ରାଜ୍ୟ

ରାତି ପାହିଲେ ହୋଇଥାନ୍ତା ବାହାଘର, କିନ୍ତୁ ଅଧା ବାଟରେ ହାତ ଠାରି ଡାକିନେଲା ମୃତ୍ୟୁ

ଯାଜପୁର ଟାଉନ (କେନ୍ୟୁଜ୍‌) : ରାତି ପାହିଲେ ବର ବେଶରେ ସଜେଇ ହୋଇଥାନ୍ତେ। ଘରେ ବନ୍ଧୁ ବାନ୍ଧବ ଭର୍ତ୍ତି । ଏକ ମାତ୍ର ପୁଅ ବିଭାଘର ପାଇଁ ପରିବାର ଲୋକେ ସବୁ ପ୍ରସ୍ତୁତି ସାରିଥିଲେ । ମାତ୍ର ବିଧିର ବିଧାନ ଥିଲା ବିପରୀତ। ବର ବେଶରେ ସଜେଇ ହେବାକୁ କଟକରୁ ପୋଷାକ କିଣି ଆନନ୍ଦ ମନରେ ଘରକୁ ଫେଇବା ବାଟରେ ରାସ୍ତା ଦୁର୍ଘଟଣାରେ ପ୍ରାଣ ଚାଲିଗଲା ।

ଏଭଳି ଏକ ଦୁଃଖ ଭରା ଘଟଣା ଘଟିଛି ଦଶରଥପୁର ବ୍ଲକ ଥାଲୁକୁଡି ପଂଚୟତ ଥାଲୁକୁଡି ଗାଁ ବିଶ୍ୱାଳ ସାହିର ଅଜୟ ବିଶ୍ବାଳଙ୍କ ଏକମାତ୍ର ପୁଅ ଦୀପକ କୁମାର ବିଶ୍ୱାଳ(୨୬)ଙ୍କ କ୍ଷେତ୍ରରେ। ଚଳିତ ମାସ ୧୨ତାରିଖ ଦିନ ବାହାଘର ସ୍ଥିର ହୋଇଥିବାରୁ ବର ବେଶରେ ସଜେଇ ହେବାକୁ ଗତକାଲି ବୁଧବାର ଦୀପକ କଟକ ଯାଇ ସବୁ କିଣାକିଣି ସାରି ରାତି ହୋଇଯିବାରୁ କଟକରେ ରହୁଥିବା ଜଣେ ସାଙ୍ଗ ପାଖରେ ରହିଯାଇଥିଲେ ।

ଗୁରୁବାର ସକାଳୁ ଖୁସି ମନରେ ଘରକୁ ଫେରିବା ରାସ୍ତାର ବଡ଼ଚଣା ନିକଟସ୍ଥ ବନ୍ଦାଲୋ ଠାରେ ଏକ ଧାନ ବୋଝେଇ ଟ୍ରକ OR୦୯HO୨୬୯ ପଛରୁ ଧକ୍କା ଦେଇ ଦୀପକଙ୍କୁ ୧୦ ଫୁଟ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଫଳରେ ଘଟଣା ସ୍ଥଳରେ ଦୀପକଙ୍କ ମୃତ୍ୟୁ ଘଟିଥିଲା । ଖବର ଜଣାପଡିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପରିବାର ଲୋକଙ୍କ କାନ୍ଦ ବୋବାଳି ଦେଖି ସ୍ଥାନୀୟ ଲୋକେ ନିଜକୁ ସମ୍ବାଳି ପାରୁନାହାଁନ୍ତି। ସତରେ ଏମିତି ଦୁଃଖ କାହାକୁ ନଦିଅନ୍ତୁ ଭଗବାନ।

Pritiparna

Recent Posts

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

1 min ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

15 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

21 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

51 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

58 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago