Below header

ଜିଆର୍‌ଏସ୍‌ଇର ନିର୍ଦ୍ଦେଶକ, ଫାଇନାନ୍‌ସ ହେଲେ ଓଡ଼ିଆ ଅଧିକାରୀ ରମେଶ କୁମାର ଦାଶ

ଭୁବନେଶ୍ୱର : ଓଡ଼ିଆ ଅଧିକାରୀ ରମେଶ କୁମାର ଦାଶ କୋଲକାତା ସ୍ଥିତ ଗାର୍ଡନ ରିଚ୍ ସିପ୍ ବିଲଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଲିମିଟେଡ୍ (ଜିଆର୍‌ଏସ୍‌ଇ)ର ନୂତନ ନିର୍ଦ୍ଦେଶକ (ଫାଇନାନ୍‌ସ) ଏବଂ ମୁଖ୍ୟ ବିତ୍ତ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପାଣି ଜାହାଜ, ନୌସେନା ଜାହାଜ, ଟ୍ୟାଙ୍କର ନିର୍ମାଣ ସହ ଜାହାଜର ଡିଜାଇନ୍ ଏବଂ ମରାମତି ଆଦି ପାଇଁ ଏହି କମ୍ପାନୀ ପ୍ରସିଦ୍ଧି ଲାଭ କରିଛି ।
ଏହି ମର‌୍ୟ୍ୟାଦାଜନକ ପଦବିରେ ଭାରତ ସରକାର ରମେଶ ଦାଶଙ୍କୁ ଅବସ୍ଥାପିତ କରିଛନ୍ତି । ବିଶେଷ କରି ଫାଇନାନ୍ସ ଓ ଆକାଉଣ୍ଟିଂରେ ତାଙ୍କର ଦକ୍ଷତା ରହିଛି । ପୂର୍ବରୁ ଏଚ୍‌ଏଏଲ୍‌, ବାଙ୍ଗାଲୋରରେ ଦୀର୍ଘ ୨୮ ବର୍ଷ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବିରେ ରହି ଶ୍ରୀ ଦାଶ ନିଷ୍ଠାର ସହ କାର‌୍ୟ୍ୟ କରି ଆସିଛନ୍ତି । ତାଙ୍କ ଘର ଭଦ୍ରକ ଜିଲ୍ଲା ଷଣ୍ଢପୁରରେ । ଗତ ଜୁଲାଇ ୧ ତାରିଖରେ ସେ ନିଜ ପଦ ସମ୍ଭାଳିଛନ୍ତି ।
ସେ ଏବେ ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟସ୍ ଅଫ୍ ଇଣ୍ଡିଆର ଆସୋସିଏଟ୍ ମେମ୍ବର ମଧ୍ୟ ଅଛନ୍ତି । ଏଭଳି ଏକ ମର‌୍ୟ୍ୟାଦାପୂର୍ଣ୍ଣ ଦାୟିତ୍ୱରେ ରହି ସେ ଖୁବ୍ ଖୁସି ଓ ଗର୍ବିତ ବୋଲି ଶ୍ରୀ ଦାଶ କହିଛନ୍ତି । ଏହା ବ୍ୟତୀତ ଦେଶର ପ୍ରତ୍ୟେକ ନାଗରିକ ହାତକୁ ହାତ ମିଶାଇ କାମ କଲେ ପ୍ରତିଟି କ୍ଷେତ୍ରରେ ଆମେ ଉନ୍ନତି କରି ପାରିବା ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.