ପ୍ରଥମ ଥର ପାଇଁ Kia Motors ଦେଉଛି ସାନଦାର ଅଫର, କାର କିଣିଲେ ମିଳିବ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଡ଼ିସକାଉଣ୍ଟ

ଏଭିତରେ କିଆ ମୋଟର୍ସ କମ୍ପାନୀ ଦେଶରେ ଦୁଇ ଦୁଇଟି କାର ଲଞ୍ଚ କରିଛନ୍ତି । ଏହି ସିରିଜର ତୃତୀୟ କାର ସୋନେଟ ଆସନ୍ତା ସେପ୍ଟେମ୍ବର ୧୮
ତାରିଖରେ ଲଞ୍ଚ କରାଯିବା ନେଇ ସ୍ଥିର ହୋଇଛି । ଆଗକୁ ପୂଜା ସିଜିନ୍ ଥିବାରୁ କମ୍ପାନୀ ତରଫରୁ ବିଭିନ୍ନ କାର ଗୁଡିକ ଉପରେ ଡ଼ିସକାଉଣ୍ଟ ଦେବା ନେଇ ସ୍ଥିର କରାଯାଇଛି । ୨୦୨୦ ରେ କମ୍ପାନୀ ତରଫରୁ ଏହି କାରକୁ ଅଟୋ ଏକ୍ସପୋରେ ଲଞ୍ଚ କରାଯାଇଥିଲା ।

କିଆ ମୋଟର୍ସ ନିଜ ପ୍ରିମିୟମ ଏମପିବି ଗାଡ଼ି କିଓ କାରନିଭାଲ କାର ଉପରେ ଡ଼ିସକାଉଣ୍ଟ ଅଫର ଦିଆଯାଉଛି | ଏହାର ପ୍ରାରମ୍ଭିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ଥିବା ବେଳେ ଡ଼ିସକାଉଣ୍ଟ ଜାରି ପରେ ଏହା ଉପରେ ଏକ ବଡ ଧରଣର ରିହାତି ମିଳିପାରିବ ।ଗାଡ଼ି ଲଞ୍ଚ ପରେ ୧୪୦୦ ଜଣ ଗ୍ରାହକ ଏହି କାର ପାଇଁ ବୁକିଙ୍ଗ ମଧ୍ୟ କରିସାରିଥିଲେ ମଧ୍ୟ ଲାକଡାଉନ କାରଣରୁ ଏହାର ବିକ୍ରି ଉପରେ ଗଭୀର ପ୍ରଭାବ ପଡିଥିଲା । ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଜାନୁଆରୀ ମାସରେ ୪୫୦, ଫେବୃଆରୀରେ ୧୬୨୦, ମାର୍ଚରେ ୧୧୭ଟି, ଏପ୍ରିଲ ମାସରେ ୦, ମେ ମାସରେ ୫୦, ଜୁନ ମାସରେ ୧୬୧, ଜୁଲାଇରେ ୨୩୨
, ଅଗଷ୍ଟରେ ୧୯୮ କରନିଭଲ ଗାଡି ବିକ୍ରି ହୋଇଛି ।

kia

ଇଏମଆଇ ପ୍ଲାନ;

ଏହି ସବୁ ଅଫର ବାଦ କମ୍ପାନୀ ନିଜ କାରନିଭଭାଲ ଗାଡି ଉପରେ ଇଏମଆଇ ପ୍ଲାନ ଲଂଚ କରିଛି । ଏହା ଦ୍ୱାରା ଗ୍ରାହକ ମାନଙ୍କୁ ହଲିଡ଼େ ପ୍ଲାନ ଅନୁଯାୟୀ ପ୍ରଥମ ଇଏମଆଇ ଦାଖଲ କରିବା ପାଇଁ ଗ୍ରାହକଙ୍କୁ ୯୦ ଦିନ ପର୍ଯ୍ୟନ୍ତ ସମୟ ମିଳିଯାଇପାରିବ ।

ଯେବେକି ଫ୍ଲେକ୍ସିବଲ ଇଏମଆଇ ଅପସନରେ ଗ୍ରାହକ ମାନଙ୍କୁ ତିନି ଇଏମଆଇକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କମାଇବା ପାଇଁ ସୁବିଧା ମିଳିପାରିବ । ଯାହା ଫଳରେ ଭରିବା ସମୟରେ କୌଣସି ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ ।

ଦୁଇଟି ବ୍ୟତୀତ କମ୍ପାନୀ ପକ୍ଷରୁ ଲୋଇଏମଆଇ ପ୍ଲାନ ବି ଲଞ୍ଚ କରାଯାଇଛି । ଯାହାଦ୍ୱାରା ଏକ ଲକ୍ଷ ଟଙ୍କା ପାଇଁ ମାତ୍ର ୭୮୭ ଟଙ୍କା ଦେବାକୁ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.