ପରର ଜୀବନ ନେବାକୁ ମଧ୍ୟ ପଛାଇନଥିଲେ ।

ଏହି ଝଗଡା ସମୟରେ ରାଇସେନଙ୍କ ସ୍ତ୍ରୀ ପାନ ମୁର୍ମୁ ସେଠାରେ ଉପସ୍ଥିତ ରହି ଚନ୍ଦ୍ରମୋହନଙ୍କ ସପକ୍ଷରେ ରହିଥିଲେ ଏପରିକି ସେ ନିଜ ସ୍ୱାମୀକୁ ବିରୋଧ କରିଥିଲେ । କାରଣ ଚନ୍ଦ୍ରମୋହନଙ୍କ ସହିତ ପାନଙ୍କର ଅନୈତିକ ସମ୍ପର୍କ ରହିଥିବା ବେଳେ ତାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା । ପ୍ରେମିକକୁ ବଞ୍ଚାଇବାକୁ ଯାଇ ନିଜ ସ୍ୱାମୀର ଜୀବନ ନେଇଗଲା ସ୍ତ୍ରୀ । ଏନେଇ ଉଦଳା ପୋଲିସ ଉଭୟ ସମ୍ପର୍କୀୟ ଭାଇ ଓ ସ୍ତ୍ରୀ କୁ ଗିରଫ କରିଛି । ଅନ୍ୟପଟେ ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

1 hour ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

3 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

4 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

5 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

5 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

6 hours ago