ରାଜ୍ୟ

ଯାଜପୁର: ଛତିଆ ବିଦ୍ୟାଧରପୁରରେ ଏସଟିଏଫର ଚଢାଉ, ୧୦ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଓ ବିଭିନ୍ନ ସାମଗ୍ରୀ ଜବତ

ଯାଜପୁର: ଯାଜପୁର ଜିଲ୍ଲା ଛତିଆ ବିଦ୍ୟାଧରପୁରରେ ଏସଟିଏଫର ଚଢାଉ। ନକଲି ଜର୍ଦ୍ଦା ଜବତ। ଆଜି ଭୋର ସମୟରେ ସ୍ପେଶାଲ ଟାକ୍ସ ଫୋର୍ସର ଅତିରିକ୍ତ ଏସପି ତେଜରାଜ ପଟେଲଙ୍କ ନେତୃତ୍ୱରେ ଏକ ଟିମ ଅତର୍କିତ ଭାବେ ଚଢାଉ କରିଥିଲା । ଏହି ସମୟରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ବ୍ୟବହୃତ ବିଭିନ୍ନ ସରଂଜାମ ଜବତ ହୋଇଛି । ଦୀର୍ଘ ଦିନ ଧରି ଏହି ଅଂଚଳରେ କିଛି ଅସାଧୁ ବ୍ୟବସାୟୀ ରିତିମତ ନକଲି ପାନ ମସଲା ବ୍ୟବସାୟ ଚଳାଇ ଆସୁଛନ୍ତି ।

ଏହାର ଚେର ବାହାର ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ସୂଚନା ମିଳିଛି । ଏହି ଚଢାଉରେ ବୈରୀ ପୋଲିସ ସାମିଲ ହୋଇଥିଲେ । ଘଟଣାରେ ଜଣେ ବ୍ୟବସାୟୀକୁ ପୋଲିସ ଅଟକ ରଖିଥିବା ବେଳେ ଜବତ ହୋଇଥିବା ନକଲି ଜର୍ଦ୍ଦା ଓ ସାମଗ୍ରୀର ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Sonalisa

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

4 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

20 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

33 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

42 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

45 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago