ରାଜ୍ୟ

ମୋହନା: କଣ୍ଟେନର ସହ ୩କୋଟି ଟଙ୍କାର ଗଞ୍ଜେଇ ଜବତ, ଜଣେ ଅଭିଯୁକ୍ତ ଗିରଫ

ମୋହନା: ଗଜପତି ଜିଲ୍ଲା ଆର ଉଦୟଗିରି ପୋଲିସଙ୍କୁ ମିଳିଛି ଏକ ବଡ ସଫଳତା । ଗଜପତି–ରାୟଗଡା ସୀମାନ୍ତ ଅଞ୍ଚଳରୁ ୧୦କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ । ତେବେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବିହାରର ଗାଡି ଡ୍ରାଇଭର ଧରମ୍‌ କୁ ଗିରଫ କରିଛନ୍ତି ।

ସୂଚନା ଅନୁଯାୟୀ, ଗଜପତି-ରାୟଗଡା ସୀମାନ୍ତ ଅଞ୍ଚଳରୁ ଏକ କଣ୍ଟେନର୍‌ ଗାଡି ଗଞ୍ଜେଇ ବୋଝେଇ କରି ଛତିଶଗଡ ଅଭିମୁଖେ ଯିବା ପାଇଁ ଉଦ୍ୟମ କରୁଥିଲା । ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଆର, ଉଦୟଗିରି ପୋଲିସ ଉକ୍ତ ଗାଡିର ସନ୍ଧାନରେ ବାହାରିଥିଲା । ତେବେ ଗଜପତି ଜିଲ୍ଲା ଆର୍‌ ,ଉଦୟଗିରି ଥାନା ମହେନ୍ଦ୍ରଗଡ ନିକଟରେ ଉକ୍ତ ଗାଡିକୁ ଜବତ କରିବା ସହ ଗାଡିର ଡ୍ରାଇଭର ଧରମବୀର ସିଂକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।

ଗଞ୍ଜେଇ ଚୋରାରେ ଛତିଶଗଡ ଅଞ୍ଚଳକୁ ଚାଲାଣ କରାଯାଉଥିବା ଖବର ଜାଣିବାକୁ ପାଇଥିଲେ ପୋଲିସ। ଯାହାର ମୂଲ୍ୟ ଆନୁମାନିକ ୩ କୋଟି ଟଙ୍କା ହୋଇଥିବ ବୋଲି କୁହାଯାଇଛି । ତେବେ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କର ସଂପୃକ୍ତି ଅଛି ନା ନାହିଁ ତାହା ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ସେହିପରି ଗାଡି ଡ୍ରାଇଭର ଅଡବା ଡ୍ୟାମ୍‌ ନିକଟରେ ଲୋଡ କରି ଯାଉଥିବା ବେଳେ କେନ୍ଦୁଗୁଡା ନିକଟରେ ପୋଲିସ ଧରିଥିବାର ନେଇ ସୂଚନା ଦେଇଛନ୍ତି ।

KNews Bureau

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

27 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

37 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

49 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

56 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

57 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago