ରାଜ୍ୟ

ମହିଳାଙ୍କ ପାଇଁ ସାତ ସପନ ପାଲଟିଛି ଆବାସ ଯୋଜନା, ଘରଟିଏ ପାଇଁ କାନ୍ଦି କାନ୍ଦି କରୁଛନ୍ତି ଗୁହାରୀ

ଆନନ୍ଦପୁର (କେନ୍ୟୁଜ) : ପ୍ରଥମେ ଭେଣ୍ଡିଆ ପୁଅ ଆଉ ତାପରେ ସ୍ୱାମୀ ଚାଲିଗଲେ ଆରପାରିକୁ। ସ୍ୱାମୀ ଆରପାରିକୁ ଚାଲିଗଲା ପରେ ଅସହାୟ ଅବସ୍ଥାରେ ପଡିରହିଛନ୍ତି ପରିବାର। ଦୁଃଖ ଶୁଣିବାକୁ କି ଆହା ପଦେ କହିବାକୁ ନିଜର ବୋଲି କେହି ନାହାନ୍ତି। ଘର ଏମିତି ଯେ ସାପ ବେଙ୍ଗ ଡେଉଁଛନ୍ତି। ଦୁଃଖ ଉପରେ ଦୁଃଖ ଆଉ ସହି ହେଉନାହିଁ। ସରକାରୀ ସୁବିଧାରୁ ଅପହଞ୍ଚ ରହି ଦୁଃଖ ଭୋଗୁଥିବା ଏହି ପରିବାର ବିଷୟରେ ଜାଣିବା ପରେ ବିଶ୍ୱାସ କରନ୍ତୁ ଆପଣଙ୍କ ମନ ବି ଏକଦମ୍‌ ବ୍ୟଥିତ ହୋଇଯିବ।

ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ସାଇଁକୁଳ ପଞ୍ଚାୟତର ୧୧ ନମ୍ବର ୱାର୍ଡରେ ସୁକଦେବ ବେହେରାଙ୍କ ଘର। ପ୍ରଥମେ ଘରର ରୋଜଗାରିଆ ପୁଅ ରଞ୍ଜନକୁ ଏକ ଗାଡି ଦୁର୍ଘଟଣାରେ ହରାଇଲା ପରିବାର। ପରେ ପରେ ପୁଅକୁ ଝୁରି ଝୁରି ଚିନ୍ତାରେ ବାପା ସୁକଦେବ ବି ଚାଲିଗଲେ ଆରପାରିକୁ। ଯେମିତି ଦୁଃଖର ପାହାଡ଼ ଅଜାଡି ହୋଇ ପଡ଼ିଲା ଏହି ପରିବାର ଉପରେ। ଘରେ ଚୁଲି ଜାଳିବାକୁ ବି ସମ୍ବଳ ନାହିଁ। ସ୍ୱାମୀ ଓ ପୁଅକୁ ହରାଇବା ପରେ କାଞ୍ଚନ ଅନ୍ଯର କାମ ପାଉଟି କରି ନିଜ ବୋହୁ ଓ ନାତିଙ୍କୁ ଦୁଃଖେ କଷ୍ଟେ ବଡ଼ କରାଇବା ପରେ ବର୍ତ୍ତମାନ ଘାରିଛି ଘରେ ରହିବାର ଚିନ୍ତା।

ଘର ଏମିତି ଅବସ୍ଥାରେରେ ଅଛି ଯେ ରହିବା ଅସମ୍ଭବ ହୋଇ ପଡୁଛି। ବର୍ଷାଦିନେ ପଲିଥିନ ଟାଣି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ଏହି ପରିବାର ପାଇଁ ଆବାସ ଯୋଜନା ଯେପରି ସାତ ସପନ ପାଲଟିଛି। ଉଭୟ ଶାଶୁ ବୋହୁଙ୍କ ବିଧବା ଭତ୍ତା ଓ ସରକାରଙ୍କ ୨୦ କେଜି ଚାଉଳ ଏହି ପରିବାରକୁ ବଞ୍ଚିବାର ରାହା ଯୋଗାଇଛି।

