Below header

ରାଗ ବ୍ରହ୍ମ ଚଣ୍ଡାଳ : ରାଜଧାନୀରେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା କଲେ ଯୁବତୀ

ଭୁବନେଶ୍ବର (କେନ୍ଯୁଜ୍) :  ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ସାଙ୍ଗର ତଣ୍ଟିକୁ କାଟିଦେଲା ସାଙ୍ଗ । ଗୌରୀ ନଗର ଲେନ୍‌-୫ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ଦୁଇ ଯୁବତୀ ଘଟାଇଛନ୍ତି ଏଭଳି ଜଘନ୍ୟକାଣ୍ଡ । ପୋଲିସ ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରିଛି । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି।

 

BBSR MURDER-3ଅଣ୍ଟି ଛୁରୀ ତଣ୍ଟି କାଟିଲା । ସାଙ୍ଗ ସାଜିଲା ସଇତାନ । କ୍ରୋଧ ନେଲା ଜୀବନ । ସାଙ୍ଗର ତଣ୍ଟିକୁ ଛୁରୀରେ କାଟିଦେଲା ନୃସଂଶ ସାଙ୍ଗ । ଆଉ ଏହେଉଛି, ତାପରର ଦୃଶ୍ୟ । ଚଟାଣରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛି ଯୁବତୀଙ୍କ ମୃତ ଦେହ । ପାଖରେ ଅଛନ୍ତି ଅଭିଯୁକ୍ତ ହତ୍ୟାକାରୀ ସାଙ୍ଗ ।

ଭୁବନେଶ୍ୱର ଗୌରୀ ନଗର ଲେନ୍‌-୫ରେ ଏକ ଭଡ଼ା ଘରେ ରହୁଥିଲେ ଦୁଇ ଯୁବତୀ ଅଳକା ଓ ଅନୀଷା । ରାତି ପାଖାପାଖି ୨ଟା ୩୦ରୁ ୩ଟା । କୌଣସି କାରଣରୁ ଦୁଇ ସାଙ୍ଗଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା । ଆଉ ଏହି ଝଗଡ଼ା ଏତେ ଉଗ୍ର ରୂପ ନେଇଥିଲା ଯେ, ନିଜ ରୁମ୍‌ମେଟ୍‌ର ତଣ୍ଟିକୁ ଛୁରୀରେ କାଟି ଦେଇଥିଲା ସାଙ୍ଗ ।
ଦୀର୍ଘ ତିନି ବର୍ଷରୁ ଅଧିକ ହେବ ଦୁଇ ସାଙ୍ଗ ଏକାଠି ରହୁଥିଲେ । କିଛି ଦିନ ତଳେ ଅନୀଷାଙ୍କ ବିବାହ ଠିକ୍‌ ହୋଇଥିଲା । ଏହା ପରେ ଦୁଇ ସାଙ୍ଗଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ମନମାଳିନ୍ୟ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଡ଼ଗା ହେଉଥିବା କୁହାଯାଉଛି । ପୋଲିସ ମୃତ ଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସାଙ୍ଗ ଅଳକାଙ୍କୁ ଗିରଫ କରିଛି ।

BBSR MURDER-4

କେଉଁ କାରଣରୁ ଅନୀଷାଙ୍କୁ ହତ୍ୟା କଲା ଅଳକା ? ଦୁଇ ସାଙ୍ଗଙ୍କ ମଧ୍ୟରେ ତିକ୍ତତା ବଢିବାର ପ୍ରକୃତ କାରଣ କ’ଣ ? ଅନୀଷାଙ୍କ ବିବାହ ଠିକ୍‌ ହେବା ପରେ ହଠାତ୍‌ କାହିଁକି ରାଗିଗଲେ ଅଳକା? ଅନୀଷାଙ୍କ ବିବାହକୁ ବିରୋଧ କରୁଥିଲେ କି ? ଯଦି ବିରୋଧ କରୁଥିଲେ, ତେବେ କାହିଁକି ? ଏପରି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି ଲିଙ୍ଗରାଜ ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.