ବୋଲ ମାନୁନି ଚୀନ, ପାନେ ଦେବାକୁ ଭାରତ ହେଉଛି ସଜବାଜ,ସୀମାରେ ଘନଘନ ଉଡୁଛି ଲଢୁଆ ବିମାନ ମିଗ୍‌, ସୁଖୋଇ,ଆପାଚି

କେନ୍ୟୁଜ୍(ବ୍ୟୁରୋ): ହେବକି  ଭାରତ-ଚୀନ ଯୁଦ୍ଧ। ଭାରତ-ଚୀନ୍‌ ସୀମାରେ ବଢିଛି ବାୟୁସେନାର ଗତିବିଧି । ଘନଘନ ଉଡୁଛି ଲଢୁଆ ବିମାନ ଓ ହେଲିକପ୍‌ଟର । ଆଜି ଫରଓ୍ଵାର୍ଡ ଏୟାରବେସ୍‌ରେ ସାମରିକ ଅଭ୍ୟାସ କରିଛନ୍ତି ମିଗ୍‌, ସୁଖୋଇ ଓ ଆମେରିକାରୁ ଆସିଥିବା ଘାତକ ଆପାଚି ହେଲିକପ୍ଟର । ଗଲଓ୍ଵାନ ସଂଘର୍ଷ ପରେ ସୀମାରେ ପୂରା ସଜାଗ  ହୋଇ ରହିଛି ବାୟୁସେନା ।

ଅପରେସନ୍‌ ପାଇଁ ଏହି ଏୟାରବେସ୍‌ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ଲଢୁଆ ବିମାନ । ଭାରତୀୟ ବାୟୁସେନାର ସମସ୍ତ ଯୋଦ୍ଧା ଟ୍ରେଣ୍ଡ ଏବଂ ଯେ କୌଣସି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ଯବାନଙ୍କ ଭିତରେ ଆକାଶ ଛୁଇଁବାର ଯୋଶ୍‌ ରହିଛି ବୋଲି କହିଛନ୍ତି ଓ୍ଵିଙ୍ଗ କମାଣ୍ଡର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.