ମୋହନା: କଣ୍ଟେନର ସହ ୩କୋଟି ଟଙ୍କାର ଗଞ୍ଜେଇ ଜବତ, ଜଣେ ଅଭିଯୁକ୍ତ ଗିରଫ

ମୋହନା: ଗଜପତି ଜିଲ୍ଲା ଆର ଉଦୟଗିରି ପୋଲିସଙ୍କୁ ମିଳିଛି ଏକ ବଡ ସଫଳତା । ଗଜପତି–ରାୟଗଡା ସୀମାନ୍ତ ଅଞ୍ଚଳରୁ ୧୦କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ । ତେବେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବିହାରର ଗାଡି ଡ୍ରାଇଭର ଧରମ୍‌ କୁ ଗିରଫ କରିଛନ୍ତି ।

ସୂଚନା ଅନୁଯାୟୀ, ଗଜପତି-ରାୟଗଡା ସୀମାନ୍ତ ଅଞ୍ଚଳରୁ ଏକ କଣ୍ଟେନର୍‌ ଗାଡି ଗଞ୍ଜେଇ ବୋଝେଇ କରି ଛତିଶଗଡ ଅଭିମୁଖେ ଯିବା ପାଇଁ ଉଦ୍ୟମ କରୁଥିଲା । ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଆର, ଉଦୟଗିରି ପୋଲିସ ଉକ୍ତ ଗାଡିର ସନ୍ଧାନରେ ବାହାରିଥିଲା । ତେବେ ଗଜପତି ଜିଲ୍ଲା ଆର୍‌ ,ଉଦୟଗିରି ଥାନା ମହେନ୍ଦ୍ରଗଡ ନିକଟରେ ଉକ୍ତ ଗାଡିକୁ ଜବତ କରିବା ସହ ଗାଡିର ଡ୍ରାଇଭର ଧରମବୀର ସିଂକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।

ଗଞ୍ଜେଇ ଚୋରାରେ ଛତିଶଗଡ ଅଞ୍ଚଳକୁ ଚାଲାଣ କରାଯାଉଥିବା ଖବର ଜାଣିବାକୁ ପାଇଥିଲେ ପୋଲିସ। ଯାହାର ମୂଲ୍ୟ ଆନୁମାନିକ ୩ କୋଟି ଟଙ୍କା ହୋଇଥିବ ବୋଲି କୁହାଯାଇଛି । ତେବେ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କର ସଂପୃକ୍ତି ଅଛି ନା ନାହିଁ ତାହା ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ସେହିପରି ଗାଡି ଡ୍ରାଇଭର ଅଡବା ଡ୍ୟାମ୍‌ ନିକଟରେ ଲୋଡ କରି ଯାଉଥିବା ବେଳେ କେନ୍ଦୁଗୁଡା ନିକଟରେ ପୋଲିସ ଧରିଥିବାର ନେଇ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.