ଭୁବନେଶ୍ବର: ବିଏମସି ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ମନା,କଟକଣା ଜାରି କଲା ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ବର(କେନ୍ୟୁଜ୍): ବିଏମସି ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ମନା। କୌଣସି ପ୍ରକାର ବିକ୍ଷୋଭ, ରାଲି, ଶୋଭାଯାତ୍ରା ଆୟୋଜନ ନେଇ ନିଷିଦ୍ଧ କରିଛି ଭୁବନେଶ୍ୱର ମହାନଗର ନିଗମ। ବିଏମସି ଦୃଷ୍ଟିକୁ ଏଭଳି ଘଟଣା ଆସିଲେ, ସଂପୃକ୍ତ ଅଞ୍ଚଳ ଥାନା ଅଧିକାରୀଙ୍କୁ ସୂଚନା ଦିଆଯିବ।

ପରେ ବିକ୍ଷୋଭକାରୀଙ୍କ ବିରୋଧରେ ତୁରନ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ବିଜ୍ଞପ୍ତି ପ୍ରକାଶ କରିଛି। ଏହାସହ ଆଇଆଇସିମାନଙ୍କୁ ବିକ୍ଷୋଭ, ରାଲିକୁ ଅଟକାଇବା ସହ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭୁବେନଶ୍ୱରରେ ଗତ କିଛି ଦିନରେ ଅନେକ ରାଲିରେ ସାମାଜିକ ଦୂରତା ରକ୍ଷା ନିୟମର ଉଲ୍ଲଙ୍ଘନ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ବିଏମସି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.