Categories: ରାଜ୍ୟ

ରାଗ ବ୍ରହ୍ମ ଚଣ୍ଡାଳ : ରାଜଧାନୀରେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା କଲେ ଯୁବତୀ

ଭୁବନେଶ୍ବର (କେନ୍ଯୁଜ୍) :  ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ସାଙ୍ଗର ତଣ୍ଟିକୁ କାଟିଦେଲା ସାଙ୍ଗ । ଗୌରୀ ନଗର ଲେନ୍‌-୫ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ଦୁଇ ଯୁବତୀ ଘଟାଇଛନ୍ତି ଏଭଳି ଜଘନ୍ୟକାଣ୍ଡ । ପୋଲିସ ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରିଛି । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି।

 

ଅଣ୍ଟି ଛୁରୀ ତଣ୍ଟି କାଟିଲା । ସାଙ୍ଗ ସାଜିଲା ସଇତାନ । କ୍ରୋଧ ନେଲା ଜୀବନ । ସାଙ୍ଗର ତଣ୍ଟିକୁ ଛୁରୀରେ କାଟିଦେଲା ନୃସଂଶ ସାଙ୍ଗ । ଆଉ ଏହେଉଛି, ତାପରର ଦୃଶ୍ୟ । ଚଟାଣରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛି ଯୁବତୀଙ୍କ ମୃତ ଦେହ । ପାଖରେ ଅଛନ୍ତି ଅଭିଯୁକ୍ତ ହତ୍ୟାକାରୀ ସାଙ୍ଗ ।

ଭୁବନେଶ୍ୱର ଗୌରୀ ନଗର ଲେନ୍‌-୫ରେ ଏକ ଭଡ଼ା ଘରେ ରହୁଥିଲେ ଦୁଇ ଯୁବତୀ ଅଳକା ଓ ଅନୀଷା । ରାତି ପାଖାପାଖି ୨ଟା ୩୦ରୁ ୩ଟା । କୌଣସି କାରଣରୁ ଦୁଇ ସାଙ୍ଗଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା । ଆଉ ଏହି ଝଗଡ଼ା ଏତେ ଉଗ୍ର ରୂପ ନେଇଥିଲା ଯେ, ନିଜ ରୁମ୍‌ମେଟ୍‌ର ତଣ୍ଟିକୁ ଛୁରୀରେ କାଟି ଦେଇଥିଲା ସାଙ୍ଗ ।
ଦୀର୍ଘ ତିନି ବର୍ଷରୁ ଅଧିକ ହେବ ଦୁଇ ସାଙ୍ଗ ଏକାଠି ରହୁଥିଲେ । କିଛି ଦିନ ତଳେ ଅନୀଷାଙ୍କ ବିବାହ ଠିକ୍‌ ହୋଇଥିଲା । ଏହା ପରେ ଦୁଇ ସାଙ୍ଗଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ମନମାଳିନ୍ୟ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଡ଼ଗା ହେଉଥିବା କୁହାଯାଉଛି । ପୋଲିସ ମୃତ ଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସାଙ୍ଗ ଅଳକାଙ୍କୁ ଗିରଫ କରିଛି ।

କେଉଁ କାରଣରୁ ଅନୀଷାଙ୍କୁ ହତ୍ୟା କଲା ଅଳକା ? ଦୁଇ ସାଙ୍ଗଙ୍କ ମଧ୍ୟରେ ତିକ୍ତତା ବଢିବାର ପ୍ରକୃତ କାରଣ କ’ଣ ? ଅନୀଷାଙ୍କ ବିବାହ ଠିକ୍‌ ହେବା ପରେ ହଠାତ୍‌ କାହିଁକି ରାଗିଗଲେ ଅଳକା? ଅନୀଷାଙ୍କ ବିବାହକୁ ବିରୋଧ କରୁଥିଲେ କି ? ଯଦି ବିରୋଧ କରୁଥିଲେ, ତେବେ କାହିଁକି ? ଏପରି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି ଲିଙ୍ଗରାଜ ଥାନା ପୋଲିସ ।

KNews Bureau

Recent Posts

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

2 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

2 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

3 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

4 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

4 hours ago

ନୋଏଡାରେ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରୁ ମିଳିଲା ୧୪ଟି ମୃତଦେହ, ଲୁ’ ଓ ହିଟ୍‌ ଷ୍ଟ୍ରୋକ୍‌ରେ ମୃତ୍ୟୁ ଆଶଙ୍କା

ଦିଲ୍ଲୀ ନିକଟସ୍ଥ ନୋଏଡାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ୧୪ ଜଣଙ୍କ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଛି । ଲୁ’ ଏବଂ…

5 hours ago