ଭାରତରେ ଲଞ୍ଚ ହେଲା Samsung Galaxy M5, ମାର୍କେଟରେ ୱାନପ୍ଲସ ସହିତ କରିବ ମୁକାବିଲା

ସାମସଙ୍ଗ ନିଜର ନୂତନ ସ୍ମାର୍ଟଫୋନ୍ ସାମସଙ୍ଗ ଗାଲାକ୍ସି (Samsung Galaxy M51) ଭାରତରେ ଲଞ୍ଚ କରିଛି । ସାମସଙ୍ଗ ଗାଲାକ୍ସି M51 ର ଚର୍ଚ୍ଚା ସବୁଠୁ ବଡ ବ୍ୟାଟେରୀକୁ ନେଇ । କାରଣ ଭାରତରେ ପ୍ରଥମ ଥର ପାଇଁ ଏକ ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି ଯେଉଁଥିରେ 7000 mAh ବ୍ୟାଟେରୀ ରହିବ । ବିଶେଷ କଥା ହେଉଛି ଏହା ସହିତ 25 ୱାଟ ଫାଷ୍ଟ ଚାର୍ଜିଂ ମଧ୍ୟ ଉପଲବ୍ଧ । ଏହି ସାମସଙ୍ଗ ଫୋନ୍ ବଜାରରେ OnePlus Nord ପରି ଫୋନ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ । ତାହେଲେ ଆସନ୍ତୁ ଜାଣିବା ସାମସଙ୍ଗ ଗାଲାକ୍ସି M51 ର ମୂଲ୍ୟ ଏବଂ ଅନ୍ୟାନ୍ୟ ଫିଚର ବିଷୟରେ ।

Samsung Galaxy M51

ଏହି ସାମସଙ୍ଗ ଫୋନରେ 6.7-ଇଞ୍ଚ ସୁପର ଏମୋଲ୍ଡ ପ୍ଲସ୍ ଇନଫିନିଟି ଓ ଡିସପ୍ଲେ ରହିଛି । ଏହା ବ୍ୟତୀତ କ୍ୱାଲକମର ସ୍ନାପଡ୍ରାଗନ୍ 730G ପ୍ରୋସେସର୍ ଏହି ଫୋନରେ ଦିଆଯାଇଛି ଯେଉଁଥିରେ ଗ୍ରାଫିକ୍ସ ପାଇଁ ଏଡ୍ରେନୋ 618 ଜିପିୟୁ ମିଳିବ । ଏହି ଫୋନରେ 6 GB ଏବଂ 8 GB RAM ସହିତ 128 GB ଷ୍ଟୋରେଜ୍ ମିଳିବ । ଯାହା ମେମୋରୀ କାର୍ଡ ସାହାଯ୍ୟରେ 512 GB କୁ ବୃଦ୍ଧି କରାଯାଇପାରିବ ।

କ୍ୟାମେରା ବିଷୟରେ କହିବାକୁ ଗଲେ ଗାଲାକ୍ସି M51 ରେ କ୍ୱାଡ୍ ରିୟର କ୍ୟାମେରା ସେଟ୍ଅପ୍ ଦିଆଯାଇଛି । ମେନ ଲେନ୍ସ ହେଉଛି 64 ମେଗାପିକ୍ସେଲ, ଯାହାର ଆପେର୍ଚର f / 1.8 ଅଛି । ଦ୍ୱିତୀୟ ଲେନ୍ସ ହେଉଛି 12 ମେଗାପିକ୍ସେଲ ଅଲଟ୍ରା ୱାଇଡ ଆଙ୍ଗେଲ ଏବଂ ତୃତୀୟ ଲେନ୍ସ ହେଉଛି 5 ମେଗାପିକ୍ସେଲ ମାକ୍ରୋ ଏବଂ ଚତୁର୍ଥ ଲେନ୍ସ ହେଉଛି 5 ମେଗାପିକ୍ସେଲର ଡେ଼ପଥ ସେନସର । ଏହି ଫୋନରେ ସେଲଫି ପାଇଁ 32 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।

Samsung Galaxy M51

ସାମସଙ୍ଗ ଗାଲାକ୍ସି M51 ରେ 7000mAh ବ୍ୟାଟେରୀ ଦିଆଯାଇଛି ଯେଉଁଥିରେକି 25 ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 25 ୱାଟ ଚାର୍ଜର ଫୋନ୍ ବକ୍ସରେ ଉପଲବ୍ଧ ହେବ । ବ୍ୟାଟେରୀ ସହିତ ଏଥିରେ ପାୱାର ସେୟାରିଂ ସପୋର୍ଟ ମଧ୍ୟ ଦିଆଯାଇଛି । କନେକ୍ଟିଭିଟି ପାଇଁ ଏଥିରେ 4G, ବ୍ଲୁଟୁଥ୍, ଜିପିଏସ୍ ଏବଂ ଟାଇପ୍-ସି ଚାର୍ଜିଂ ପୋର୍ଟ ମିଳିବ ।

Samsung Galaxy M51

ଏହି ସାମସଙ୍ଗ ଫୋନର ପ୍ରାରମ୍ଭିକ ମୂଲ୍ୟ ହେଉଛି 24,999 ଟଙ୍କା । ଅର୍ଥାତ୍ ଏହି ମୂଲ୍ୟରେ ଆପଣ 6 GB RAM ସହିତ 128 GB ଷ୍ଟୋରେଜ୍ ପାଇବେ, ଏବଂ 8 GB RAM ସହିତ 128 GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ 26,999 ଟଙ୍କା । ଏହି ଫୋନ୍ ସେପ୍ଟେମ୍ବର 18ରୁ ଆମାଜନ ଇଣ୍ଡିଆ, ସାମସଙ୍ଗର ଅନଲାଇନ୍ ଷ୍ଟୋର୍ ଏବଂ ରିଟେଲ ଷ୍ଟୋରରେ ବିକ୍ରି କରାଯିବ । ଏହି ଫୋନ୍ ଇଲେକ୍ଟ୍ରିକ୍ ବ୍ଲୁ, ସ୍ଲାଷ୍ଟିକ୍ମି ବ୍ଲାକ କଲର ୱାରିଏଣ୍ଟରେ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.