ଭିଜିଲାନ୍ସ ଜାଲରେ ଜୟପୁର NH ଡିଭିଜନ ନିର୍ବାହୀ ଯନ୍ତ୍ରୀ : ନଗଦ ୬ ଲକ୍ଷ ଟଙ୍କା ସହ ବହୁ ଅଳଙ୍କାର ଜବତ

ଭୁବନେଶ୍ବର (କେନ୍ଯୁଜ୍ ) : ଜୟପୁର ଏନଏଚ ଡିଭିଜନର ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡାଙ୍କ ଠାରୁ ବେଆଇନ ଭାବେ ୩ ଲକ୍ଷ ୮୯ ହଜାର ୧୭୫ ଟଙ୍କା ଜବତ କରିଛି । ଭୁବନେଶ୍ୱର ଆଠ ନମ୍ବର ଡିଏଭି ସ୍କୁଲ ପାଖରେ ଭିଜିଲାନ୍ସ ତାଙ୍କୁ ଧରିଛି । ଯାହାର ସେ ହିସାବ ଦେଇପାରିନଥିଲେ । ଏହାପରେ ଭୁବନେଶ୍ୱର ନୀଳକଣ୍ଠ ନଗର ସ୍ଥିତ କ୍ରିଷ୍ଣା ରେସିଡେନସୀ ଘରେ ଭିଜିଲାନ୍ସ ରେଡ ହୋଇଛି ।  ସେପଟେ କୋରାପୁଟ ଭିଜିଲାନ୍ସ ପକ୍ଷରୁ ଜୟପୁର ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରାଯାଇଛି । ୬ ଲକ୍ଷ ଟଙ୍କା ସହ ସୁନାରୁପା ମଧ୍ୟ ଜବତ ହୋଇଛି । ତାଙ୍କର ଭୁବନେଶ୍ୱର ଓ ଜଟଣୀରେ ୪ଟି ଫ୍ଲାଟ୍‌, ନୟାପଲ୍ଲୀ ଓ ରଘୁନାଥପୁରରେ ୨ଟ୍‌ ଡୁପ୍ଲେକ୍ସ ଠାବ କରିଛି ଭିଜିଲାନ୍‌ସ।

Leave A Reply

Your email address will not be published.