ବରଗଡ଼ର ଧନୁଯାତ୍ରାରେ କାଲି ପଡ଼ିବ ଯବନିକା, ଆଜି ମଥୁରାକୁ ପ୍ରବେଶ କରିବେ କୃଷ୍ଣ ବଳରାମ

ବରଗଡ଼(କେନ୍ଯୁଜ୍) : ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପଡ଼ିବ ଯବନିକା । ଭଣଜା କୃଷ୍ଣଙ୍କ ହାତରେ ମାମୁ କଂସଙ୍କ ନିଧନ ହେବ । ଆଜି ଧନୁଯାତ୍ରାର ଦଶମ ଦିନରେ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ବିଭିନ୍ନ ଦୃଶ୍ୟ ମଞ୍ଚସ୍ଥ ହେବ । ମଥୁରା ନଗରୀରେ ମହାରାଜାଙ୍କ ଦିଗବିଜୟ, କୃଷ୍ଣ ବଳରାମଙ୍କ ସୁଦାମା ମାଳି ଏବଂ ରଜକଙ୍କ ସହ ସାକ୍ଷାତ ଭଳି କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ଗତକାଲି ନବମ ଦିନରେ ଗୋପପୁରବାସୀ ବିଦାୟ ଦେଇଛନ୍ତି କୃଷ୍ଣ-ବଳରାମଙ୍କୁ ।

ମହାରାଜ କଂସଙ୍କ ନିମନ୍ତ୍ରଣରେ ଧନୁଯାତ୍ରା ଦେଖିବାକୁ ସେମାନେ ଆସିଛନ୍ତି ମଥୁରା କଟକ । ଗତକାଲି ଧନୁଯାତ୍ରାର ନବମ ଦିନରେ ଏହି ଦୃଶ୍ୟ ଅଭିନୀତ ହୋଇଥିଲା । କୃଷ୍ଣ ବଳରାମ ଗୋପପୁର ଛାଡିବା ବେଳେ ଗୋପୀଙ୍କ ବିଳାପ ଦେଖିବାକୁ ମିଳିଛି । ଅନ୍ୟପଟେ ଅକ୍ରୁର୍ଙ୍କ ସହ ବେନି ଭାଇଙ୍କ ମଥୁରା ପ୍ରବେଶ ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା । ସେପଟେ ମଥୁରା ଆମ୍ରବନରେ କୃଷ୍ଣ ଭକ୍ତିରେ ମଗ୍ନ ଋଷି ଗଣଙ୍କ ଉପରେ କଂସଙ୍କ ଅତ୍ୟାଚାର ଦୃଶ୍ୟ ପରିବେଷଣ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.