ଜଗତସିଂହପୁର(କେନ୍ୟୁଜ୍): ଏରସମା ଥାନା କଟି ଦଙ୍ଗାର ସ୍ବାମୀ ମୃତ୍ୟୁ ପରେ ସ୍ତ୍ରୀ ଆଇସୋଲେସନ ୱାର୍ଡରେ ଆତ୍ମହତ୍ୟା ଘଟଣା, ଏସପି ଅଫିସରେ ଏତଲା ଦେଲେ ପରିବାର ଲୋକେ। ଡାକ୍ତରଙ୍କ ଅବହେଳା ଓ ପ୍ରଶାସନ ବିରୋଧରେ ଏତଲା ଦିଆଯାଇଥିବା ଜଣାପଡିଛି। ଗତ ୨ ତାରିଖରେ ସ୍ବାମୀ ନିର୍ଲିପ୍ତ ସ୍ବାଇଙ୍କ ମ୍ତ୍ୟୁ ପରେ କ୍ବାରେଣ୍ଟାଇନ ସେଣ୍ଟରରେ ସ୍ତ୍ରୀ ସୁଭଦ୍ରା ସ୍ବାଇଁ ଆତ୍ମହତ୍ୟା କରିଥିଲେ ଏହି ଘଟଣାକୁ ନେଇ ଏସପି ଅଫିସରେ ଏତଲା ଦିଆଯାଇଥିବା ଜଣା ପଡିଛି।
କହି ରଖୁଛି କି, ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ପଲ୍ଲୀକଣ୍ଟା ପଞ୍ଚାୟତର କଟିଜଙ୍ଗା ଗ୍ରାମର ନିର୍ଲିପ୍ତ ଭୋଳ ଏବଂ ତାଙ୍କ ପତ୍ନୀ ସୁଭଦ୍ରା ସ୍ବାଇଁ ତେଲେଙ୍ଗାନାରେ ରହୁଥିଲେ। ଏନେଇ କରୋନା ମହାମାରୀ ପାଇଁ ଜାରି ରହିଥିବା ଲକଡାଉନରେ ଜଗତସିଂହପୁର ଫେରିଥିଲେ ଦମ୍ପତି। ଏହାପରେ ପ୍ରଥମେ ତାଙ୍କୁ ଜଗତସିଂହପୁର ଏସ.ଭି.ଏମ୍ କଲେଜରେ ରଖାଯାଇ ପରେ ଏରସମା ପଠାଯାଇଥିଲା। ସେଠାରେ ଦୁଇ ଦିନ ରହିବା ପରେ ସେମାନଙ୍କର ସ୍ବାବ ପରୀକ୍ଷା ପାଇଁ ପୁଣି ଏସ୍.ଭି.ଏମ୍ କଲେଜକୁ ଅଣାଯାଇଥିଲା।
ଏହାପରେ ସେମାନଙ୍କ ସ୍ବାବ ରଖାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସୂଚନା ମୁତାବକ ସେଠାରେ ହଠାତ୍ ନିର୍ଲିପ୍ତଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଜଗତସିଂହପୁର ମୁଖ୍ଯ ଚିକିତ୍ସାଳୟ କୋଭିଡ-୧୯, ଆଇସୋଲେସନ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିବା ଗୁରୁବାର ଅପରାହ୍ନରେ ନିର୍ଲିପ୍ତଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳରେ ନିର୍ଲିପ୍ତଙ୍କ ପତ୍ନୀ ଭାରସାମ୍ଯ ହରାଇ ସେହି ୱାର୍ଡରେ ନିଜ ଲୁଗା ସାହାଯ୍ଯରେ ଆତ୍ମହତ୍ଯା କରିଥିଲେ। ଏନେଇ ଏସଡିପିଓ ସୂଚନା ଦେଇଥିଲେ।ଏହା କେବଳ ପ୍ରଶାସନ ଓ ଡାକ୍ତରଙ୍କ ଅବହେଳା ପାଇଁ ଘଟିଲା ବୋଲି ଅଭିଯୋଗ ଆଣି ନିର୍ଲିପ୍ତଙ୍କ ଭିଣୋଇ ଏସପିଙ୍କ ନିକଟରେ ଏତଲା ଦେଇଛନ୍ତି।
ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…