Below header

ରାଜ୍ଯର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଚାଦର

ଭୁବନେଶ୍ବର(କେନ୍ଯୁଜ୍) :ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି। ଆଜି ସକାଳୁ ପ୍ରବଳ କୁହୁଡ଼ି ଯୋଗୁଁ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୧୦୦ମିଟର ପର୍ଯ୍ୟନ୍ତ କିଛି ବି ଦୃଶ୍ୟମାନ ହେଉନାହିଁ । ଲୋକମାନଙ୍କୁ ଘରୁ ବାହାରିବାରେ ସାମାନ୍ୟ ଅସୁବିଧା ଦେଖା ଦେଇଛି । ଶୀତର ମାତ୍ରା ସାମାନ୍ୟ କମ୍ ଥିବା ବେଳେ କୁହୁଡ଼ି ସମସ୍ୟା ବଢ଼ାଇ ଦେଇଛି । ଆହୁରି ୪୮ଘଣ୍ଟା କୁହୁଡି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.