ଜଗତସିଂହପୁର: କ୍ବାରେଣ୍ଟାଇନ ସେଣ୍ଟରରେ ମହିଳାଙ୍କ ଅତ୍ମହତ୍ୟା ଘଟଣା, ପ୍ରଶାସନ ଓ ଡାକ୍ତରଙ୍କ ବିରୋଧରେ ଏତଲା ଦେଲେ ସମ୍ପର୍କୀୟ

ଜଗତସିଂହପୁର(କେନ୍ୟୁଜ୍): ଏରସମା ଥାନା କଟି ଦଙ୍ଗାର ସ୍ବାମୀ ମୃତ୍ୟୁ ପରେ ସ୍ତ୍ରୀ ଆଇସୋଲେସନ ୱାର୍ଡରେ ଆତ୍ମହତ୍ୟା ଘଟଣା, ଏସପି ଅଫିସରେ ଏତଲା ଦେଲେ ପରିବାର ଲୋକେ। ଡାକ୍ତରଙ୍କ ଅବହେଳା ଓ ପ୍ରଶାସନ ବିରୋଧରେ ଏତଲା ଦିଆଯାଇଥିବା ଜଣାପଡିଛି। ଗତ ୨ ତାରିଖରେ ସ୍ବାମୀ  ନିର୍ଲିପ୍ତ ସ୍ବାଇଙ୍କ ମ୍‌ତ୍ୟୁ ପରେ କ୍ବାରେଣ୍ଟାଇନ ସେଣ୍ଟରରେ ସ୍ତ୍ରୀ ସୁଭଦ୍ରା ସ୍ବାଇଁ ଆତ୍ମହତ୍ୟା କରିଥିଲେ  ଏହି ଘଟଣାକୁ ନେଇ ଏସପି ଅଫିସରେ ଏତଲା ଦିଆଯାଇଥିବା ଜଣା ପଡିଛି।

କହି ରଖୁଛି କି,  ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ପଲ୍ଲୀକଣ୍ଟା ପଞ୍ଚାୟତର କଟିଜଙ୍ଗା ଗ୍ରାମର ନିର୍ଲିପ୍ତ ଭୋଳ ଏବଂ ତାଙ୍କ ପତ୍ନୀ ସୁଭଦ୍ରା ସ୍ବାଇଁ ତେଲେଙ୍ଗାନାରେ ରହୁଥିଲେ। ଏନେଇ କରୋନା ମହାମାରୀ ପାଇଁ ଜାରି ରହିଥିବା ଲକଡାଉନରେ ଜଗତସିଂହପୁର ଫେରିଥିଲେ ଦମ୍ପତି। ଏହାପରେ ପ୍ରଥମେ ତାଙ୍କୁ ଜଗତସିଂହପୁର ଏସ.ଭି.ଏମ୍ କଲେଜରେ ରଖାଯାଇ ପରେ ଏରସମା ପଠାଯାଇଥିଲା। ସେଠାରେ ଦୁଇ ଦିନ ରହିବା ପରେ ସେମାନଙ୍କର ସ୍ବାବ ପରୀକ୍ଷା ପାଇଁ ପୁଣି ଏସ୍.ଭି.ଏମ୍ କଲେଜକୁ ଅଣାଯାଇଥିଲା।

ଏହାପରେ ସେମାନଙ୍କ ସ୍ବାବ ରଖାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସୂଚନା ମୁତାବକ ସେଠାରେ ହଠାତ୍ ନିର୍ଲିପ୍ତଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଜଗତସିଂହପୁର ମୁଖ୍ଯ ଚିକିତ୍ସାଳୟ କୋଭିଡ-୧୯, ଆଇସୋଲେସନ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିବା ଗୁରୁବାର ଅପରାହ୍ନରେ ନିର୍ଲିପ୍ତଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳରେ ନିର୍ଲିପ୍ତଙ୍କ ପତ୍ନୀ ଭାରସାମ୍ଯ ହରାଇ ସେହି ୱାର୍ଡରେ ନିଜ ଲୁଗା ସାହାଯ୍ଯରେ ଆତ୍ମହତ୍ଯା କରିଥିଲେ। ଏନେଇ ଏସଡିପିଓ ସୂଚନା ଦେଇଥିଲେ।ଏହା କେବଳ ପ୍ରଶାସନ ଓ ଡାକ୍ତରଙ୍କ ଅବହେଳା ପାଇଁ ଘଟିଲା ବୋଲି ଅଭିଯୋଗ ଆଣି ନିର୍ଲିପ୍ତଙ୍କ ଭିଣୋଇ ଏସପିଙ୍କ ନିକଟରେ ଏତଲା  ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.