ଆବାସ ଯୋଜନାରେ ସାମିଲ କରି ଘରଟିଏ ଯୋଗାଇଦେବାକୁ ବାରମ୍ବାର ପରିବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ଏପର୍ଯ୍ୟନ୍ତ। ତେବେ ଘଟଣା ସମ୍ପର୍କରେ ଆମେ ଘଷିପୁରା ବିଡ଼ିଓଙ୍କୁ ଅବଗତ କରାଇବା ପରେ ନିହାତି ରୂପେ ଯେତେ ଶୀଘ୍ର ସମ୍ଭବ ତାଙ୍କୁ ଘରଟିଏ ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଦୁଃଖ ଉପରେ ଦୁଃଖ ସହି ଭାଙ୍ଗି ପଡୁଥିବା କାଞ୍ଚନ ପାଇଁ ଆବଶ୍ଯକ ହୋଇପଡିଛି ସରକାରୀ ସାହାଯ୍ଯର । ତୁରନ୍ତ ତାଙ୍କୁ ସାହାଯ୍ଯ ନକଲେ ଅକାଳରେ ପରିବାର ଟି ଝଡିପଡିବ ଏଥିରେ ଦ୍ଵିମତ ନାହିଁ। ତେଣୁ ସରକାରଙ୍କ ସମତେ ଅନ୍ୟ କୌଣସି ବଦାନ୍ୟ ବ୍ୟକ୍ତି ଯଦି ତାଙ୍କୁ ସାହାଯ୍ୟ କରନ୍ତି ତେବେ ହୁଏତ ତାଙ୍କ ଜୀବନ କିଛି ମାତ୍ରାରେ ସୁଧୁରିଯାଇପାରନ୍ତା।

Pritiparna

Recent Posts

କୋରାପୁଟ ସେମିଲିଗୁଡାରେ ଝାଡାବାନ୍ତି ଆତଙ୍କ: ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି ଡାକ୍ତରୀ ଟିମ୍

କୋରାପୁଟ (କେନ୍ୟୁଜ): କୋରାପୁଟ ସେମିଲିଗୁଡ଼ା ସୁବାଇ ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଗାଁରେ ୪୦ ରୁ ଅଧିକ ଲୋକ ଝାଡ଼ାବାନ୍ତିରେ…

2 mins ago

ନିର୍ବାଚନ ଜିତିବା ପରେ ପପୁଙ୍କ ନାମରେ ଗୁରୁତର ଅଭିଯୋଗ, ବ୍ୟବସାୟୀଙ୍କୁ ମାଗୁଥିଲେ ୧ କୋଟି ଟଙ୍କା

ବିହାର ପୂର୍ଣ୍ଣିୟାରୁ ନବନିର୍ବାଚିତ ସାଂସଦ ରାଜେଶ ରଂଜନ ଓରଫ ପପୁ ଯାଦବଙ୍କ ପିଛା ଛାଡ଼ୁନି ବିବାଦ । ନିର୍ବାଚନ ଜିତିବାର…

14 mins ago

ଫ୍ୟାକ୍ଟ୍ରିରେ କିପରି ତିଆରି ହୋଇଥାଏ ପନିର? ଜାଣନ୍ତୁ କେଉଁ କେମିକାଲର ବ୍ୟବହାର ହୋଇଥାଏ

ଅଧିକାଂଶ ଲୋକ ପନିର ଖାଇବାକୁ ବହୁତ ଭଲ ପାଆନ୍ତି । ଭେଜ ଖାଉଥିବା ଲୋକମାନେ ପ୍ରାୟତଃ ଘରେ, ପାର୍ଟି ଏବଂ…

24 mins ago

୬ ଲକ୍ଷରେ ମିଳୁଛି ସେଭେନ୍‌ ସିଟର୍‌ କାର୍‌, ଫ୍ୟାମିଲି ପାଇଁ ପୁରା ଫିଟ୍‌

ଯଦି ଆମେ ମାର୍କେଟରେ ସେଭେନ୍‌ ସିଟର କାର୍ (MPV) ବିଷୟରେ କହିବା, ତେବେ ମାରୁତି ସୁଜୁକିର XL6 ଏବଂ Ertigaର…

38 mins ago

ହରଭଜନ, ଅର୍ଶଦୀପ ଏବଂ ଶିଖ ସଂପ୍ରଦାୟକୁ କ୍ଷମା ମାଗିଲେ କାମରନ ଆକମଲ, ଦେଇଥିଲେ ବିବାଦୀୟ କମେଣ୍ଟ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଟି୨୦ ବିଶ୍ୱକପ ମ୍ୟାଚରେ ଭାରତ ମାତ୍ର ୬ ରନରେ ବିଜୟୀ ହୋଇଥିଲା ।…

46 mins ago

ଦିନରେ ଥରେ ଖାଇବା ଏକ ଭଲ ଅଭ୍ୟାସ କି? ଜାଣନ୍ତୁ ଶରୀର ଉପରେ କ’ଣ ପ୍ରଭାବ ପଡିଥାଏ

ଓଜନ ହ୍ରାସ କରିବାକୁ, ଆଜିକାଲି ପ୍ରାୟତଃ ଲୋକମାନେ ଡାଏଟିଂ କରୁଛନ୍ତି । କେହି କେହି ରୁଟି ଖାଇବା ବନ୍ଦ କରିଦିଅନ୍ତି…

52 mins ago